ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଚୋରା ମୋବାଇଲ୍ ର଼୍ୟାକେଟ୍‌ର ପର୍ଦ୍ଦାଫାଶ: ପଶ୍ଚିମବଙ୍ଗର ୨ ଗିରଫ,୨୬ ମୋବାଇଲ,୩୯ ବ୍ୟାଟେରୀ ଓ ସିମ୍ କାର୍ଡ ଜବତ 

ଚୋରା ମୋବାଇଲ୍ ର଼୍ୟାକେଟ୍‌ର ପର୍ଦ୍ଦାଫାଶ: ପଶ୍ଚିମବଙ୍ଗର ୨ ଗିରଫ,୨୬ ମୋବାଇଲ,୩୯ ବ୍ୟାଟେରୀ ଓ ସିମ୍ କାର୍ଡ ଜବତ 

ବେଲଗୁଣ୍ଠା ତା ୧୭/୪ ବେଲଗୁଣ୍ଠା ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ସହରର ବେଦ୍ରୀ ସାହି ଅଞ୍ଚଳରେ ଚାଲିଥିବା ଏକ ଚୋରା ମୋବାଇଲ୍ କାରବାର ଉପରେ ଚଢ଼ାଉ କରି ପୋଲିସ ଦୁଇଜଣ ଅନ୍ତଃରାଜ୍ୟ ଅପରାଧୀଙ୍କୁ ଗିରଫ କରିଛି ।ଗିରଫ ଅଭିଯୁକ୍ତମାନେ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ, ବେଲଗୁଣ୍ଠା ବେଦିରି ସାହିରେ ଏକ ଭଡ଼ା ଘରେ ରହି କିଛି ବ୍ୟକ୍ତି ବେଆଇନ କାର୍ଯ୍ୟକଳାପ ଚଳାଉଥିବା ନେଇ ପୋଲିସ ନିକଟରେ ଖବର ପହଞ୍ଚିଥିଲା। ପୋଲିସ ଏହି ସ୍ଥାନରେ ଚଢ଼ାଉ କରିବା ସମୟରେ ବିପୁଳ ପରିମାଣର ଚୋରା ମୋବାଇଲ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ଉଦ୍ଧାର କରିଥିଲା।ଜବତ ହୋଇଥିବା ସାମଗ୍ରୀ ମଧ୍ୟରେ ୨୬ଟି ବିଭିନ୍ନ କମ୍ପାନୀର ଚୋରା ମୋବାଇଲ୍ ଫୋନ୍ ,୩୯ଟି ମୋବାଇଲ୍ ବ୍ୟାଟେରୀ,୧୬ଟି ବିଭିନ୍ନ ଟେଲିକମ୍ କମ୍ପାନୀର ସିମ୍ କାର୍ଡ,ଗୋଟିଏ ହିରୋ ହୋଣ୍ଡା ସ୍ପ୍ଲେଣ୍ଡର ପ୍ରୋ ମୋଟରସାଇକେଲ୍,ଗୋଟିଏ ଟିଭିଏସ୍ ଏକ୍ସେଲ୍ ମୋପେଡ୍ ରହିଥିବା ବେଲଗୁଣ୍ଠା ପୋଲିସ ସୂଚନା ଦେଇଛି।ଗିରଫ ଦୁଇ ଅଭିଯୁକ୍ତ ହେଲେ ପଶ୍ଚିମବଙ୍ଗ ମାଲଦା ଜିଲ୍ଲାର ହରିଶ୍ଚନ୍ଦ୍ରପୁର ଥାନା ଅଞ୍ଚଳର ତାଲଗାଛି ଗ୍ରାମର ଆଶ୍ରାଫୁଲ୍ ହକ୍ (୪୨) ଓ ଖିଦିରପୁର୍ ଗ୍ରାମର ନୁରୁଲ୍ ଇସଲାମ୍ (୩୦) ଉଭୟଙ୍କ ଘର । ସେମାନେ ଏଠାରେ ଫେରିବାଲା ଭାବେ କାମ କରିବା ଆଳରେ ଚୋରା ମୋବାଇଲ୍ କାରବାର କରୁଥିବା ସନ୍ଦେହ କରାଯାଉଛି।ଏହି ମାମଲାରେ ବେଲଗୁଣ୍ଠା ପୋଲିସ କେସ୍ ନଂ- ୧୭୮/୨୬ ଅନୁଯାୟୀ ଏକ ମାମଲା ରୁଜୁ କରିଛି। ଭାରତୀୟ ନ୍ୟାୟ ସଂହିତା ଧାରା ୩୩୧(୪), ୩୩୧(୩), ୩୦୫, ୩୩୬(୩), ୩୪୦(୨) ଏବଂ ୩(୫) ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ଗ୍ୟାଙ୍ଗ ସହ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି ଏବଂ ଏହି ମୋବାଇଲ୍ ଗୁଡ଼ିକ କେଉଁଠାରୁ ଚୋରି ହୋଇଥିଲା, ସେ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ବୋଲି ଥାନାଧିକାରୀ ରେବତୀ ଶବର ପ୍ରକାଶ କରିଛନ୍ତି।

Related posts

ଅବକାରୀ ବିଭାଗକୁ ବଡ ସଫଳତା, ୫୦୦ ବସ୍ତା ମହୁଲ ଜବତ: ଗାଡି ଜବତ ଡ୍ରାଇଭର ଓ ହେଲପର ଗିରଫ୍ 

masiha

ନକଳି ବିଦେଶୀ ମଦ କାରଖାନା ଠାବ-ଲକ୍ଷାଧିକ ଟଙ୍କା ମୁଲ୍ୟର ଲେବଲ ଓ ଠିପି ଜବତ

Sunil Chandra Nayak

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଭିଣେଇ କୁ ମରଣାନ୍ତକ ଆକ୍ରମଣ କଲା ଶଳା

masiha

Leave a Comment

error: Content is protected !!