ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ଼ ଠାରେ ଜାତୀୟ ପଞ୍ଚାୟତ ରାଜ ଦିବସ ପାଳିତ

ଧର୍ମଗଡ଼ ଠାରେ ଜାତୀୟ ପଞ୍ଚାୟତ ରାଜ ଦିବସ ପାଳିତ

ଗ୍ରାମୀଣ ବିକାଶ ହିଁ ଦେଶର ପ୍ରକୃତ ପ୍ରଗତି। ଗ୍ରାମାଞ୍ଚଳର ସର୍ବାଙ୍ଗୀନ ଉନ୍ନତି ପାଇଁ ପଞ୍ଚାୟତିରାଜ ବ୍ୟବସ୍ଥା ହେଉଛି ଆମ ଗଣତନ୍ତ୍ରର ମୂଳଦୁଆ। 

 ମିଳିମିଶି ଆମ ପଞ୍ଚାୟତ ଗୁଡ଼ିକୁ ଅଧିକ ସଶକ୍ତ କରିବା ସହ ସ୍ୱୟଂଶାସିତ ଓ ବିକଶିତ ଗାଁ ଗଠନ ପାଇଁ ସଂକଳ୍ପବଦ୍ଧ ହେବା ବୋଲି ଧର୍ମଗଡ଼ ଠାରେ ଜାତୀୟ ପଞ୍ଚାୟତ ରାଜ ଦିବସ ପାଳନ ଅବସରରେ ଅତିଥି ମାନେ ପ୍ରକାଶ କରିଛନ୍ତି।

ଧର୍ମଗଡ଼ ପଞ୍ଚାୟତ ସମିତି ପକ୍ଷରୁ ବିଜୁ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଧର୍ମଗଡ଼ ଏନଏସି ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଶୀ,ବିଧାୟକ ପ୍ରତିନିଧି ହିମାଂଶୁ ପଣ୍ଡା, ସାଂସଦ ପ୍ରତିନିଧି ପୁଳସ୍ତ ମାଝୀ, ଜିଲ୍ଲା ପରିଷଦ ସଭ୍ୟ ଶଙ୍କର ଜୁଏଡ, ସରପଂଚ ସଂଘର ସଭାପତି ହାତୀ ରାମ ଦୁର୍ଗା, ସମିତି ସଭ୍ୟ ସଂଘର ସଭାପତି ସରୋଜ କୁମାର ଶବର ଯୋଗ ଦେଇଥିଲେ।ଧର୍ମଗଡ଼ ବିଡିଓ ସଦାଶିବ ନାୟକ ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ନିରଞ୍ଜନ ମୁଦୁଲି କାର୍ଯ୍ଯକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ଧର୍ମଗଡ଼ ବ୍ଲକ ର ନୂତନ ହିତାଧିକାରୀଙ୍କୁ ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନ କରାଯିବା ସହ ଗ୍ରାମୀଣ ଆବାସ ଯୋଜନା ଓ ମନେରେଗା ଯୋଜନା ରେ ଉତ୍ତମ ପ୍ରଦର୍ଶନ ପାଇଁ ବିଭିନ୍ନ ବ୍ୟକ୍ତିତ୍ୱଙ୍କୁ ସମ୍ଵର୍ଦ୍ଧିତ କରାଯାଇଥିଲା।

ଏହି ଅବସରରେ ବଲାଙ୍ଗୀର ର ଗାନ୍ଧୀ ପଡ଼ିଆ ଠାରେ ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଅନୁଷ୍ଠିତ ରାଜ୍ୟ ସ୍ତରୀୟ ସମାରୋହକୁ ଆଭାସୀ ଜରିଆରେ ପ୍ରଦର୍ଶିତ କରାଯାଇଥିଲା।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଦକ୍ଷିଣ ରାଉରକେଲା ରେ ଉତ୍କଳ ଦିବସ ପାଳିତ 

Sunil Chandra Nayak

ସାଇବର ସୁରକ୍ଷା ସଚେତନତା ଅଭିଯାନ-୨୦୨୫ ର ଶୁଭାରମ୍ଭ, ମାସେ ବ୍ୟାପୀ ଚାଲିବ 

Sunil Chandra Nayak

ଆମ ବ୍ୟାଙ୍କ ସେବା ଲୋକାର୍ପିତ

masiha

Leave a Comment

error: Content is protected !!