ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ପ୍ରବନ୍ଧ

ଅକ୍ଷୟ ତୃତୀୟାର ମାହାତ୍ମ୍ୟ

ଅକ୍ଷୟ ତୃତୀୟାର ମାହାତ୍ମ୍ୟ

ଶାସ୍ତ୍ରରେ ବର୍ଣିତ ରହିଛି ଅକ୍ଷୟ ତୃତୀୟା ଦିନ ତ୍ରୈତୟା ଯୁଗ ଆରମ୍ଭ ହୋଇଥିଲା । ଏହି ଦିନ ବ୍ୟାସଦେବ ମହାଭାରତ ଲେଖିବା ଆରମ୍ଭ କରିଥିଲେ । ମା’ ଗଙ୍ଗା ଧରାବତରଣ କରିଥିଲେ । ମା ଅନ୍ନପୂର୍ଣ୍ଣାଙ୍କର ମଧ୍ୟ ଜନ୍ମ ତିଥୀ ।ସୁଦାମା ଏହି ତିଥିରେ ଭଗବାନ କୃଷ୍ଣଙ୍କର ସାନିନ୍ଧ୍ୟରେ ଦରିଦ୍ରତାରୁ ମୁକ୍ତି ପାଇଥିଲେ । ଶ୍ରୀକୃଷ୍ଣ ଦୌପଦୀଙ୍କୁ ଅକ୍ଷୟପାତ୍ର ପ୍ରଦାନ କରିଥିଲେ । ଆମର ଆରାଜ୍ୟ ପ୍ରଭୁ ଶ୍ରୀଜଗନ୍ନାଥ ଚତୁର୍ଥା ମୂତୀଙ୍କର ରଥ ନିର୍ମାଣର ଶୁଭ ପ୍ରଦାନ କରାଯାଇଥାଏ । ଏହି ଅକ୍ଷୟ ତୃତୀୟା ତିଥିରୁ ବାଲ୍ ଗୋପାଳ ନନ୍ଦ ଲାଲ ସର୍ବାଙ୍ଗେ ଚନ୍ଦନ ଲେପନର ବିଧି ରହିଛି । ଏହିଦିନ ଗୃହ ଶୁଭଦେବା, ଗୃହ ପ୍ରତିଷ୍ଠା କରିବା, ବାସ୍ତୁପୂଜା କରିବା, ନାମ ଜପ କରିବା, ଘରକୁ ନୂତନ ପ୍ରଦାର୍ଥ କିଣିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହି ଦିନ ଚାଷୀକୂଳ ଭୂମି ପୂଜନ କରି ଚାଷ କାର୍ଯ୍ୟ ଆରମ୍ଭ କରିଥାନ୍ତି ।

ଏଣୁ ଏହି ପବିତ୍ର ଦିନରେ କେଉଁ ଉପାୟ କଲେ ସର୍ବ ସୁଖ ଲାଭ ହେବ । ପିତୃ ଦୋଷରୁ ମୁକ୍ତି ନିର୍ମିତ ଘରର ଅଗ୍ନି କୋଣରେ ବା ରୋଷେଇ ଘରେ ସୋରିଷ ତେଲର ଦୀପରେ ରାଶି ପକାଇ ଜଳାଇଲେ ପିତୃଦୋଷରୁ ମୁକ୍ତି ମିଳିଥାଏ । ଘରର ଦକ୍ଷିଣରେ ସୋରିଷ ତେଲର ଚଉମୁଖୀ ଦୀପ ଜଳାଇଲେ ଅକାଳ ମୃତ୍ୟୁ ଭୟରୁ, ରୋଗରୁ, ଶୋକରୁ ଏବଂ ଅଯଥା କେସ୍ କଚେରୀ ମାମଲାରୁ ମୁକ୍ତି ମିଳିଥାଏ । ଗୃହର ମୁଖ୍ୟ ଦ୍ବାରରେ ଆମ୍ବ ପତ୍ରର ତୋରଣ କରିବା ସହିତ ଦୀପ ପ୍ରତ୍ତୋଳିତ କଲେ ଘରକୁ ଶୁଭଶକ୍ତି ପ୍ରଦେଶ କରିଥାଏ ଏବଂ ବାସ୍ତୁଦୋଷ ନିବାରଣ ହୋଇଥାଏ । ରାତ୍ରୀରେ ଗୃହର ଛାତ ଉପରେ ପୂର୍ବମୁଖ ହୋଇ ଦୀପଦାନ କଲେ ଭୌତିକ ବାଧା ଆସିନଥାଏ । ମା ଲକ୍ଷ୍ମୀଙ୍କୁ କ୍ଷୀରି ଭୋଗ ଅର୍ପଣ କଲେ ମା ଲକ୍ଷ୍ମୀ ବର୍ଷସାରା ଘରେ ସଂପର୍ଶ ରୁହନ୍ତି ।

କେଉଁ ରାଶିର ବ୍ୟକ୍ତି ଅକ୍ଷୟ ତୃତୀୟା ଦିନ କେଉଁ ଜିନିଷ କିଣିଲେ ମିଳିବ ଶୁଭଫଳ ;-

ମେଷ ରାଶି ; – ଲାଲ ମାଠିଆ, ମାଟି ମୂର୍ତୀ, ରକ୍ତ ଚନ୍ଦନ, ସୁନାରୂପା, ଲାଲବସ୍ତ୍ର, ଆସବାପତ୍ର, ଯାନବାହନ ଆଦି କ୍ରୟକଲେ ଶୁଭଫଳ ମିଳିଥାଏ ।
ବୃଷରାଶି ; – ଶ୍ବେତ ବସ୍ତ୍ର, ସୁନାରୁପା, ପ୍ଲାଟିନମ, ଅତର, ଆସବାସ ପତ୍ର, ଲକ୍ଷ୍ମୀଙ୍କ ମୂର୍ତି କିମ୍ବା ଫଟୋଚିତ୍ର, ଯାନବାହାନ ଆଦି ଅତ୍ୟନ୍ତ ଶୁଭ ।
ମିଥୁନ ରାଶି ; – କଂସା ପାତ୍ର, କାମଧେନୁ ଗାଈ, ସୁନାରୁପା, ବୃଦ୍ଧଦାରକ ଲତା ଅତ୍ୟନ୍ତ ଶୁଭ ।
କର୍କଟ ରାଶି ; – ଶ୍ୱେତବସ୍ତ୍ର, ସୁନାରୁପା, ମୋତି ଶଙ୍ଖ, ବସ୍ତ୍ର, ରୁପାର ଫରୁଆ କ୍ରୟ କଲେ ଅତ୍ୟନ୍ତ ଶୁଭ ।
ସିଂହ ରାଶି ; – ତମ୍ବାପାତ୍ର, ସୁନାରୁପା, ମାଣିକ୍ୟ, ଧାତୁ ନିର୍ମିର୍ତ ହସ୍ତୀ, ସୂର୍ଯ୍ୟ ଶଙ୍ଖ, ଲାଲ ପାଟବସ୍ତ୍ର ଆଦି ଅତ୍ୟନ୍ତ ଶୁଭ |
କନ୍ୟାରାଶି ;- ସବୁଜ ପାଟବସ୍ତ୍ର, କଂସ୍ୟପାତ୍ର, କୁଶ, ପଥର ମୂର୍ତି, ମାଟି ପାତ୍ର, ପାନା ରତ୍ନ, ଶ୍ରୀଗଣେଶ ମୂର୍ତି ଅତ୍ୟନ୍ତ ଶୁଭ।
ତଳା ରାଶି :- ଶେତବସ୍ତ୍ର, ଶୀଯନ୍ତ୍ର, ଗୀତା, ମିଶିରି, ବସମତି ଚାଉଳ, ଅତର, ଘଂଟୀ, ଯାନବାହାନ ଆଦି ଅତ୍ୟନ୍ତ ଶୁଭ ।
କନ୍ୟାରାଶି ;- ସବୁଜ ପାଟବସ୍ତ୍ର, କାଂସ୍ୟପାତ୍ର, କୁଶ, ପଥର ମୂର୍ତି, ମାଟି ପାତ୍ର, ପାନା ରତ୍ନ, ଶ୍ରୀଗଣେଶ ମୂର୍ତି ଅତ୍ୟନ୍ତ ଶୁଭ ।
ତୁଳା ରାଶି : – ଶ୍ବେତବସ୍ତ୍ର, ଶ୍ରୀଯନ୍ତ୍ର, ଗୀତା, ମିଶିରି, ବସୁମତି ଚାଉଳ, ଅତର, ଘଂଟୀ, ଯାନବାହାନ ଆଦି ଅତ୍ୟନ୍ତ ଶୁଭ ।
ବିଛାରାଶି ;- ଲାଲ ଚନ୍ଦନ, ଲାଲ ପାଟବସ୍ତ୍ର, ନରସିଂହ ଯନ୍ତ୍ର, ରକ୍ତ ପ୍ରବାଳ, ସୁନାରୁପା, ଆଦି ଅତ୍ୟନ୍ତ ଶୁଭ ଧନୁରାଶି ;- ହଳଦୀଆ ପାଟବସ୍ତ୍ର, ହଳଦୀ, ଶ୍ଵେତ ସୋରିଷ, ପୀତ ପୋଖରାଜ, ବ୍ରହ୍ମଜଷ୍ଠୀ ମୂଳ ଅତ୍ୟନ୍ତ ଶୁଭ /
ମକର ରାଶି :- ନୀଳ ପାଟବସ୍ତ୍ର, ଯାନବାହାନ, କଳାରାଶି, ରାଶିତେଲ, ଗରୁଡ ପୁରାଣ ଆଦି କ୍ରୟ କଲେ ଅତ୍ୟନ୍ତ ଶୁଭ ।
କୁମ୍ଭ ରାଶି ;- ନୀଳ ପାଟବସ୍ତ୍ର, ପୀତାମ୍ବରୀ, କଳା କଉଡି, ଶାଳଗ୍ରାମ, ଯାନବାହାନ ଅତ୍ୟନ୍ତ ଶୁଭ।
ମୀନରାଶି ;- ପାଟ ପୀତାମ୍ବରୀ ବସ୍ତ୍ର, ବସୁମତି ଚାଉଳ, ମୁଗ ଜାଇ, ହଳଦୀ, ସୁନାରୂପା ଅତ୍ୟନ୍ତ ଶୁଭ।

ଏହି ଦିନ ରେ ବିଦ୍ୟାରମ୍ଭ, ପୁରାଣ ଶାସ୍ତ୍ର ପଠନ ଆରମ୍ଭ, ଗୃହ ଶୁଭ ଓ ପ୍ରତିଷ୍ଠା, ବ୍ୟବସାୟ ଶୁଭ ପ୍ରତିଷ୍ଠା, ଜଳଦାନ, ଅନ୍ନଦାନ, ଦୁଗ୍ଧଦାନ, ଅଳଙ୍କାର ଦାନ, ଗୋଦାନ, ଶୃଙ୍ଗାର ପ୍ରଦାର୍ଥ ଦାନ, ବହିଖାତା ଦାନ, ଔଷଧ ଦାନ ଅତ୍ୟନ୍ତ ଶୁଭ ହୋଇଥାଏ । ଶ୍ରୀଯନ୍ତ୍ର, ବିଘ୍ନ ବିନାଶକ ଯନ୍ତ୍ର, ବ୍ୟବସାୟୀକ ଯନ୍ତ୍ର, ମାଣ, ଟାଇଲି, କାମଧେନୁ ଗାଈ, କଳସ, ମୋତି ଶଙ୍ଖ, ଦକ୍ଷିଣାବର୍ତ ଶଙ୍ଖ, ସୂର୍ଯ୍ୟ ଶଙ୍ଖ, ଚନ୍ଦ୍ର ଶଙ୍ଖ, ଲକ୍ଷ୍ମୀ କଉଡି, ଗୋମତି ଚକ୍ର, ସାମୁକା ଈତ୍ୟାଦି ଆର୍ଥିକ ଅଭିବୃଦ୍ଧି କରାଇବା ସହିତ ସର୍ବସୁଖ ଲାଭ କରାଇଥାଏ l

ଡ. ମନୋଜ ଲେଙ୍କା ଆନ୍ତରଜାତୀୟ ଜ୍ୟୋର୍ତିବିଦ୍

Related posts

ଯୋଗଜନ୍ମା ପୁରୁଷ -” ଗଡଜାତ ଗାନ୍ଧୀ ” ସାରଙ୍ଗଧର “

Sunil Chandra Nayak

ଆଜିର ଦିବସର ଅନୁଚିନ୍ତା : ଅପ୍ରେଲ ୧୦ ତାରିଖ: ଏକ ଆହ୍ୱାନ,ଏକ ଚେତନା,ଏକ ଦିଗ

Sunil Chandra Nayak

ଆଜିର ଦିବସର ଅନୁଚିନ୍ତା : ଜୁଲାଇ ୪ ତାରିଖ: ଆମେରିକାର ମୁକ୍ତି ସଂଗ୍ରାମ,ଗଡ୍ ପାର୍ଟିକଲ୍,ସ୍ୱାମୀ ବିବେକାନନ୍ଦ,କାର୍ଗିଲ୍ ଯୁଦ୍ଧ ମହାନ୍ ବିଜୟ ଦିବସ 

Leave a Comment

error: Content is protected !!