ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

” ଓଡ଼ିଶାର ଅତ୍ୟନ୍ତ ପାରମ୍ପରିକ ଶୁଭ ପର୍ବ – ଅକ୍ଷୟ ତୃତୀୟା ” ଅକ୍ଷୟ ତୃତୀୟା ପର୍ବ ଉପଲକ୍ଷେ ସମସ୍ତଙ୍କୁ ବହୁତ ବହୁତ ଶୁଭେଚ୍ଛା

” ଓଡ଼ିଶାର ଅତ୍ୟନ୍ତ ପାରମ୍ପରିକ ଶୁଭ ପର୍ବ – ଅକ୍ଷୟ ତୃତୀୟା ” ଅକ୍ଷୟ ତୃତୀୟା ପର୍ବ ଉପଲକ୍ଷେ ସମସ୍ତଙ୍କୁ ବହୁତ ବହୁତ ଶୁଭେଚ୍ଛା

ଓଡ଼ିଶାର ସଂସ୍କୃତି ଏବଂ ପରମ୍ପରା ଅତ୍ୟନ୍ତ ପବିତ୍ର ଏବଂ ସମୃଦ୍ଧ,ଅକ୍ଷୟ ତୃତୀୟା ଦିନରେ କରାଯାଇଥିବା ପୁଣ୍ୟ କାର୍ଯ୍ୟ କେବେ ଶେଷ ହୁଏ ନାହିଁ,ଅକ୍ଷୟ ଶବ୍ଦର ଅର୍ଥ ଯାହା କେବେ ଶେଷ ହୁଏ ନାହିଁ, ଏହି ପର୍ବ ବୈଶାଖ ମାସର ଶୁକ୍ଳ ପକ୍ଷର ତୃତୀୟ ଦିନରେ ପାଳନ କରାଯାଏ। ଏହି ଦିନ ନୂତନ କାର୍ଯ୍ୟ ଆରମ୍ଭ କରିବା, ଶୁଭ ବୋଲି ବିବେଚନା କରାଯାଏ। ଅନେକ ପୌରାଣିକ କାହାଣୀ ଅକ୍ଷୟ ତୃତୀୟା ସହିତ ଜଡିତ। କୁହାଯାଏ ଯେ ଚାରି ଯୁଗ ମଧ୍ୟରୁ ତ୍ରେତୟା ଯୁଗ ଏହି ଦିନ ଆରମ୍ଭ ହୋଇଥିଲା। ଏହା ସହିତ ମହାଭାରତରେ ଏହି ଦିନର ଉଲ୍ଲେଖ ମଧ୍ୟ ଅଛି ଯେ ଏହି ଦିନ ପାଣ୍ଡବମାନେ ଅକ୍ଷୟ ପାତ୍ର ପାଇଥିଲେ, ଅନ୍ୟ ଏକ କାହାଣୀ ଅନୁସାରେ, ମାତା ଗଙ୍ଗା ଏହି ଦିନ ପୃଥିବୀରେ ଅବତରଣ କରିଥିଲେ। ଏହି ଦିନ ଚାଷୀମାନେ ହଳ କରିବା ସହିତ ଏବଂ ନୂତନ ବିହନ ବୁଣିବା ଆରମ୍ଭ କରନ୍ତି ଚାଷୀମାନେ ମାଟିକୁ ପବିତ୍ର ମନେ କରି ପୂଜା କରନ୍ତି ଓ ବଳଦ ଏବଂ କୃଷି ଉପକରଣ ମଧ୍ୟ ପୂଜା କରାଯାଏ।

 ଏହି ଦିନରେ ରଥଯାତ୍ରା ପାଇଁ ରଥ ନିର୍ମାଣ କାମ ଆରମ୍ଭ ହୁଏ। ମହାରଣା ଓ କାରିଗରମାନେ ପୂଜା କରି କାଠ କାମ ଆରମ୍ଭ କରନ୍ତି। ଏହି ଦିନ ତିନି ରଥର ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହୋଇଥାଏ ଓ ବାହାର ଚନ୍ଦନ ଯାତ୍ରା ୨୧ ଦିନ ଆରମ୍ଭ ହୋଇଥାଏ ।।ପୂଜାପଣ୍ଡା ଆଜ୍ଞାମାଳ ଦେବା ପରେ ଝୁଲଣ ମଣ୍ଡପ ତଳେ ରହିିବା ପାଲିଙ୍କିରେ ରାମକୃଷ୍ଣ ଓ ବିମାନରେ ଶ୍ରୀଦେବୀ, ଭୂଦେବୀ ଓ ମଦନମୋହନଙ୍କୁ ବିଜେ କରାଯାଏ, ବିମାନବଡ଼ୁମାନେ ଘଣ୍ଟ ଛତା ଓ କାହାଳୀ ସହ ପାଲିଙ୍କି ଓ ମଣିବିମାନକୁ ନେଇ ନରେନ୍ଦ୍ର ଚକଡ଼ାକୁ ଯାତ୍ରା କରନ୍ତି ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟ ସାମନାରେ ଦେଉଳ ପୁରୋହିତ ରଥର ଅନୁକୂଳ ହୋମ କରନ୍ତି, ଏହି ଦିନକୁ ଘର ପ୍ରତିଷ୍ଠା, ଶୁଭ କାର୍ଯ୍ୟ, ଓ ବ୍ୟବସାୟ ପାଇଁ ମଧ୍ୟ ଶୁଭ ବୋଲି ବିବେଚନା କରାଯାଏ।

ଡ଼ ନାରାୟଣ ମହାପାତ୍ର ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାରକ

Related posts

ଖୋଲିବ ପାଇଖାନା ଦୁର୍ନୀତି ଫାଇଲ |କାଗଜପତ୍ର ସଂଗ୍ରହ କଲା ଭିଜିଲାନ୍ସ 

masiha

ନୀତି ଆୟୋଗ ବୈଠକ

Sunil Chandra Nayak

ଶାନ୍ତି ଶକ୍ତି ଭବନରେ ନବରାତ୍ର ଉପଲକ୍ଷେ ବିଦ୍ୟାଳୟ ସ୍ତରୀୟ ସାଂସ୍କୃତିକ ନୃତ୍ୟ ପ୍ରତିଯୋଗିତା

Sunil Chandra Nayak

Leave a Comment

error: Content is protected !!