ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଭଞ୍ଜନଗରରେ ସେକ୍ସ ରାକେଟ ଠାବ, ରାଣୀମାଛି ସହ ୪ଗିରଫ 

ଭଞ୍ଜନଗରରେ ସେକ୍ସ ରାକେଟ ଠାବ, ରାଣୀମାଛି ସହ ୪ଗିରଫ 

ଭଞ୍ଜନଗର, ତା ୧୭/୦୪ ପ୍ରଥମ ଥର ପାଇଁ ଭଞ୍ଜନଗର ସହରରେ ଏକ ସେକ୍ସ ରାକେଟ ଠାବ କରିଛି ପୋଲିସ। ସୂଚନା ପ୍ରକାରେ ଭଞ୍ଜନଗର ସହରର ମଧ୍ୟଭାଗରେ ଥିବା ନାହାତୁଠ ସାହିରେ ଗତ କିଛି ଦିନ ହେବ ଅନୈତିକ କାର୍ଯ୍ୟ ହେଉଥିବା ପୋଲିସକୁ ଖବର ମିଳିଥିଲା ଗତ ୧୫ତାରିଖ ରାତିପ୍ରାୟ ୧୦ଟା ସମୟରେ ଏସ ଆଇ ସମୀର କୁମାରି ସେଠିଙ୍କ ଅଭିଯୋଗ କ୍ରମେ ପେଟ୍ରୋଲିଂ ଗାଡି ଭଞ୍ଜନଗର ଶଙ୍ଖ ସାହିକୁ ଯାଇଥିଲା।ପୋଲିସ ମାନେ ଖୋଜାଖୋଜି କରିଥିଲେ ବହୁସମୟ ପରେ ଏକ ହଳଦିଆ ରଙ୍ଗ ଘରକୁ ସଂନ୍ଦେହେ କରି ପୋଲିସ ଚଢ଼ାଉ କରିଥିଲେ। ଘର ଭିତରେ କିଛି ଦେହଜୀବୀ ଏବଂ କିଛି ବ୍ୟକ୍ତି ଙ୍କ ମଧ୍ୟରେ ଅନୈତିକ କାର୍ଯ୍ୟ ବା ସେକ୍ସ ହେରୁଥିବା ଦେଖିଥିଲେ ପୋଲିସ । ଘଟଣା ସ୍ଥଳରୁ ଭୁବନେଶ୍ୱରର ଗୋଟିଏ ୨୬ ବର୍ଷୀୟ ଦେହଜୀବୀ ଏବଂ ୪ଜଣ ବ୍ୟକ୍ତିଙ୍କ ସହ ରାଣୀମାଛି ବା ବ୍ରୋକର ଅମର@ଗୀତା ନଇକ କୁ ପୋଲିସ ଗିରଫଥିଲା। ପରେ ତଦନ୍ତ ଅଧିକାରୀ ତଥା ଥାନାଧିକାରୀ ଜୀବନାନନ୍ଦ ଜେନା ଙ୍କ ସହ ବେଲଗୁଣ୍ଠା ଥାନାଧିକାରୀ ରେବତୀ ଶବର ଏବଂ ମାଜିଷ୍ଟ୍ରେଟ ଅବିନାଶ ମାହାର ଙ୍କ ଉପସ୍ଥିତିରେ ଉକ୍ତ ଘରୁ କିଛି ବ୍ୟବହୃତ ଏବଂ ଅବ୍ୟବହୃତ କଣ୍ଡମ, ମଦ ବୋତଲ,ମୋବାଇଲ ଫୋନ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଥିଲା। ଅମର @ଗୀତା ନଇକ ସହ ଅନ୍ୟ ମାନଙ୍କ ନାଁରେ ଭଞ୍ଜନଗର ଥାନା କେଶ ନମ୍ବର ୩୨୬ରେ ଏକ ମାମଲା ୠଜୁକରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଥିବା ଥାନାଧିକାରୀ ଜୀବନନ୍ଦ ଜେନା ସୂଚନା ଦେଇଛନ୍ତି।

Related posts

ବାଲି ଚୋରା ଚାଲାଣ ବେଳେ ୨ ଟ୍ରକ ଜବତ

masiha

ବେକରେ କୌପୀନ ବାନ୍ଧି ଅଲେଖ ବାବାଙ୍କ ଆତ୍ମହତ୍ୟା

masiha

ମୋଟର ପମ୍ପ ଚୋରି ଅଭିଯୋଗରେ ୩ ଅଭିଯୁକ୍ତ କୋର୍ଟ ଚାଲାଣ

Sunil Chandra Nayak

Leave a Comment

error: Content is protected !!