ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁର୍ଘଟଣା ରେ ଗୁରୁତ୍ତର ଯୁବକଙ୍କ ମୃତ୍ୟୁ 

ଦୁର୍ଘଟଣା ରେ ଗୁରୁତ୍ତର ଯୁବକଙ୍କ ମୃତ୍ୟୁ 

ଡାବୁଗାଁ, ୧୫/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ମାଝିଗୁଡା ଛକରେ ମୋଟରସାଇକେଲ ଦୁର୍ଘଟଣା ଘଟି ୪ ଜଣ ଆହତ ଓ ୧ ଗୁରୁତ୍ତର ଘଟଣାରେ ଜଣେ ଯୁବକର ମୃତ୍ୟୁ ହୋଇଥିବା ନେଇ ବୁଧବାର ଡାବୁଗାଁ ଥାନାରେ ଅଭିଯୋଗ ହୋଇଛି | ସୂଚନାଯୋଗ୍ୟ:- ୧୦.୪.୨୬ ରାତ୍ର ପ୍ରାୟ ୮ ଘ. ସମୟରେ ଡାବୁଗାଁ – ବୋରିଗାଁ ମୁଖ୍ୟ ରାସ୍ତାରେ କୋଡିଗାଁ ଥାନା ଅଧୀନ ଆଟିଗାଁ ଗ୍ରାମର ଜଗନ୍ନାଥ ମିର୍ଗାନ (୧୯), ସରନ ପୂଜାରୀ (୧୭) ଓ ମହେନ୍ଦ୍ର ସତନାମୀ (୧୪) ଏକ ମୋଟରସାଇକେଲ ନଂ ଓଡି ୨୪ ଡି ୧୪୭୩ ଯୋଗେ ଡାବୁଗାଁ ରୁ ନିଜ ଘରକୁ ଫେରୁଥିବା ବେଳେ ବିପରୀତ ଦିଗରୁ ଏକ ମୋଟରସାଇକେଲ ଯୋଗେ ଡାବୁଗାଁ ବ୍ଲକ ଅଧୀନ ମାଝିଗୁଡା ଗ୍ରାମର ମଧୁ ମାଝି (୨୫) ଓ ପୂର୍ଣ୍ଣ ହରିଜନ (୩୦) ମୋଟରସାଇକେଲ ନଂ ଓଡି୨୪ ଏଚ ୩୪୪୯ ଯୋଗେ ଫେରୁଥିବା ବେଳେ ଧକ୍କା ହୋଇଥିଲା | ଫଳରେ ସମସ୍ତ ୫ ଜଣ ରାସ୍ତାରେ ପଡି ଆହତ ହୋଇଥିଲେ | ଖବରପାଇ ଡାବୁଗାଁ ଅଗ୍ନିସମ ବିଭାଗ କର୍ମଚାରୀ ମାନେ ପହଞ୍ଚି ତାଙ୍କୁ ଉଦ୍ଧାର କରି ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ସେଠାରେ ଜଗନ୍ନାଥ ମିର୍ଗାନ ଙ୍କ ଅବସ୍ଥା ଗୁରୁତ୍ତର ହେବାରୁ ତାଙ୍କୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି | ଏଠାରୁ ଉନ୍ନତ ଚିକିତ୍ସା ନିମନ୍ତେ କୋରାପୁଟ ସହିଦ ଲକ୍ଷ୍ମଣ ନାଏକ ମେଡିକାଲ କଲେଜ କୁ ସ୍ଥାନତର କରାଯାଇଥିଲା | ସେଠାରେ ଚିକିତ୍ସିତ ଅବସ୍ଥାରେ ମଙ୍ଗଳବାର ରାତ୍ରିରେ ଜଗନ୍ନାଥ ଙ୍କ ମୃତ୍ୟୁ ଘଟିଛି | ଏନେଇ ମୃତକର ଦାଦା ମଦନ ହରିଜନ ବୁଧବାର ଅପରାହ୍ନରେ ଏତଲା ଦେଇଥିଲେ | ଉକର ଏତଳକୁ ଭିତ୍ତି କରି ଥାନା କେସ ନଂ ୭୭/୨୬ ରେ ଏକ ମାମଲା ରୁଜୁ କରାଯାଇଛି | ଥାନା ଏଏସଆଇ ଚନ୍ଦ୍ର ଶେଖର ହଜାରି ଉକ୍ତ ମାମଲାର ତଦନ୍ତ କରୁଛନ୍ତି | ଆସନ୍ତା କାଲି ଗୁରୁବାର ମୃତ ଦେହ ବ୍ୟବଚ୍ଛେଦ କରାଯିବ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ପ୍ରାଚୀନ ଶ୍ରୀ କାଳେଶ୍ୱର ଶୈବପୀଠର ସୌନ୍ଦର୍ଯ୍ୟ କରଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ

ବିରେନ୍ଦ୍ର ବାଗ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ମନୋନୀତ

masiha

କନ୍ଦାଗଡ଼ ଠାରେ ମହାବିଷ୍ଣୁ ଯଜ୍ଞ ଉଦଯାପିତ

masiha

Leave a Comment

error: Content is protected !!