ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଜିଲ୍ଲାରେ ‘ଓଡ଼ିଆ ପକ୍ଷ’ ପାଳନ ଅବସରରେ ବନ୍ଦନୀୟ ବରପୁତ୍ରଙ୍କ ସ୍ମୃତି ଚାରଣ ସହ କବିତା ଓ ପ୍ରବନ୍ଧ ପାଠl

ନବରଙ୍ଗପୁର ଜିଲ୍ଲାରେ ‘ଓଡ଼ିଆ ପକ୍ଷ’ ପାଳନ ଅବସରରେ ବନ୍ଦନୀୟ ବରପୁତ୍ରଙ୍କ ସ୍ମୃତି ଚାରଣ ସହ କବିତା ଓ ପ୍ରବନ୍ଧ ପାଠl

ନବରଙ୍ଗପୁର :(ତା ୧୨.୪.୨୦୨୬:)(ରବିନାରାୟଣମହାନ୍ତି)ଆଜି ‘ଓଡ଼ିଆ ପକ୍ଷ’ର ଦ୍ୱାଦଶ ଦିବସରେ ନବରଙ୍ଗପୁର ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ‘ବନ୍ଦନୀୟ ବରପୁତ୍ର’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ଶୁଭାରମ୍ଭରେ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ କରାଯିବା ପରେ ଜିଲ୍ଲା ସଂସ୍କୃତି ପରିଷଦ ସଙ୍ଗୀତ ବିଦ୍ୟାଳୟର ଶିକ୍ଷକ ଶ ଯୁଗଳ କିଶୋର ତ୍ରିପାଠୀ ଓ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ‘ବନ୍ଦେ ଉତ୍କଳ ଜନନୀ’ ଗାନ କରାଯାଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଗୌରୀ ଶଙ୍କର ମାଝୀ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତପନ ଖୁଣ୍ଟିଆ, ଅଧ୍ୟାପିକା ସଙ୍ଗୀତା ତ୍ରିପାଠୀ ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ ଯୋଗ ଦେଇଥିଲେ। ବିଶିଷ୍ଟ ଆଇନଜୀବୀ କିଶୋରୀ ପଟ୍ଟନାୟକ ଅତିଥିମାନଙ୍କୁ ସ୍ୱାଗତ କରିଥିବା ବେଳେ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇଥିଲା। ବିଶିଷ୍ଟ ଲେଖକ କେଦାରେଶ୍ୱର ପଟ୍ଟନାୟକ କାର୍ଯ୍ୟକ୍ରମଟିକୁ ସଂଯୋଜନା କରିଥିଲେ।ଏହି ଉତ୍ସବରେ ଜିଲ୍ଲାର ବରପୁତ୍ର ତଥା ସାରସ୍ୱତ ସାଧକ କବି ମଞ୍ଜୁଘୋଷ ତ୍ରିପାଠୀ, ପ୍ରମିଳା ପଟ୍ଟନାୟକ, କବି ତ୍ରିପୁରାରୀ ତ୍ରିପାଠୀ, ରବି ସିଂ ମାଝୀ, ସୋନୁ ମାଝୀ, ଲଳିତ ମୋହନ ପଟ୍ଟନାୟକ ଓ ଭୁବନେଶ୍ୱର ଦଳେଇଙ୍କ ସମ୍ପର୍କରେ ଲିଖିତ ୭ଟି ଶ୍ରେଷ୍ଠ ପ୍ରବନ୍ଧ ପାଠ କରାଯାଇଥିଲା। ଏହା ସହିତ ୫୪ ଜଣ କବି ସେମାନଙ୍କର ସ୍ୱରଚିତ କବିତା ପାଠ କରିଥିଲେ। ଅତିଥିମାନେ ନିଜ ଅଭିଭାଷଣରେ ବରପୁତ୍ରମାନଙ୍କୁ ଓଡ଼ିଆ ସାହିତ୍ୟର ମେରୁଦଣ୍ଡ ଓ ଯୁବପିଢ଼ିଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ଅଭିହିତ କରିଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟର କର୍ମଚାରୀ ଓ ମହାବିଦ୍ୟାଳୟର ଯୁବ ଲେଖକମାନେ ଯୋଗଦେଇ ବରିଷ୍ଠ ସାହିତ୍ୟିକଙ୍କ ସହ ମତ ବିନିମୟ କରିଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସମସ୍ତ ଅଂଶଗ୍ରହଣକାରୀଙ୍କୁ ମାନପତ୍ର, ଗୋଲାପ ଫୁଲ, ମୟୂର ଚନ୍ଦ୍ରିକା ଏବଂ ୫୦୦ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଛାତ୍ରୀ ଆତ୍ମରକ୍ଷା ତାଲିମ ଶିବିର ଅନୁଷ୍ଠିତ

Sunil Chandra Nayak

ଅଜଣା ଗାଡି ଧକ୍କାରେ ଅଟୋ ଚଳାକର ଶୋଚନୀୟ ମୃତ୍ୟୁ

masiha

ନବରଙ୍ଗପୁରରେ ମାସିକ ସ୍ୱଛତା ଦିବସ ପାଳନ – ଅତ୍ୟନ୍ତ ସଂବେଦନଶୀଳ କିଶୋରୀମାନେ ଥିଲେ କେନ୍ଦ୍ରବିନ୍ଦୁ

masiha

Leave a Comment

error: Content is protected !!