ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ପ୍ରବନ୍ଧ

ଆଜିର ଦିବସର ଅନୁଚିନ୍ତା : ଏପ୍ରିଲ୍ ୧୩ ତାରିଖ : ନୂତନ ଆଶା ଓ ସମୃଦ୍ଧିର ପଥ

ଆଜିର ଦିବସର ଅନୁଚିନ୍ତା : ଏପ୍ରିଲ୍ ୧୩ ତାରିଖ :

ନୂତନ ଆଶା ଓ ସମୃଦ୍ଧିର ପଥ

 ଡ଼ା. ଦେବୀ ପ୍ରସାଦ ମିଶ୍ର,

କାଳର କପାଳ ଲିଖନରେ ଏପ୍ରିଲ୍ ୧୩ ତାରିଖ ଏକାଧାରେ ବେଦନା ଓ ବିଜୟର ସ୍ମୃତିକୁ ଏକାତ୍ମ କରିଛି।୧୯୧୯ ମସିହାର ଏହି ଦିନ,ଅମୃତସରର ଜାଲିଆନାୱାଲା ବାଗ୍‌ରେ ଘଟିଥିବା ନିର୍ମମ ହତ୍ୟାକାଣ୍ଡ ଭାରତୀୟ ଇତିହାସର କଳା ଅଧ୍ୟାୟ ଭାବେ ଅବିସ୍ମରଣୀୟ।ଜେନେରାଲ୍ ଡାୟାରଙ୍କ ଅମାନବିକ ଆଦେଶରେ ନିରୀହ ଜନସାଧାରଣଙ୍କ ଉପରେ ହୋଇଥିବା ଗୁଳିବର୍ଷା କେବଳ ଜୀବନକୁ ନୁହେଁ, ସ୍ୱାଧୀନତାର ସ୍ୱପ୍ନକୁ ମଧ୍ୟ ରକ୍ତାକ୍ତ କରିଥିଲା। କିନ୍ତୁ ଏହି ଦୁର୍ଦ୍ଦାନ୍ତ ଘଟଣା ଭାରତର ସ୍ୱାଧୀନତା ଆନ୍ଦୋଳନକୁ ଆହୁରି ସୁଦୃଢ଼ କରିଥିଲା।

ଏହି ଦିନଟି ଆଉ ଏକ ପର୍ଯ୍ୟାୟରେ ନବଜାଗରଣର ପ୍ରତୀକ।୧୬୯୯ ମସିହାରେ ଗୁରୁ ଗୋବିନ୍ଦ ସିଂହଙ୍କ ଦ୍ୱାରା ଖାଲସା ପନ୍ଥର ପ୍ରତିଷ୍ଠା ଶିଖ ସମ୍ପ୍ରଦାୟକୁ ଏକ ନୂତନ ପରିଚୟ ଦେଇଥିଲା।ବୈଶାଖୀର ଉତ୍ସବ ଏହି ଐତିହ୍ୟକୁ ସ୍ମରଣ କରାଇବା ସହିତ କୃଷିଜୀବନର ନୂତନ ଆରମ୍ଭକୁ ସୂଚନା କରେ।ଓଡ଼ିଶାର କ୍ଷେତ୍ରରେ ମହାବିଷୁବ ସଂକ୍ରାନ୍ତିର ପୂର୍ବସନ୍ଧ୍ୟା ଭାବେ ଏହା ନବବର୍ଷର ଆଗମନୀ ସୁର ଭରିଥାଏ।

ଏପ୍ରିଲ୍ ୧୩ ଆମକୁ ଏହି ଶିକ୍ଷା ଦେଇଯାଏ ଯେ ଇତିହାସ କେବଳ ଶୋକର ଅନୁଭବ ନୁହେଁ,ଏହା ଜାଗରଣର ମନ୍ତ୍ର।ଜାଲିୱାନାବାଗ୍ ର ସହିଦମାନଙ୍କ ବଳିଦାନ ଆମ ମନରେ ଦେଶପ୍ରେମର ଦୀପକୁ ପ୍ରଜ୍ଜ୍ୱଳିତ କରେ,ଯେଉଁଠାରେ ବୈଶାଖୀ ଆମକୁ ନୂତନ ଆଶା ଓ ସମୃଦ୍ଧିର ପଥରେ ଆଗୁଆ କରେ। ଅତୀତର ଏହି ଦୁଇ ପାର୍ଶ୍ୱ—ବେଦନା ଓ ପ୍ରେରଣା ମିଶି ଆମର ଆଗାମୀକୁ ଗଢ଼ିଥାଏ।

 ଡ଼ା. ଦେବୀ ପ୍ରସାଦ ମିଶ୍ର,

✉️ debisirscience@gmail.com 

/ debiprasadmishra085@gmail.com

Related posts

ଆଜିର ଦିବସର ଅନୁଚିନ୍ତା : ଏପ୍ରିଲ୍ ୨୧ ତାରିଖ :ସୃଜନଶୀଳତା ଓ ନବସୃଜନର ନବ ଦିଗନ୍ତ 

Sunil Chandra Nayak

ଆଜିର ଦିବସର ଅନୁଚିନ୍ତା :ଜୁଲାଇ ୧୦ ତାରିଖ :ଇତିହାସର ଭେଲୋର ବିଦ୍ରୋହ,ନିକୋଲା ଟେସ୍ ଲା, ବିଜ୍ଞାନ ଓ ଚେତନାର ଏକ କ୍ରାନ୍ତିକାରୀ ମହାସମନ୍ୱୟ

Sunil Chandra Nayak

ଆଜିର ଦିବସର ଅନୁଚିନ୍ତା : ଜୁଲାଇ ୫ ତାରିଖ :  କ୍ଲୋନଡ୍ ସ୍ତନ୍ୟପାୟୀ ଜୀବ ‘ଡଲି’ ମେଣ୍ଢା,ଇ-କମର୍ସ ସଂସ୍ଥା ‘ଆମାଜନ୍’,ଡିଏନଏ ଫିଙ୍ଗର ପ୍ରିଣ୍ଟିଂର ଦିବସ 

Leave a Comment

error: Content is protected !!