ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଂଗୀତ ତରଙ୍ଗ ମ୍ୟୁଜିକ କ୍ଲବର ଏ ଜୀବନ ମାନେ ନୁହେଁ ଆହା କାର୍ଯ୍ୟକ୍ରମ 

ସଂଗୀତ ତରଙ୍ଗ ମ୍ୟୁଜିକ କ୍ଲବର ଏ ଜୀବନ ମାନେ ନୁହେଁ ଆହା କାର୍ଯ୍ୟକ୍ରମ 

ରାଉରକେଲା: ରାଉରକେଲା ଇସ୍ପାତ ସହରର ଅନ୍ୟତମ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ “ସଙ୍ଗୀତ ତରଙ୍ଗ ମ୍ୟୁଜିକ୍ କ୍ଲବ୍” (ସଙ୍ଗୀତ ତରଙ୍ଗ ସାମାଜିକ ସାଂସ୍କୃତିକ ଟ୍ରଷ୍ଟ୍, ରାଉରକେଲା ର ଏକ ଅଙ୍ଗ) ର ସ୍ଵତନ୍ତ୍ର କାର୍ଯ୍ୟକ୍ରମ “ଓଡ଼ିଶା ଦିବସ” ଜର୍ମାନ କ୍ଲବ୍ ଠାରେ ନିକଟରେ ସମାରୋହରେ ପାଳିତ ହୋଇଯାଇଛି । ଡାମିଟ୍ସ ର ଅଧ୍ୟକ୍ଷ ତଥା ରାଉରକେଲା ଆଇନ୍ ମହାବିଦ୍ୟାଳୟର ସଭାପତି ଡ ଯତୀନ୍ଦ୍ର ନାୟକ ମୁଖ୍ୟ ଅତିଥି ତଥା ବିଶିଷ୍ଟ ସଂଗୀତ ପରିଚାଳକ ତଥା ଗୀତାର ବାଦକ ସୁଦୂର ମୁମ୍ବାଇ ରୁ ଦେବ ରଞ୍ଜନ ମହାପାତ୍ର ସମ୍ମାନିତ ଅତିଥି ରୂପେ ଯୋଗଦେଇ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀ ନାୟକ , ସମ୍ମାନିତ ଅତିଥି ଶ୍ରୀ ମହାପାତ୍ର, ଅନୁଷ୍ଠାନର ଅଧ୍ୟକ୍ଷ ଲାୟନ ବିନୋଦ ମାହୁନ୍ତ, ଆରଏସପିର ସିଜିଏମ ତଥା ଅନୁଷ୍ଠାନର ଉପଦେଷ୍ଟା ଏସ୍. ରାୟ ଚୌଧୁରୀ, ସଂଚାର ବିଭାଗ ର ମହାପ୍ରବନ୍ଧକ ଅର୍ଚ୍ଚନା ଶତପଥୀ, , ପ୍ରମେୟ ରାଉରକେଲା ମୁଖ୍ୟ ମନୋରଞ୍ଜନ ଦାଶ,ଓ. ଏସ. ଏ. ପି. ହସ୍ପିଟାଲ ର ଡାକ୍ତର ପି କେ ଦାସ , ସମାଜସେବୀ ଜିତେନ୍ଦ୍ର ପ୍ରସାଦ ତଥା ଆଇଜିଏଚ ର ନିର୍ଦ୍ଦେଶକ ଡାକ୍ତର ଜୟନ୍ତ ଆଚାର୍ଯ୍ୟ ଓ ଅନ୍ୟାନ୍ୟ କାର୍ଯ୍ୟନିର୍ବାହୀ ସଭ୍ୟ ସମୁହ ପ୍ରଦୀପ ପ୍ରଜ୍ବଳନ ସହ ଶୁଭାରମ୍ଭ କରିଥିଲେ | ଅତିଥିମାନେ ସଙ୍ଗୀତ ତରଙ୍ଗ ମ୍ୟୁଜିକ୍ କ୍ଲବର ନିଆରା ଅନୁଚିନ୍ତା, ଅବଦାନ ତଥା ଉଦ୍ଦେଶ୍ୟର ଉଚ୍ଚ ପ୍ରଶଂସା କରିଥିଲେ । ସାଧାରଣ ସମ୍ପାଦକ ସନ୍ତୋଷ ଦାସ ଓଡ଼ିଶା ଦିବସର ବିଶେଷତ୍ଵ, ଓଡ଼ିଆ ଭାଷା – ସାହିତ୍ୟ – ସଂସ୍କୃତି ତଥା ଅତ୍ୟାଧୁନିକ ଯୁଗରେ ଏହା ପ୍ରତି ଆମର କର୍ତ୍ତବ୍ୟ ସହିତ ଅନୁଷ୍ଠାନର ସୃଷ୍ଟି, ଉଦ୍ଦେଶ୍ୟ, ଯୋଜନା ସମ୍ପର୍କରେ ସଂକ୍ଷେପରେ ଆଲୋକପାତ କରିଥିଲେ। ଅନୁଷ୍ଠାନର ସଦସ୍ୟ କଳାକାର ମାନେ ଓଡ଼ିଶାର ସଂସ୍କୃତି, ଗୌରବମୟ ଇତିହାସ ଉପରେ ଆଧାରିତ ଏକ ବିଶେଷ ଗୀତ “ଓଡିଶା ଆମ ଓଡିଶା ” ପରିବେଷଣ ପୂର୍ବକ ଓଡ଼ିଶା ମାଟି ମାଆ ପ୍ରତି ସମ୍ମାନ ପ୍ରଦର୍ଶନ କରିଥିଲେ। କାର୍ଯ୍ୟକ୍ରମର ପ୍ରସଙ୍ଗ ଗୀତ “ଏ ଜୀବନ ମାନେ ନୁହେଁ ଆହା” ସହିତ ପ୍ରଖ୍ୟାତ ବଲିଉଡ଼ ଗାୟିକା ଆଶା ଭୋସଲେଙ୍କ ଉଦ୍ଦେଶ୍ୟରେ ଅର୍ପିତ “ଜହ୍ନ ଗୋ ତୁମେ ଝୁରନା” ତଥା ଓଡ଼ିଶାର ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ଉଦ୍ଦେଶ୍ୟରେ ଅର୍ପିତ “ନିଶ୍ୱାସ ତୋ ବିନା ମୋର ଚାଲେନା” ଉଚ୍ଚ ପ୍ରଶଂସିତ ହୋଇଥିଲା | ପୁରୁଣା – ନୂଆ ବିଭିନ୍ନ ସ୍ୱାଦର ଅନେକ ଲୋକପ୍ରିୟ ଓଡ଼ିଆ କଥାଚିତ୍ର ଗୀତ ଯଥା ସେଇ ଦୀପ ଅଛି ସେଇ ଫୁଲ ଅଛି, ସକାଳର ପହିଲି ଗାଡ଼ିରେ, ସୀମାହୀନ ଦରିଆ, ଇନ୍ଦ୍ରଧନୁର ସପ୍ତ ରଙ୍ଗ, ମାୟାବିନୀ ବନ ଜୋଛନା, ଏମିତି ରାତି, ମୁଁ ପରଦେଶୀ ଚଢ଼େଇ, ମୋ ଦୁନିଆ ତୁ ହି ତୁ, ତୁ ଚାଲୁଥିଲୁ ତୋ ବାଟରେ, ଦିନ ସରେ ନାହିଁ, ହୁକୁ ହୁକୁ ହାଏ, ବାଟରେ ଚାଲୁ ଚାଲୁ, ସୁନ୍ଦରୀ ହେଲି ମୁଁ ଆଜି, ତମେ ଯଦି ଗଢ଼ି ଦେବ, ହଳଦୀ ବସନ୍ତ ଚଢ଼େଇ ଆଦି ଗୀତ ପରିବେଷଣ କରି କଳାକାର ମାନେ ଦର୍ଶକଙ୍କୁ ମନମୁଗ୍ଧ କରିଥିଲେ | ଦର୍ଶକଙ୍କ ବାରମ୍ବାର ଅନୁରୋଧ କ୍ରମେ ସମ୍ବଲପୁରୀ ଲୋକପ୍ରିୟ ଗୀତ ହେଲୋ ରାନୀ…ମୋର ଡାର୍ଲିଂଗ ଗୀତରେ ଦର୍ଶକ ଝୁମି ଉଠିଥିଲେ | ମାଉଥ ହରମୋନିଅମ ରେ ଲୋକପ୍ରିୟ ଗୀତ “ମୁଁ ଯେ ଏକ ପାଗଳ ଭଅଁର”ର ଧୁନ୍ ପରିବେଷଣ କରି ଲାୟନ ମାହୁନ୍ତ ଦର୍ଶକଙ୍କୁ ଆନନ୍ଦ ବିଭୋର କରିଦେଇଥିଲେ | ବଂଶୀ ଓ ସେକ୍ସୋଫୋନର ଯୁଗ୍ମ ପରିବେଷଣରେ “ବାଜେ ବଇଁଶୀ ନାଚେ ଘୁଙ୍ଗୁର” ଗୀତ ର ଧୁନ୍ ପରିବେଷଣ କରି ବଲ୍ଜିତ୍ ସିଂହ୍ ଓ ଡା ଜୟନ୍ତ ଆଚାର୍ଯ୍ୟ ଦର୍ଶକଙ୍କୁ ମନ୍ତ୍ର ମୁଗ୍ଧ କରିଥିଲେ | ସନ୍ଧ୍ୟାର କଳାକାର ମାନେ ଥିଲେ ବାଦ୍ୟ ଯନ୍ତ୍ରରେ ମାଷ୍ଟର ଅରନ୍ୟା ମୁଖାର୍ଜୀ, ସବ୍ୟସାଚୀ ଦାସ, ରମେଶ ଟିକିରା, ରଜତ ପଣ୍ଡା, ନରେନ୍ଦ୍ର, ଶ୍ରୀନିବାସ ଓ ମୋତି ଭାଇ ସହଯୋଗ କରିଥିଲାବେଳେ| କଣ୍ଠ ଶିଳ୍ପୀ ସୋମା ରାୟ ଚୌଧୁରୀ, ଅର୍ଚ୍ଚନା ଶତପଥୀ, ସଙ୍ଗୀତା, ମିନତୀ, ଝୂନୁ, ଓ ଶୁଭଶ୍ରୀ ସର୍ବଶ୍ରୀ ତପନ ନାୟକ, ସନ୍ତୋଷ ଦାସ, ସତ୍ୟବ୍ରତ ମହାନ୍ତି, ଜଗନ୍ନାଥ ସାହୁ, ମନୋରଞ୍ଜନ ଦାଶ,ଏସ୍. ରାୟ ଚୌଧୁରୀ , ଡକ୍ଟର୍ ପି କେ ସାହୁ, ଡକ୍ଟର୍ ପି କେ ଦାସ, ଲାୟନ ବିନୋଦ ମାହୁନ୍ତ, ଡକ୍ଟର୍ ଜୟନ୍ତ ଆଚାର୍ଯ୍ୟ, ବାଲଜିତ ସିଂ, ଅଶ୍ଵିନୀ, ଅଶୋକ, ନରେନ୍ଦ୍ର, ପ୍ରଭାତ, ବିକାଶ, ସୌମେନ୍ଦ୍ର ଓ ହଲିନ୍ଦର୍ ବଡାଇକ୍ ପ୍ରମୁଖ ସଂଗୀତ ପରିବେଷଣ କରିଥିଲେ।ଶୁଭଶ୍ରୀ ଦାସ ଙ୍କ ମଞ୍ଚ ସଞ୍ଚାଳନ ବେଶ୍ ପ୍ରଶଂସିତ ହୋଇଥିଲା। ଅନୁଷ୍ଠାନର ସଭାପତି ତପନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ୭୫ ଜନ୍ମ ବର୍ଷ ପୂର୍ତ୍ତି ପାଳନ ଉପଲକ୍ଷେ ଧର୍ମଗଡ଼ ଉପଖଣ୍ଡ ଡ଼ାକ୍ତରଖାନା ରକ୍ତ ଭଣ୍ଡାର ଠାରେ ରକ୍ତଦାନ ଶିବିର

Sunil Chandra Nayak

ଅଗ୍ନି ନିରାପତ୍ତା ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ଡାବୁଗାଁ ଡ୍ରାଇଭର ମହାସଂଘର ଷ୍ଟେୟରିଂ ଛାଡ଼ ଆନ୍ଦୋଳନ

Sunil Chandra Nayak

Leave a Comment

error: Content is protected !!