ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡିଶା ଆଦର୍ଶ ବିଦ୍ୟାଳୟ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ଶତ ପ୍ରତିଶତ 

ଓଡିଶା ଆଦର୍ଶ ବିଦ୍ୟାଳୟ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ଶତ ପ୍ରତିଶତ 

ହିଞ୍ଜିଳିକାଟୁ, ୧୯/୦୪ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ଶାସନ ଆମ୍ବଗାଁ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ କେନ୍ଦ୍ର ସରକାର ଶିକ୍ଷାବିଭାଗ ଦ୍ୱାରା ପରିଚାଳିତ ସିବିଏସଇ ଦଶମ ଶ୍ରେଣୀ ୨୦୨୫-୨୬ ର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଯାଇଛି । ଆଦର୍ଶ ବିଦ୍ୟାଳୟର ଏହି ବର୍ଷ ଦଶମ ଶ୍ରେଣୀ ସିବିଏସଇ ପରୀକ୍ଷାରେ ସମୁଦାୟ ୮୨ ଜଣ ଛାତ୍ରଛାତ୍ରୀ ଦେଇଥିଲେ,ସମସ୍ତେ ଉତ୍ତୀର୍ଣ୍ଣ ହୋଇ ପୂର୍ଣ ସଫଳତା ପାଇଥିବା ଜଣାପଡିଛି । ପ୍ରକାଶିତ ଦଶମ ଶ୍ରେଣୀ ପରୀକ୍ଷା ଫଳାଫଳରେ ଦୀପ୍ତି ରାଣୀ ସାହୁ ୯୭.୬୦ % ପ୍ରତିଶତ ରଖି ବିଦ୍ୟାଳୟ ଟପର ହୋଇଥିବା ବେଳେ ଅଭିଲିପ୍ସା ଗୌଡ଼ ୯୫.୬୦% ଓଁକାର ପଣ୍ଡା ୯୫.୬୦% ଦ୍ୱିତୀୟ ସ୍ଥାନ ଓ କାପଲ ସୁମିତ ୯୫.୨୦% ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ୧୫ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଉର୍ଦ୍ଧ୍ବ ମାର୍କ ରଖିଛନ୍ତି । ଚଳିତ ବର୍ଷ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସିବିଏସଇ ଦଶମ ଶ୍ରେଣୀର ପରୀକ୍ଷା ଫଳ ଶତ ପ୍ରତିଶତ ରହିଥିବା ଅଜଣା ଯାଇଛି । ଛାତ୍ରଛାତ୍ରୀ ମାନଙ୍କ ଏହି ସଫଳତାର ଶ୍ରେୟ ନିମନ୍ତେ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷା , ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ହିଞ୍ଜିଳି ବ୍ଳକ ନିବାସୀ,ଗ୍ରାମ ଅଞ୍ଚଳବାସୀ, ଅଭିଭାବକ, ସହପାଠୀ , ଗୁରୁଜନ ଓ ବିଦ୍ୟାଳୟର ସମସ୍ତ କର୍ମଚାରୀ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Related posts

ରୋଗାକ୍ରାନ୍ତ ଜୀବନ ମଧ୍ୟରେ ଛଟପଟ ବଞ୍ଚିବା ପାଇଁ ଅନ୍ଯର ସହଯୋଗ ପାଇଁ ଆଶାୟୀ କବିତା ମାଝୀ ,ଚିକିତ୍ସାରେ ଅର୍ଥ ସାଜିଛି ବାଧକ

masiha

ବିଧାୟକଙ୍କ ଉପସ୍ଥିତିରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ 

ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନର ସଚେତନତା କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!