ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମା ଛେଉଣ୍ଡ ଭିନ୍ନକ୍ଷମ ବାଳକକୁ ଜଳେଶ୍ଵର ବିଡ଼ିଓଙ୍କ ଦ୍ୱାରା ଟ୍ରାଏ ସାଇକେଲ ପ୍ରଦାନ

ମା ଛେଉଣ୍ଡ ଭିନ୍ନକ୍ଷମ ବାଳକକୁ ଜଳେଶ୍ଵର ବିଡ଼ିଓଙ୍କ ଦ୍ୱାରା ଟ୍ରାଏ ସାଇକେଲ ପ୍ରଦାନ

ଜଳେଶ୍ବର,୧୫/୪(ମନିସ)ଜନ ସାଧାରଣଙ୍କ ସମସ୍ୟା ସମାଧାନ ଲାଗି ପ୍ରସାଶନିକ କଳ ଓ ଜନ ପ୍ରତିନିଧି ମାନଙ୍କ ଉପରେ ଲୋକେ ଭରସା କରିଥାନ୍ତି।କିନ୍ତୁ ସମସ୍ତଙ୍କ ଆଢ଼ୁଆଳରେ ରହିଯାଇଥିବା ବହୁ ଦୀନ ଦୁଃଖି, ଅସହାୟଙ୍କୁ ଚିହ୍ନଟ କରି ସେବା ଯୋଗାଇବାରରେ ସ୍ୱେଚ୍ଛାସେବୀ ସଂଗଠନ ମାନଙ୍କ ଭୂମିକା ଅତୁଳନୀୟ ଅଟେ। ଜଳେଶ୍ବର ପୈାରାଞ୍ଚଳ ଅଧୀନ ୮ ନଂ ୱାର୍ଡର ପଞ୍ଚୁଘଣ୍ଟାର ମାଁ ଛେଉଣ୍ଡ ଭିନ୍ନକ୍ଷମ ବାଳକ ହେଲେ ମଣିଆ ସୋରେନଙ୍କ ୧୫ ବର୍ଷ ପୁଅ ଫୋତେ ସୋରେନ।ମା ୯ବର୍ଷ ତଳେ ମୃତ୍ୟୁବରଣ କରିଥିଲା ବେଳେ ବଡ ମା’ ନିକଟରେ ରହି ଲାଳନ ପାଳନ ହେଉଛନ୍ତି। ଭିନ୍ନକ୍ଷମ ବିଦ୍ୟାଳୟରେ କିଛିଦିନ ରହୁଥିବା ବେଳେ ତାଙ୍କର ରାସନ୍ ଚାଉଳ କାଟି ଯାଇଥିବା ଜଣାଯାଇଛି।ଘରେ ଦୁର୍ଦ୍ଦିନରେ କାଟୁଥିବା ବେଳେ ଭୋଲା ଭଣ୍ଡାରୀ ଅନ୍ନଦାତା ପରିବାର ସଦସ୍ୟ ମାନେ ଘରେ ପହଞ୍ଚି ଖାଦ୍ୟ ଯୋଗାଇ ଥାଆନ୍ତି । ଏହି ଘଟଣା ସମ୍ପର୍କରେ ମ୍ୟୁନିସିପାଲଟି କାର୍ଯ୍ୟ ନିର୍ବାହୀ ହେମନ୍ତ ସିଂ ଙ୍କୁ ଅବଗତ କରିବାରୁ ସେ ବିଡ଼ିଓ ଗୈାରାଙ୍ଗ ଚରଣ ଘୋଷଙ୍କୁ ସବିଶେଷ ଜଣାଇଥିଲେ।ଫଳରେ ଦିବ୍ୟାଙ୍ଗ ବାଳକକୁ ବ୍ଲକ କାର୍ଯ୍ୟାଳୟରେ ବିଡ଼ିଓଙ୍କ ଜରିଆରେ ଏକ ଟ୍ରାଏ ସାଇକେଲ ପ୍ରଦାନ କରାଯାଇଥିଲା। ଶତପ୍ରତିଶତ ଭିନ୍ନକ୍ଷମ ନିଃସହାୟ ବାଳକକୁ ବର୍ଦ୍ଧିତ ଭତ୍ତା ପ୍ରଦାନ ପାଇଁ ମଧ୍ୟ ଅନୁରୋଧ କରାଯାଇଛି।ଟ୍ରାଏ ସାଇକେଲ ପ୍ରଦାନ ବେଳେ ଭୋଲା ଭଣ୍ଡାରୀ ଅନ୍ନଦାତା ପରିବାର ହରି ଶଙ୍କର ପଣ୍ଡା, ସଂଯୁକ୍ତା ଭୋଇ,ସସ୍ମିତା ଘୋଷ, ଲକ୍ଷ୍ମୀପ୍ରିୟା ବାଗ,ବଳରାମ ବାଗ,ଭୂପତି ଭୋଇ ପ୍ରମୁଖ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ପଲାସ ପଞ୍ଚାୟତ ରେ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ରୂପସା ମହୋତ୍ସବ ଉଦଘାଟିତ

masiha

ସୁଶୀଳାବତୀ ସରକାରୀ ମହିଳା ମହାବିଦ୍ୟାଳୟ ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା

Sunil Chandra Nayak

Leave a Comment

error: Content is protected !!