ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେରେସିଂହା ବିରାଟ ପର୍ବ: ଗୁପ୍ତ ବନବାସ ନାଟକ ମଞ୍ଚସ୍ଥ

ତେରେସିଂହା ବିରାଟ ପର୍ବ: ଗୁପ୍ତ ବନବାସ ନାଟକ ମଞ୍ଚସ୍ଥ

କର୍ଲାମୁଣ୍ଡା, ୧୬/୦୪ (ସୁଶାନ୍ତ ରଣା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା ଗ୍ରାମର ଶ୍ରୀ ଶ୍ରୀ ରାଧାବଲ୍ଲଭନାଟ୍ୟ ସଂସଦ, ତେରେସିଂହା ଆନୁକୁଲ୍ୟରେ ହେଉଥିବା ବିରାଟ ପର୍ବ ନାଟ୍ୟ ମହୋତ୍ସବର ପ୍ରଥମ ରଜନୀରେ (ବୁଧବାର‌) ଗୁପ୍ତ ବନବାସ ନାଟକ ମଞ୍ଚସ୍ଥ ହୋଇଥିଲା । ଏଥିରେ ପଞ୍ଚପାଣ୍ଡବ ଓ ଦ୍ରୌପଦୀ କିପରି ବିଭିନ୍ନ ବିଦ୍ୟା ଓ ସେବା ବଳରେ ବିରାଟ ରାଜାଙ୍କ ନିକଟରେ ଗୁପ୍ତ ବେଶରେ ରହିଥିଲେ । ସେହି ପୌରାଣିକ ବିଷୟ ବସ୍ତୁକୁ ନେଇ ନାଟକ ପରିବେଷଣ ହୋଇଥିଲା । ମଞ୍ଚସ୍ଥ ନାଟକରେ ବିରାଟ ଭୂମିକାରେ ଦୁର୍ବାସା ରଣା, ଦୂତ- ଇନ୍ଦ୍ରମଣି ରଣା, ମନ୍ତ୍ରୀ- ଲକେଶ ରଣା, ଯୁଧୁଷ୍ଠିର- କୌଶିକ ରଣା, ଦ୍ରୌପଦୀ- ସୌରଭ ରଣା, ଭୀମ- ତ୍ରିଲୋଚନ ରଣା, ଅର୍ଜୁନ- ଭକ୍ତ ରଣା, ନକୁଳ- ମୁକେଶ ରଣା, ସହଦେବ- ନିଳାଞ୍ଚଳ ରଣା, ଉତ୍ତରାବାଳୀ- ନାରାୟଣ ରଣା, ମନୁରାଜା- ଜଗା ରଣା, ଅଗସ୍ତି- ବୈଲୁଚନ ରଣା, ଶଇଶ- ଆଶିଷ ରଣା, ସଖୀ- କଳାକାହୁ ରଣା, ଦେବାଶିଷ ରଣାଙ୍କ ସମେତ ଅନେକ କଳାକାର ଅଭିନୟ କରିଥିଲେ । ଅନୁଷ୍ଠାନର ସଭାପତି ପୁରନ୍ଦର ରଣା ଓ ସମ୍ପାଦକ ସୁଶାନ୍ତ ରଣାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ନାଟକରେ କୃଷ୍ଣଚନ୍ଦ୍ର ରଣା, ସମ୍ବାରୁ ରଣା, ପୁରାଣ ପଣ୍ଡା ନିର୍ମଳ ରଣା, ଟଙ୍କଧର ରଣା, ସରୋଜ ରଣା, ବିଶ୍ବାମିତ୍ର ରଣା ପ୍ରମୁଖ ବିଭିନ୍ନ କାର୍ଯ୍ୟରେ ସହଯୋଗ କରିଥିଲେ । ଏହି ଅନୁଷ୍ଠାନ ଆଜି ତାର ଦ୍ଵିତୀୟ ରଜନୀରେ ମଲ୍ଲ ଯୁଦ୍ଧ ଓ ବ୍ୟାଘ୍ର ଯୁଦ୍ଧ ନାଟକ ମଞ୍ଚସ୍ଥ କରିବ ବୋଲି ଅନୁଷ୍ଠାନ ର ସମ୍ପାଦକ ଶ୍ରୀ ରଣା କାର୍ଯ୍ୟକ୍ରମ ସମ୍ପକରେ ସୂଚନା ଦେଇଛନ୍ତି ।

Related posts

ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସିଇଓ ଙ୍କ ପର୍ଯ୍ୟଟନ ସ୍ଥଳି ଗୁଡହାଣ୍ଡି ଡୋକରିଚଞ୍ଚରା ଗ୍ରସ୍ତ

Sunil Chandra Nayak

ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୭୭ ତମ ସ୍ବାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ 

Sunil Chandra Nayak

“From Ease of Doing Business to Ease of Living: Bishi Calls for Real Reform, Not Rhetoric”.

Sunil Chandra Nayak

Leave a Comment

error: Content is protected !!