ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋଟର୍ପେଟା ଛକରେ ଆଠ ବର୍ଷ ଧରି ନିତ୍ୟ ତ୍ରିରଙ୍ଗା ଉତ୍ତୋଳନ; ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି 

କୋଟର୍ପେଟା ଛକରେ ଆଠ ବର୍ଷ ଧରି ନିତ୍ୟ ତ୍ରିରଙ୍ଗା ଉତ୍ତୋଳନ; ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି 

ବ୍ରହ୍ମପୁର, ୨୩/୮: ଦେଶପ୍ରେମ, ରାଷ୍ଟ୍ରୀୟ ଚେତନା ଓ ଦେଶ ପ୍ରତି ସମର୍ପଣର ଅନନ୍ୟ ଉଦାହରଣ ପାଲଟିଛି ବ୍ରହ୍ମପୁରର କୋଟର୍ପେଟା ଛକ। ଦୀର୍ଘ ଆଠ ବର୍ଷ ଧରି ଏଠାରେ ପ୍ରତିଦିନ ନିୟମିତ ଭାବେ ତ୍ରିରଙ୍ଗା ଉତ୍ତୋଳନ କରାଯାଇ ଆସୁଛି। ରବିବାର ମଧ୍ୟ ପ୍ରତିଦିନ ଭଳି ଠିକ୍ ସକାଳ ୮ଟାରେ ରାଷ୍ଟ୍ରର ପ୍ରତୀକ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ଏହା ସହିତ ଏହି ନିଆରା ପରମ୍ପରା ନବମ ବର୍ଷରେ ପଦାର୍ପଣ କରିଛି।୨୦୧୮ ମସିହା ଅଗଷ୍ଟ ୨୩ ତାରିଖରେ ବିଜେପି ନେତା ରାମ ପାତ୍ରଙ୍କ ନେତୃତ୍ୱରେ କୋଟର୍ପେଟା ଛକରେ ନିତ୍ୟ ତ୍ରିରଙ୍ଗା ଉତ୍ତୋଳନର ଶୁଭାରମ୍ଭ ହୋଇଥିଲା। ସେହିଦିନଠାରୁ ଦିନଟିଏ ମଧ୍ୟ ବିରତି ନଦେଇ ଏହି ପରମ୍ପରା ନିରବଚ୍ଛିନ୍ନ ଭାବେ ଚାଲିଆସୁଛି। ଆଠ ବର୍ଷ ପୂରଣ କରି ଆଜିଠାରୁ ଏହା ନବମ ବର୍ଷରେ ପ୍ରବେଶ କରିଥିବାରୁ ଆୟୋଜକ ଓ ଉପସ୍ଥିତ ଲୋକଙ୍କ ମଧ୍ୟରେ ବିଶେଷ ଉତ୍ସାହ ପ୍ରକାଶ ପାଇଥିଲା। ପ୍ରତିଦିନ ଜାତୀୟ ପତାକା ଉତ୍ତୋଳନ କେବଳ ଏକ ଆନୁଷ୍ଠାନିକ କାର୍ଯ୍ୟ ନୁହେଁ, ବରଂ ଏହା ମାଧ୍ୟମରେ ସାଧାରଣ ଲୋକଙ୍କ ମନରେ ଦେଶପ୍ରେମ, ରାଷ୍ଟ୍ର ପ୍ରତି କର୍ତ୍ତବ୍ୟବୋଧ ଓ ‘ରାଷ୍ଟ୍ରହିତ ସର୍ବୋପରି’ ଭାବନା ଜାଗ୍ରତ କରିବା ହେଉଛି ମୁଖ୍ୟ ଉଦ୍ଦେଶ୍ୟ ବୋଲି ଆୟୋଜକମାନେ କହିଛନ୍ତି। ଆଜିର କାର୍ଯ୍ୟକ୍ରମରେ ‘ବନ୍ଦେ ମାତରମ୍’ ସହ ଜାତୀୟ ସଙ୍ଗୀତ ପରିବେଷଣ କରାଯାଇଥିଲା। ତ୍ରିରଙ୍ଗା ତଳେ ଏକତ୍ରିତ ହୋଇଥିବା ବୁଦ୍ଧିଜୀବୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ଦେଶପ୍ରେମ ଓ ରାଷ୍ଟ୍ରୀୟ ଭାବନାର ଉତ୍ସାହ ସ୍ପଷ୍ଟ ଭାବେ ପରିଲକ୍ଷିତ ହୋଇଥିଲା। ଏହି ଅବସରରେ ବିଶିଷ୍ଟ ସନ୍ଥ ପୂଜ୍ୟ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ପୁଣ୍ୟସ୍ମୃତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ୨୦୦୮ ମସିହା ଅଗଷ୍ଟ ୨୩ ତାରିଖ, ପବିତ୍ର ଜନ୍ମାଷ୍ଟମୀ ଦିନ ଘଟିଥିବା ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ମୃତ୍ୟୁ ଘଟଣାକୁ ସ୍ମରଣ କରି ତାଙ୍କ ଦେଶ ଓ ସମାଜ ପ୍ରତି ଅବଦାନକୁ ମନେ ପକାଯାଇଥିଲା। ଉପସ୍ଥିତ ବ୍ୟକ୍ତିମାନେ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧା ଓ ସମ୍ମାନ ଜଣାଇଥିଲେ।

କାର୍ଯ୍ୟକ୍ରମରେ ପ୍ରହଲ୍ଲାଦ ପାଣିଗ୍ରାହୀ, ଅଶୋକ ନିମେଇ, ଶ୍ରୀଧର ସାହୁ ମହେଶ୍ୱର ପାଣି, ସୀମାଞ୍ଚଳ ପଣ୍ଡା, ଶ୍ୟାମସୁନ୍ଦର ପ୍ରଧାନ, ରଜନୀକାନ୍ତ ମଣ୍ଡଳ, ରାମ ସାମଲ, ପ୍ରଭାତ କିରଣ ଷଡ଼ଙ୍ଗୀ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ମଦନ ଗୋପାଳ ପଣ୍ଡା, ସୁରେନ୍ଦ୍ର ସେଠୀ, ସଞ୍ଜୟ କୁମାର ଦାସ, କମଳ ପାତ୍ର, ଡ. ଅମୂଲ୍ୟ ଚୌଧୁରୀ, ଉମାକାନ୍ତ ପାଣିଗ୍ରାହୀ, ଭଗବାନ ଭୂଇଁଆ ଓ କେଦାରନାଥ ପଣ୍ଡାଙ୍କ ସମେତ ବହୁ ବୁଦ୍ଧିଜୀବୀ ଓ ସ୍ଥାନୀୟ ବ୍ୟକ୍ତି ଉପସ୍ଥିତ ଥିଲେ। କୋଟର୍ପେଟା ଛକରେ ଦୀର୍ଘ ଆଠ ବର୍ଷ ଧରି ଚାଲିଆସୁଥିବା ଏହି ନିତ୍ୟ ତ୍ରିରଙ୍ଗା ଉତ୍ତୋଳନ ପରମ୍ପରା ଆଜି ଅଞ୍ଚଳବାସୀଙ୍କ ପାଇଁ ଦେଶପ୍ରେମ ଓ ରାଷ୍ଟ୍ରୀୟ ଚେତନାର ଏକ ପ୍ରେରଣାଦାୟୀ ପ୍ରତୀକ ହୋଇପାରିଛି। ଦେଶର ଜାତୀୟ ପତାକା ପ୍ରତି ସମ୍ମାନ ଓ ଦେଶପ୍ରେମର ଏହି ଧାରା ଆଗାମୀ ଦିନରେ ମଧ୍ୟ ଅବ୍ୟାହତ ରହୁ ବୋଲି ଉପସ୍ଥିତ ବ୍ୟକ୍ତିମାନେ ଆଶା ପ୍ରକାଶ କରିଥିଲେ।

Related posts

ବାଇକ ଦୁର୍ଘଟଣାରେ ଶିକ୍ଷକ ମୃତୁ

masiha

ଶତାୟୁ,ପି ଏମ୍ ଶ୍ରୀ ବି.ବି.ସରକାରୀ ହାଇସ୍କୁଲ,ଢେଙ୍କାନାଳର ସହକାରୀ ଶିକ୍ଷକ କିରଣ କଣ୍ଟା,ଭୂପେନ୍ଦ୍ର ସିଂହ ମାଝୀଙ୍କର ସ୍ଥାନାନ୍ତର ଓ ଜ୍ୟୋତି ରଞ୍ଜନ ନାୟକ,ନଳିନୀ ବେହେରା ଓ କାର୍ଯ୍ୟାଳୟ ସହକାରୀ ଅଜିତ କୁମାର ବାରିକଙ୍କ ଯୋଗଦାନ ଉପଲକ୍ଷେ ବିଦାୟକାଳୀନ ଓ ସ୍ଵାଗତ ସମ୍ୱର୍ଦ୍ଧନା ସଭା -୨୦୨୫ ଅନୁଷ୍ଠିତ 

Sunil Chandra Nayak

ଜାମଦା ବ୍ଳକ! ବେଲପୋଷୀ ଗାଁ ରେ ଅଖିମୁଠି ଅନୁକୂଳ କଲେ ବିଧାୟକ ଜଲେନ ନାଏକ

masiha

Leave a Comment

error: Content is protected !!