ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସିଜିମାଳି ଓ ରାଜ୍ୟର ବିଭିନ୍ନ ସ୍ଥାନରେ କମ୍ପାନୀଙ୍କ ପାଇଁ ବଳପୂର୍ବକ ଜମି ଅଧିଗ୍ରହଣ ଓ ପୋଲିସ ଦମନ ପ୍ରତିବାଦରେ ରାଜ୍ୟବ୍ୟାପି ପ୍ରତିବାଦ ଦିବସ 

ସିଜିମାଳି ଓ ରାଜ୍ୟର ବିଭିନ୍ନ ସ୍ଥାନରେ କମ୍ପାନୀଙ୍କ ପାଇଁ ବଳପୂର୍ବକ ଜମି ଅଧିଗ୍ରହଣ ଓ ପୋଲିସ ଦମନ ପ୍ରତିବାଦରେ ରାଜ୍ୟବ୍ୟାପି ପ୍ରତିବାଦ ଦିବସ 

ବ୍ରହ୍ମପୁର,୧୭/୦୪ ରାୟଗଡା–କଳାହାଣ୍ଡି ଜିଲ୍ଲାର ସିଜିମାଳି ପର୍ବତ ଅଞ୍ଚଳରେ ବେଦାନ୍ତର ପ୍ରସ୍ତାବିତ ବକ୍ସାଇଟ୍ ଖଣି ପ୍ରକଳ୍ପର ବାତିଲ ଦାବିରେ ଓ ତା’କୁ ବିରୋଧ କରୁଥିବା ସାଧାରଣ ଲୋକଙ୍କ ଉପରେ ପୋଲିସର ଦମନ ବିରୁଦ୍ଧରେ ତଥା ଅନ୍ୟାନ୍ୟ ଦାବି ନେଇ ଆଜି ରାଜ୍ୟବ୍ୟାପି ପ୍ରତିବାଦ ଦିବସର ପାଳିତ ହୋଇଯାଇଛି । ଏସ୍‌ୟୁସିଆଇ(କମ୍ୟୁନିଷ୍ଟ), ସିପିଆଇ(ଏମଏଲ) ରେଡ଼ଷ୍ଟାର, ସିପିଆଇ(ଏମଏଲ) ଓ ସିପିଆଇ(ଏମଏଲ) ନିଉ ଡ଼େମୋକ୍ରାସି ପରି ରାଜ୍ୟର ୪ଟି ବାମପନ୍ଥୀ ରାଜନୈତିକ ଦଳ ପକ୍ଷରୁ ଦିଆଯାଇଥିବା ଏହି ପ୍ରତିବାଦ ଦିବସ ଡାକରା ପରିପ୍ରେକ୍ଷୀରେ ଆଜି ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଚାଷୀ,ମୂଲିଆ ଓ ଆଦିବାସୀମାନଙ୍କ ଏକ ବିଶାଳ ଶୋଭାଯାତ୍ରା ଓ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା । ସିପିଆଇ(ଏମଏଲ) ନିଉ ଡ଼େମୋକ୍ରାସି ପାର୍ଟି ପକ୍ଷରୁ ଆଜି ସକାଳେ ସ୍ଥାନୀୟ କଲେଜ ଛକ ଠାରୁ ଏକ ବିଶାଳ ପଟୁଆର ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିବା ପରେ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା । ସିପିଆଇ(ଏମଏଲ) ନିଉ ଡ଼େମୋକ୍ରାସିର ଜିଲ୍ଲା ମୁଖପାତ୍ର କେଦାର ଶବର, ସମ୍ଵୁରା ଶବର, କାଡୁକା ଶବର, ଜୁନେଶ ମେଦି, ସୁଙ୍କା ଶବର,ଗଣେଶ୍ଵରୀ ଶବର ଓ ଗୌରୀ ଶବରଙ୍କ ନେତୣତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଳକରୁ ଶହ ଶହ ସଂଖ୍ୟାରେ ଲୋକ ଯୋଗ ଦେଇଥିଲେ ।

ବିକ୍ଷୋଭରେ ବକ୍ତାମାନେ ନିଜର ବକ୍ତବ୍ୟ ରଖି ରାଜ୍ୟରେ ମୋହନ ମାଝୀଙ୍କ ନେତୣତ୍ଵରେ ବିଜେପିର ଡବଲ ଇଂଜିନ ସରକାର ଦେଶୀ ବିଦେଶୀ ବୣହତ୍ତ କର୍ପୋରେଟମାନଙ୍କ ଏଜେଣ୍ଟ ସାଜି ଜମି, ଜଙ୍ଗଲ ଓ ପାଣିକୁ ସେମାନଙ୍କୁ ଟେକିଦେବାରେ ଲାଗିଛି ବୋଲି କହିଥିଲେ । କମ୍ପାନୀ କବଳରୁ ନିଜର ଜମି, ଜଙ୍ଗଲ ଓ ପାହାଡକୁ ରକ୍ଷା କରିବା ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସାଧାରଣ ଲୋକେ ବିଶେଷ କରି ଆଦିବାସୀମାନେ ଗଣତାନ୍ତ୍ରିକ ପଦ୍ଧତିରେ ସଂଘର୍ଷ କରୁଛନ୍ତି । କିନ୍ତୁ ଦୁଃଖର କଥା ସରକାର କମ୍ପାନୀର ବୋଲକରା ହୋଇ ଲୋକଙ୍କ ଉପରେ ଆକ୍ରମଣ କରୁଛି । ରାୟଗଡାର ସିଜିମାଳି, ସୁନ୍ଦରଗଡ଼ର ଲାଞ୍ଜିବେର୍ଣ୍ଣା ଓ କେନ୍ଦୁଝର ଜିଲ୍ଲାର ପାଟଣା ସମେତ ଅନୁସୂଚୀତ ଅଞ୍ଚଳରେ ଥିବା ପେସା ଆଇନ, -୧୯୯୬, ଜଙ୍ଗଲ ଅଧିକାର ଆଇନ -୨୦୦୬ ତଥା ନକରି ସାଧାରଣ ଲୋକ ବିଶେଷ କରି ଆଦିବାସୀମାନଙ୍କ ସାମ୍ଵିଧାନିକ ଓ ଆଇନଗଦ ଅଧିକାରକୁ ଛଡେଇ ନେଉଛନ୍ତି ବୋଲି ଅଭିଯୋଗ କରିଥିଲେ ।

ନିକଟରେ କାଶିଞଗର ବ୍ଳକର ମଧୂସୁଦନପୁର ଠାରେ ଏକ ସରକାରୀ ଜମିରେ ଘର କରିଥିବା ଆଦିବାସୀମାନଙ୍କୁ ବଳପୂର୍ବକ ଉଚ୍ଛେଦ କରିବାକୁ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ଗାଁର ଆଦିବାସୀ ମହିଳାଙ୍କ ଉପରେ ଯେଉଁଭଳି ମରଣାତ୍ମକ ଆକ୍ରମଣ କରିଥିଲ, ସେହି ଘଟଣାର ତଦନ୍ତ କରି ନ୍ୟାୟ ଦେବାକୁ ମଧ୍ୟ ଦାବି କରାଯାଇଥିଲା ।

ଶେଷରେ ଆଠ ଦଫା ଦାଵି ସମ୍ଵଳିତ ଏକ ସ୍ମାରକପତ୍ର ଗଜପତି ଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କୁ ପ୍ରେରଣ କରାଯାଇଥିଲା ।

Related posts

ଜିଲ୍ଲାର ଜଳ ସମସ୍ୟା ନେଇ ମିଳିତ ନାଗରିକ କମିଟି ପକ୍ଷରୁ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ

ଆଇନସେବା ପ୍ରାଧିକରଣ ରୟଗଡା ଦ୍ବାରା ରାୟଗଡା କୋଟ ପରିସରରେ ଆଇନ ସଚେତନତା ଶିବିର

masiha

ଲେଖା ନିୟନ୍ତ୍ରକ, ଓଡିଶା କାର୍ଯ୍ୟାଳୟର ପ୍ରୟାସରେ କବିସୂର୍ଯ୍ୟ ନଗରର ଅନିତାଙ୍କୁ ମିଳିଲା ନ୍ୟାୟ

Sunil Chandra Nayak

Leave a Comment

error: Content is protected !!