ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଗାଁ ଦାଣ୍ଡରେ ଆତଙ୍କ ଦୁଇ ଗିରଫ

ଗାଁ ଦାଣ୍ଡରେ ଆତଙ୍କ ଦୁଇ ଗିରଫ

ହିଞ୍ଜିଳିକାଟୁ,ତା ୨୧/୦୪ ଗଞ୍ଜାମ ଜିଲ୍ଲା ବେଲଗାଁ ଥାନା ଅନ୍ତର୍ଗତ ଦୁର୍ବନ୍ଧ ଗ୍ରାମର ହରିଜନ ସାହିରେ ୨ ଜଣ ଯୁବକ ହାତରେ ଖଣ୍ଡା ଧରି ଗାଁ ଦାଣ୍ଡରେ ଆତଙ୍କ ଖେଳାଉଥିଲେ । ୨ ଯୁବକ ମଝି ଦାଣ୍ଡରେ ଗାଳି ଗୁଲଜ କରିବା ସହ ସମ୍ପୃକ୍ତ ସାହିରେ ଭୟର ବାତାବରଣ ସୃଷ୍ଟି କରୁଥିଲେ । ଭୟରେ ସାହି ବାସିନ୍ଦା ଘରର କବାଟ କିଳି ରହିଥିଲେ ବେଲଗାଁ ପୋଲିସ ପେଟ୍ରୋଲଙ୍ଗି କରୁଥିବା ବେଳେ ପୋଲିସ ଗାଡିକୁ ଦେଖି ୨ ଯୁବକ ଚମ୍ପଟ ମାରିବାକୁ ଚେଷ୍ଟା କରୁଥିଲେ । ପୋଲିସ ସେମାନଙ୍କ ପିଛା କରି କାବୁ କରିବା ସହ ଖଣ୍ଡାକୁ ଜବତ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ହିଞ୍ଜିଳି ଥାନା ବ୍ରାହ୍ମଣଛାଇ ଗ୍ରାମର ଗୌର ନାୟକ(୨୩) ଅନ୍ୟ ଜଣେ ବେଲଗାଁ ଥାନ ଦୟାପଲି ଗ୍ରାମର ଉଦ୍ଧବ ଦାସ(୨୪) ନେଇ ବେଲଗାଁ ଥାନ କେସ ନଂ ୫୮/୨୬ରେ ଏକ ମାମଲା ରୁଜୁ କରି ଦୁଇ ଯୁବକଙ୍କୁ ଅଦାଲତ ଚାଲାଣ କରାଯାଇଥିବା ଥାନା ଆଇଆଇସି ସ୍ମିତାଞ୍ଜଳି ପ୍ରଧାନ କହିଛନ୍ତି।ପ୍ରକାଶ ଥାଉକି ଦୟାପଲି ଗ୍ରାମର ଉଦ୍ଧବ ଦୁର୍ବନ୍ଧ ଗ୍ରାମର ଏକ ମହିଳାକୁ ପ୍ରେମ କରି ଆସୁଥିଲେ । ମହିଳା ଜଣକ ଏଥିରେ ଅରାଜି ହେବାରୁ ରବିବାର ସନ୍ଧ୍ୟାରେ ତାଙ୍କ ସାଙ୍ଗ ବ୍ରାହ୍ମଣଛାଇ ଗ୍ରାମର ଗୌରାକୁ ଡାକି ହାତରେ ଖଣ୍ଡା ଧରି ଗାଁ ଦାଣ୍ଡରେ ଆତଙ୍କ ସୃଷ୍ଟି କରିଥିଲେ।

Related posts

ବହଳଦା ପୋଲିସ ଦ୍ୱାରା 56 ଲିଟର ବିଦେଶୀ ମଦ ଜବତ ଜଣେ ଗିରଫ 

masiha

ଅପରେସନ ପ୍ରହାର ର ସଫଳତା : ୫ ଟି ଦେଶୀବନ୍ଧୁକ ଓ ସାମଗ୍ରୀ ସହ ୧୨୭ କେଜି ଗଞ୍ଜେଇ ଜବତ ,ଦୁଇ ଗିରଫ 

Sunil Chandra Nayak

ମଦ୍ୟପ ସ୍ବାମୀର ନୃଶଂସ କାଣ୍ଡ , ପେଟ୍ରୋଲ ଢ଼ାଳି ପତ୍ନୀକୁ ପୋଡ଼ି ମାରିବା ଉଦ୍ଯମ:ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତରିତ

Leave a Comment

error: Content is protected !!