ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ରେ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

ଡାବୁଗାଁ ରେ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

ଡାବୁଗାଁ, ୧୦/୬ (ମ.ନି.ସ.) :- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ରଥଯାତ୍ରା ପାଳନନିମନ୍ତେ ପ୍ରସ୍ତୁତି ବୈଠକ ଡାବୁଗାଁ ବିଡ଼ିଓ ଶରତ ମାଝୀ ଙ୍କ ଅଧକ୍ଷତାରେ ସୋମବାର ଅପରାହ୍ନ ରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ୩ ଠାକୁର ଙ୍କୁ ପୂଜାର୍ଚ୍ଚନା କରାଯାଇଥିଲ। ଏଥିରେ ଚଳିତ ବର୍ଷ ରଥଯାତ୍ରା କିପରି ସୁରୁଖୁରୁରେ ଓ ଶାନ୍ତିଶୃଙ୍ଖଳା ସହ ପାଳନ କରାଯିବ ସେ ନେଇ ଆଲୋଚନା ହୋଇଥିଲା | ଏଥିରେ ମନ୍ଦିର କମିଟିର ସଦସ୍ୟମାନେ ଜି. ସାଇ ରାଜୁ, ଏମ୍. ଆପ୍ପା ରାଓ, ଦେବରାଜ ପାତ୍ର, ଭଗବାନ ମହାନ୍ତି, ସୁରେନ୍ଦ୍ର କୁମାର ମିଶ୍ର, ବାବି ଜେନା, ଭଗବାନ ଖୁଣ୍ଟିଆ, କୁନୁ ପାତ୍ର, ରାମାରାଓ ଚୌଧୁରୀ, ପ୍ରକାଶ ରାଓ, ବୁଲୁ ମହାଙ୍କୁଡ, ପୂଜକ ନବୀନ ପାଢି, ଲକ୍ଷ୍ମୀକାନ୍ତ ରଥ ପ୍ରମ୍ମୁଖ ଙ୍କ ଉପସ୍ଥିତି ରେ ଆଲୋଚନା ହୋଇଥିଲା । ରଥଯାତ୍ରା ପୂର୍ବରୁ ଚାଲିଥିବା ରାସ୍ତା କାମ ସରି ନଥିବା ଏକ ବଡ଼ ସମସ୍ୟା ହେବ ବୋଲି ଆଲୋଚନା କରାଗଲା । ଏ ବିଷୟରେ ସମ୍ପୃକ୍ତ ଠିକାଦାର ଙ୍କ ସହ ଯୋଗାଯୋଗ କରିବା ପାଇଁ ଉଦ୍ୟମ କରାଯାଇଥିଲା କିନ୍ତୁ ଯୋଗାଯୋଗ ହୋଇ ପାରିନଥିଲା । ଯଥାଶୀଘ୍ର ଠିକାଦାର ସହ ଯୋଗାଯୋଗ କରି ସମସ୍ୟା ସମାଧାନ କରାଯିବ ବଳି ବିଡ଼ିଓ ସୂଚନା ଦେଇଥିଲେ |

ଡାବୁଗାଁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

Bought Darkness, Spent Crores?  Rayagada, ‘Streetlight Projects’ Drain Public Exchequer!

Sunil Chandra Nayak

ନବରଙ୍ଗପୁର ଜିଲ୍ଲା କିନ୍ନର ସଂଘ ପୁନର୍ଗଠିତ: ନୂତନ କର୍ମକର୍ତ୍ତା ଙ୍କୁ ସାମିଲ

masiha

ଅଟୋ – କାର ମୁହାମୁହିଁ ଧକ୍କା ଦୁଇ ଗୁରୁତର

Sunil Chandra Nayak

Leave a Comment

error: Content is protected !!