ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଳେଶ୍ଵରରେ ଆର୍ନ୍ତଜାତୀୟ ପ୍ରତିମୂର୍ତ୍ତି ସଫେଇ ତଥା ସଂରକ୍ଷଣ ଦିବସ ପାଳନ: ଅଂଶ ଗ୍ରହଣ କଲେ ୧୨ ସଂଗଠନର କର୍ମକର୍ତ୍ତା ଓ ପ୍ରତିନିଧି

ଜଳେଶ୍ଵରରେ ଆର୍ନ୍ତଜାତୀୟ ପ୍ରତିମୂର୍ତ୍ତି ସଫେଇ ତଥା ସଂରକ୍ଷଣ ଦିବସ ପାଳନ: ଅଂଶ ଗ୍ରହଣ କଲେ ୧୨ ସଂଗଠନର କର୍ମକର୍ତ୍ତା ଓ ପ୍ରତିନିଧି

ଜଳେଶ୍ଵର,୨୧/୪(ମନିସ)-ଆର୍ନ୍ତଜାତୀୟ ପ୍ରତିମୂର୍ତ୍ତି ସଫେଇ ତଥା ସଂରକ୍ଷଣ ଦିବସ ପାଳନ ଅବସରରେ ଆଜି ସକାଳ ୭ ଘଟିକା ଠାରୁ ୯ ଘଟିକା ପର୍ଯ୍ୟନ୍ତ ଜଳେଶ୍ଵର ବ୍ଲକ ପରିସରରେ ବ୍ୟାସକବି ଫକୀର ମୋହନ ସେନାପତି ଓ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି, ପୁରୁଣା କୋର୍ଟ ପରିସରରେ ଥିବା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି, ପୌର ପରିଷଦ ଉଦ୍ୟାନ ପରିସରରେ ଥିବା ଭକ୍ତ କବି ଦୀନକୃଷ୍ଣ ଦାସ ଓ ପୂର୍ବତନ ନଗରପାଳ ହିମାଂଶୁ ଶେଖର ନନ୍ଦୀଙ୍କ ପ୍ରତିମୂର୍ତ୍ତି ଓ ଶେଷରେ ବଡ଼ ବଜାର ଛକରେ ଅବସ୍ଥିତ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବୀ ସୁକୁମାର ରଣାଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ସଫେଇ କାର୍ଯ୍ୟକ୍ରମରେ ଜିଲ୍ଲା ରକ୍ତଦାତା ସଂଘ ସଭାପତି କମଲ ଚକ୍ରବର୍ତ୍ତୀ, ରୋଟାରୀ କ୍ଲବ୍ ଅଫ ସୁବର୍ଣ୍ଣରେଖା ରାଇବଣିଆ ସଭାପତି ପ୍ରାଣକୃଷ୍ଣ ଗିରି,ଦିଗମ୍ବରୀ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ ପ୍ରତିଷ୍ଠାତା ଡ. ଅଜିତ୍ କୁମାର ମହାନ୍ତି,ଉତ୍କଳ ସମ୍ମିଳନୀ ଜଳେଶ୍ୱର ଶାଖା ଉପସଭାପତି ଅଶୋକ କୁମାର ଦାସ,ଜଳେଶ୍ଵର ବିକାଶ ପରିଷଦ ସମ୍ପାଦକ ମନୋରଂଜନ ଦାସ,ଜଳେଶ୍ଵର ଡେଭଲପମେଣ୍ଟ କମିଟି ସଭାପତି ଇ. ରତ୍ନାକର ରାୟ,ଜଗନ୍ନାଥ ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ସରୋଜ କୁମାର ମହାନ୍ତି,ଜଳେଶ୍ଵର ବାର ଆସୋସିଏସନର ସମ୍ପାଦକ ରାଜେଶ କୁମାର ପାତ୍ର,ସୀମାନ୍ତ ଗ୍ରାମୀଣ ମହୋସ୍ଥବ କମିଟି କୋଷାଧକ୍ଷ ସୌଭିକ କୁମାର ଜେନା,ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚ କାର୍ଯ୍ୟକାରୀ ସଭାପତି ଭାସ୍କର ଚନ୍ଦ୍ର ମିଶ୍ର,ଜଳେଶ୍ଵର ମୋହରିର ସଂଘ ସଂପାଦକ ଦୁର୍ଗା ଶଙ୍କର ଆଶ ପ୍ରମୁଖ ଉପସ୍ଥିତ ରହି ଏହି ବନ୍ଦେ ବରପୁତ୍ରମ୍ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ବର ସାଜିବେ ପୂର୍ବତନ ସାଂସଦ ତଥା ବିଜେଡି ନେତା ପ୍ରଦୀପ ମାଝୀ 

masiha

ଉତ୍କଳ ସମ୍ମିଳନୀ କନ୍ଧମାଳ ଶାଖାର ସାଧାରଣ ଅଧିବେଶନ ଓ ନୂତନ କର୍ମକର୍ତ୍ତା ନିର୍ବାଚନ  

Sunil Chandra Nayak

ରାଇରଙ୍ଗପୁରର ଲୋକପ୍ରିୟ ରାଜ ସାର୍ ଙ୍କ ଦେହାନ୍ତରେ ଶୋକରେ ଛାୟା

Sunil Chandra Nayak

Leave a Comment

error: Content is protected !!