ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରକଳ୍ପ ସ୍ତରୀୟ ପୋଷଣ ପଖୱାଡା-୨୦୨୬ 

ପ୍ରକଳ୍ପ ସ୍ତରୀୟ ପୋଷଣ ପଖୱାଡା-୨୦୨୬ 

ହିଞ୍ଜିଳିକାଟୁ, ତା ୧୮/୦୪ ହିଞ୍ଜିଳିକାଟୁ ବ୍ଲକ୍ ପରିସର ଗଣେଶ ମଣ୍ଡପ ଠାରେ ଶନିବାର ପୂର୍ବାହ୍ନରେ ହିଞ୍ଜିଳିକାଟୁ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ବିଜୟଲକ୍ଷ୍ମୀ ପାଢ଼ୀ,ହିଞ୍ଜିଳିକାଟୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସାଗରିକା ଷଡ଼ଙ୍ଗୀଙ୍କ ଅଧକ୍ଷତାରେ ପୋଷଣ ଅଭିଯାନ ଅନ୍ତର୍ଗତ ପ୍ରକଳ୍ପ ସ୍ତରୀୟ ପୋଷଣ ପଖୱାଡା ୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୋଷଣ ପଖୱାଡା ୨୦୨୬ ଓଡିଶାରେ ଏବଂ ସାରା ଭାରତରେ ୯ ଏପ୍ରିଲରୁ ୨୩ ଏପ୍ରିଲ, ୨୦୨୬ ପର୍ଯ୍ୟନ୍ତ ପାଳନ କରାଯାଉଛି। ଏହି ୮ତମ ସଂସ୍କରଣ ମାତୃ/ଶିଶୁର ପୁଷ୍ଟିସାର, ୦-୬ ବର୍ଷ ପ୍ରାରମ୍ଭିକ ମସ୍ତିଷ୍କର ବିକାଶ ଏବଂ ସ୍କ୍ରିନ୍ ସମୟ ହ୍ରାସ ଉପରେ ଧ୍ୟାନ କେନ୍ଦ୍ରିତ କରୁଛି, ଯେଉଁଥିରେ ଅଙ୍ଗନୱାଡି କର୍ମୀ, ପରିବାର ଏବଂ ସମ୍ପ୍ରଦାୟର ସଦସ୍ୟମାନେ ଜନ ଭାଗୀଦାରୀ ଅଧୀନରେ ବହୁଳ ଅଂଶଗ୍ରହଣ କରିଛନ୍ତି । ମାତା ଏବଂ ଶିଶୁ ପୁଷ୍ଟିକର ଖାଦ୍ୟ ଯୋଗେଇଦେବା, ମସ୍ତିଷ୍କର ଉନ୍ନତି ପାଇଁ ୦-୩ ବର୍ଷ ବୟସର ପିଲାମାନଙ୍କର ଯତ୍ନ ନେବାକୁ ଉତ୍ସାହିତ କରିବା । ସ୍କ୍ରିନ ସମୟ ହ୍ରାସ କର ସମ୍ପ୍ରଦାୟର ଯୋଗଦାନ: ଉନ୍ନତ ପୁଷ୍ଟିକର ଖାଦ୍ୟ ପାଇଁ ଅଙ୍ଗନୱାଡି କେନ୍ଦ୍ରଗୁଡ଼ିକୁ ମଜବୁତ କରିବା ।କୁପୋଷଣ ମୁକାବିଲା ପାଇଁ ଅଭିବୃଦ୍ଧି ତଦାରଖ, ପୁଷ୍ଟିକର ରାଲି ଏବଂ ସ୍ଥାନୀୟ ଖାଦ୍ୟ ପ୍ରୋତ୍ସାହନ ଭଳି କାର୍ଯ୍ୟକଳାପ ସମସ୍ତ ୩୦ଟି ଜିଲ୍ଲାରେ କରାଯାଉଛି। ଉତ୍ତମ ପୋଷଣଯୁକ୍ତ ଖାଦ୍ୟ,ଶିଶୁ ଓ ଗର୍ଭବତୀ ମହିଳା ମାନଙ୍କର ଯତ୍ନ ନେବା ସହ କୁପୋଷଣ ହଟାଇ ସୁପୋଷଣରେ ପର୍ଣିତ କରିବା । ଗର୍ଭବତୀ ଅବସ୍ଥାରେ ମହିଳାମାନଙ୍କର ଯତ୍ନ ନେବା ସହ ସେମାନଙ୍କୁ ସମ୍ମାନ ଦେବା । ଛୋଟ ପିଲାମାନଙ୍କର ମସ୍ତିଷ୍କର ବିକାଶ ପାଇଁ ମୋବାଇଲ ଫୋନ୍ ଓ ଟିଭି ଠାରୁ ଦୂରେଇ ରଖିବା ଏବଂ ଖେଳନା ମାଧ୍ୟମରେ ସମୟ ବିନିଯୋଗ କରିବା ଆଦି ବିଷୟକୁ ନେଇ ଆଲୋଚନା କରାଯାଇଥିଲା । ଏହା ସହ ଆଜିର ଏହି କାର୍ଯ୍ୟକ୍ରମରେ ମୋ ଗେଲ୍ହା ଝିଅ କାର୍ଯ୍ୟକ୍ରମ ମଧ୍ୟମରେ ଜନ୍ମ ହୋଇଥିବା ଝିଅକୁ ପୁରଷ୍କୃତ କରାଗଲା । ୭ ଜଣ ଅଙ୍ଗନୱାଡି କର୍ମୀ ଙ୍କୁ ପୋଷଣ ରେ ପାରିଦର୍ଶିକା ଯୋଗୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ପୋଷଣ ବ୍ଲକ୍ ସଂଯୋଜକ ଶ୍ରୀକାନ୍ତ ମହାରଣା , ସୁପର୍ଭାଇଜର ସାରଦା ଶତପଥି, ବି କୁମାରୀ ଉମାପାତ୍ର, ସଂଯୁକ୍ତା ପ୍ରଧାନ ଙ୍କ ସହ ସମସ୍ତ ଅଙ୍ଗନୱାଡି କର୍ମୀ ଓ ବହୁ ସଂଖ୍ୟାରେ ମଆ ମାନେ ଉପସ୍ଥିତ ରହିଥିଲେ।

Related posts

ବମକ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରୁ ଚାଉଳ ଚୋରି ଘଟଣା: ସ୍କୁଲ ସମ୍ମୁଖରେ ଗ୍ରାମବାସୀଙ୍କ ଧାରଣା 

Sunil Chandra Nayak

ଓଡିଆ ପକ୍ଷ ଅବସରରେ ଐତିହ୍ୟ ଗଣଦୌଡ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ଅମିତ ଶାହାଙ୍କ ଇସ୍ତଫା ଦାବି କଲା ମୂଳ ନିବାସୀ ବିକାଶ ପରିଷଦ 

masiha

Leave a Comment

error: Content is protected !!