ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ମନୋରଞ୍ଜନ

ସ୍ବସ୍ତି ଝଙ୍କାର ର ୨୭ ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଉଦଘାଟିତ , ପ୍ରଥମ ଦିନରେ ‘ପ୍ରଜାପତିର ଡେଣା’ ଓ ଦ୍ବିତୀୟ ଦିନରେ ବିଦ୍ରୋହ ନିଜ ବିରୁଦ୍ଧରେ ମଞ୍ଚସ୍ଥ 

ସ୍ବସ୍ତି ଝଙ୍କାର ର ୨୭ ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଉଦଘାଟିତ , ପ୍ରଥମ ଦିନରେ ‘ପ୍ରଜାପତିର ଡେଣା’ ଓ ଦ୍ବିତୀୟ ଦିନରେ ବିଦ୍ରୋହ ନିଜ ବିରୁଦ୍ଧରେ ମଞ୍ଚସ୍ଥ 

ରାଉରକେଲା: ରାଉରକେଲାର ଅନ୍ୟତମ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ସ୍ବସ୍ତି ଝଙ୍କାର ଓ ସ୍ବସ୍ତି ସାହିତ୍ୟ ସଂସଦ ରାଉରକେଲା ଆୟୋଜିତ ୪୬ ତମ ବାର୍ଷିକୋତ୍ସବ ଓ ୨୬ ତମ ରାଜ୍ୟ ସ୍ତରୀୟ ନାଟକ ମହୋତ୍ସବ ଉଦଘାଟିତ ହୋଇଯାଇଛି l ସ୍ଥାନୀୟ ସିଭିକ ସେଣ୍ଟର୍ ଠାରେ ପ୍ରଥମ ଦିନ ରେ ସ୍ବସ୍ତି ଝଙ୍କାର ରାଉରକେଲା ପ୍ରାୟୋଜିତ ନାଟ୍ୟକାର ଭାବଗ୍ରାହୀ ଦାଶଙ୍କ ରଚିତ ଓ ରାଜୀବ ପାଣିଙ୍କ ନିର୍ଦ୍ଦେଶନାରେ ପ୍ରଜାପତିର ଡେଣା ମଞ୍ଚସ୍ଥ କରାଯାଇଥିଲା । ମହେନ୍ଦ୍ର କୁମାର ପଟ୍ଟନାୟକ ଙ୍କ ପୈ।ରହିତ୍ୟ ରେ ଆୟୋଜିତ ସଭା ରେ ବିପିୟୁଟି ର କୁଳପତି ଡ଼. ଅମୀୟ କୁମାର ରଥ ମୁଖ୍ୟଅତିଥି ଓ ଯୁବ ନାଟ୍ୟ ନିର୍ଦେଶକ ଚିନ୍ମୟ କୁମାର ତ୍ରିପାଠୀ ଉଦ୍ଘାଟକ ଭାବେ ଯୋଗ ଦେଇଥିଲେ l ଅନୁଷ୍ଠାନ ର ଉପ ସଭାପତି ଡ଼. ଅଜୟ କୁମାର ମିଶ୍ର ଧନ୍ୟବାଦ.ଅର୍ପଣ କରିଥିଲେ l ଅନିଲ ମଲ୍ଲିକ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ l କାର୍ଯ୍ୟକ୍ରମ ପରିଚାଳନା ରେ ପ୍ରଜ୍ଞା ନନ୍ଦ ମହାନ୍ତି, ପ୍ରବୀର ଜେନା, କଲ୍ୟାଣୀ ଦାସ, ରୁନୁ ବେକ, ସନ୍ଧ୍ୟା ପଟ୍ଟନାୟକ, ନିରୁପମା ପତି ପ୍ରମୁଖ ସହଯୋଗ କରିଥିଲେ l ଏହି ନାଟକ ରେ ବିଭିନ୍ନ ଭୂମିକା ରେ ରାଜୀବ ପାଣି, ବବି ମହାଳିକ, ବିଜୟ ପାତ୍ର, ସାର୍ଥକ ଦାସ, ଗଙ୍ଗାଧର ଜେନା ପ୍ରମୁଖ ଅଭିନୟ କରି ଦର୍ଶକଙ୍କ ମନ ମୋହିଥିଲେ l ଡ଼ ସୁଶାନ୍ତ ପାଣି ସଂଗୀତ ନିର୍ଦେଶନା ଦେଇଥିଲେ lସେହିପରି ଦ୍ବିତୀୟ ଦିବସରେ ଭୁବନେଶ୍ୱରର ବାଗଦେବୀ ଲିଟେରାରୀ ଟ୍ରଷ୍ଟ ପକ୍ଷରୁ ନାଟକ ବିଦ୍ରୋହ ନିଜ ବିରୁଦ୍ଧରେ ମଞ୍ଚସ୍ଥ ହୋଇଯାଇଛି। ଏହି ନାଟକକୁ ଗଦାଧର ନନ୍ଦ ରଚନା ଓ ପବିତ୍ର ମହାନ୍ତି ନିର୍ଦ୍ଦେଶନା ଓ ସଂଗୀତ ନିର୍ଦ୍ଦେଶନାରେ ପ୍ରତାପ ରାଉତ ସହଯୋଗ କରିଥିଲେ। ଦ୍ବିତୀୟ ଦିବସରେ ଉପସଭାପତି ଶଙ୍କର ପ୍ରସାଦ ତ୍ରିପାଠୀଙ୍କ ପୈ।ରହିତ୍ୟରେ ସତ୍ୟ ମିଶ୍ର ଉଦଘାଟକ, ମୁଖ୍ୟ ଦର୍ଶକ ଭାବେ ବିନୋଦିନୀ ରଥ, ସମ୍ମାନିତ ଦର୍ଶକ ଭାବେ ସୁନିଲ କାୟଲ ଯୋଗଦେଇଥିବା ବେଳେ ଉପଦେଷ୍ଟା ଡ ସୁମନ ଦତ୍ତ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ନାଟକରେ ପବିତ୍ର ମହାନ୍ତି, ମମତା ତ୍ରିପାଠୀ,ମାନୁ ପଟ୍ଟନାୟକ, ସୁନିଲ ପଟ୍ଟନାୟକ,ଯାମିନୀକାନ୍ତ ମିଶ୍ର, ଦେବେନ୍ଦ୍ର ସୁନ୍ଦରରାୟ, କୃଷ୍ଣଚନ୍ଦ୍ର ମିଶ୍ର, ରାମକୃଷ୍ଣ ନାୟକ ଓ ସ୍ଵସ୍ତିକ ଦାସ ପ୍ରମୁଖ ଅଭିନୟ କରିଥିଲେ। 

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଆସୁଅଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଲଙ୍କାଗଡ’

Sunil Chandra Nayak

ଡେଲିଭରୀ ବୟ” ଙ୍କ କହାଣୀକୁ ନେଇ ନିର୍ମାଣ ହେଲା ଚଳଚ୍ଚିତ୍ର

Sunil Chandra Nayak

ଏକତ୍ର ରାଉରକେଲା ର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪ …… ନବମ ଦିନ ଉତ୍କଳୀ ସାଂସ୍କୃତିକ ଶିଳ୍ପୀ ର ନାଟକ ହନୁର ଲାଞ୍ଜ ମଞ୍ଚସ୍ଥ …..

masiha

Leave a Comment

error: Content is protected !!