ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ମନୋରଞ୍ଜନ

ସ୍ୱସ୍ତି ଝଙ୍କାରର ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ତୃତୀୟ ସନ୍ଧ୍ୟାରେ ମଞ୍ଚସ୍ଥ ହେଲା ନାଟକ ‘ଦେବଦାସୀ

ସ୍ୱସ୍ତି ଝଙ୍କାରର ରାଜ୍ୟସ୍ତରୀୟ ନାଟକ ମହୋତ୍ସବ

ତୃତୀୟ ସନ୍ଧ୍ୟାରେ ମଞ୍ଚସ୍ଥ ହେଲା ନାଟକ ‘ଦେବଦାସୀ

ରାଉରକେଲା: ସ୍ୱସ୍ତିଝଙ୍କାର ଆୟୋଜିତ ରାଜ୍ୟସ୍ତରୀୟ ନାଟ୍ୟମହୋତ୍ସବର ତୃତୀୟ ସନ୍ଧ୍ୟାରେ ଆଜି ‘ଦେବଦାସୀ’ ନାଟକ ମଞ୍ଚସ୍ଥ ହୋଇଯାଇଛି। ସ୍ଥାନୀୟ ସିଭିକ ସେଣ୍ଟର୍ ଠାରେ ଢ଼େଙ୍କାନାଳର ଅଲ୍‌ଟରନେଟିଭ୍ ରିଦମ୍ ଥିଏଟର ପକ୍ଷରୁ ପ୍ରସ୍ତୁତ ଏହି ନାଟକଟିକୁ ଦିନେଶ ଦାସ ରଚନା ଓ ନିର୍ଦ୍ଦେଶନା ଦେଇଥିଲେ। ସଂଗୀତ ନିର୍ଦ୍ଦେଶନା ମଣ୍ଟୁ ଦେଇଥିବା ବେଳେ ବିକାଶ ପ୍ରଧାନ ଆଲୋକ ସଜ୍ଜା କରିଥିଲେ। ସେହିପରି ମଞ୍ଚ ସଜ୍ଜା କରିଥିଲେ କାର୍ତିକ, ପ୍ରମୋଦ ଓ ମାଧବ।

ଆଜିର ଉତ୍ସବକୁ ବରିଷ୍ଠ ଅଭିନେତା ଆଲୋକ ବୋଷ ଉଦଘାଟନ କରିଥିଲେ। ମୁଖ୍ୟ ଦର୍ଶକ ଭାବେ ବସ୍ତିଆ ମେମୋରିଆଲ ଟ୍ରଷ୍ଟର ସମ୍ପାଦକ ଇଂ.ଗୌତମ ମିଶ୍ର ଯୋଗ ଦେଇଥିଲେ । ବିଶିଷ୍ଟ ଅଭିନେତା ଓ ନିର୍ଦ୍ଦେଶକ ପବିତ୍ର ମହାନ୍ତି ଙ୍କୁ ବିଶିଷ୍ଟ ରାଜନୀତିଜ୍ଞ ସୁରେନ୍ଦ୍ର ନାଥ ଦ୍ୱିବେଦୀଙ୍କ ସ୍ମୃତିରେ ‘ସୁରେନ୍ଦ୍ର ଦ୍ୱିବେଦୀ ସ୍ମୃତି ନାଟ୍ୟ ସମ୍ମାନ’ରେ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଅଭିନେତା ତଥା ନାଟ୍ୟ ନିର୍ଦେଶକ ସୁରେନ୍ଦ୍ର କୁମାର ପାଢ଼ୀଙ୍କୁ ସ୍ବସ୍ତି ନାଟ୍ୟ ସମ୍ମାନ ରେ ସମ୍ବର୍ଦ୍ଧିତ କରାଯାଇଥିଲା। ଅନୁଷ୍ଠାନ ର ଉପସଭାପତି ତଥା ଶିକ୍ଷାବିତ୍ ଶର୍ମିଷ୍ଠା କବିଶତପଥି ଏଥିରେ ଅଧ୍ୟକ୍ଷତା କରିଥିଲେ l ସ୍ୱସ୍ତିର ଯୁଗ୍ମ ନାଟ୍ୟ ସଂପାଦକ ଗୌତମ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ନିରୁପମା ପତି । କାର୍ଯ୍ୟକ୍ରମ ପରିଚାଳନାରେ ରାଜୀବ ପାଣି, ବିଜୟ ପାତ୍ର, ପ୍ରଳୟ ଶତପଥି, କଲ୍ୟାଣୀ ଦାସ, ରୁନୁ ବେକ, ସନ୍ଧ୍ୟା ପଟ୍ଟନାୟକ, ଡ଼ ଅଜୟ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ। ନାଟକର ବିଭିନ୍ନ ଭୂମିକାରେ ମନୋହର, ଦିନେଶ, କାମାକ୍ଷା, ଜୟଦେବ, କାର୍ତିକ, ନିରଞ୍ଜନ, ମାନସ, ପ୍ରମୋଦ, ଆଶୁତୋଷ, ବିଶ୍ୱଜିତ, ଜୟଚନ୍ଦ୍ର, ସତ୍ୟଜିତ, ମାଧବ, ସୁଶ୍ରୀ ସାଲ୍‌ଭି, ଦେବଯାନୀ, ସୌମ୍ୟା ପ୍ରମୁଖ ସୁନ୍ଦର ଅଭିନୟ କରିଥିଲେ। ନାଟକ ଶେଷରେ ନାଟ୍ୟ ନିର୍ଦ୍ଦେଶକ ଦିନେଶ ଦାସ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l 

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବାଲୁଗାଁ ପାଟଣା ସାହି ଗ୍ରାମରେ ସାମାଜିକ ନାଟକ “ମିଛୁଆ ରାଧୁଆ ଗପ ସରିଲା” ନାଟକ ମଞ୍ଚସ୍ଥ !!!

Sunil Chandra Nayak

ସ୍ମାରକୀ ଜାତୀୟ ନାଟକ ମହୋତ୍ସବ – ୨୦୨୪ର ତୃତୀୟ ସନ୍ଧ୍ୟା

masiha

ଓଡ଼ିଆ ସିନେମା ଜଗତରେ ନୂଆ ଅଧ୍ୟାୟ: ମୁକ୍ତିଲାଭ କଲା ଓଡ଼ିଶାର ପ୍ରଥମ AI କ୍ଷୁଦ୍ର ଚଳଚ୍ଚିତ୍ର “ନିଃସର୍ତ୍ତ”

Sunil Chandra Nayak

Leave a Comment

error: Content is protected !!