ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଲକ୍ଷାଧିକ ଟଙ୍କା ର ଚୋରି ସାମଗ୍ରୀ ଉଦ୍ଧାର ସହ ଚାରି ଗିରଫ 

ଲକ୍ଷାଧିକ ଟଙ୍କା ର ଚୋରି ସାମଗ୍ରୀ ଉଦ୍ଧାର ସହ ଚାରି ଗିରଫ 

ରିପୋଟର -ତାପସଦାସ 

    ଲକ୍ଷାଧିକ ଟଙ୍କା ର ଚୋରି ସାମଗ୍ରୀ ସହ ଚାରି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଗଁଦିଆ ପୋଲିସ୍। ଗଁଦିଆ ଥାନାଅନ୍ତର୍ଗତ ବଣିଆପଡା ଗ୍ରାମର ଜଗନ ସାହୁ ଗଁଦିଆ ସ୍ଥିତ ବସାଷ୍ଟାଣ୍ଡ ଛକ ଦେଇଥିବା ଏକ ମଟର ବାଇଁଣ୍ଡିଗ୍ ଦୋକାନ ରୁ ଗତ ୧୬ ତାରିଖ ବିଳମ୍ବିତ ରାତିରେ ଉକ୍ତ ଦୋକାନରେ ଗଛିତ ଥିବା ୧୦ କଏଲ୍ ତମ୍ବା ବାଇଁଣ୍ଡିଗ୍ ତାର ଚୋରି ହୋଇଥିବା ନେଇ ଗଁଦିଆ ଥାନାରେ ସେ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଭିତ୍ତିକରି ଗଁଦିଆ ଥାନା ପୋଲିସ୍ କେସ୍ ନଂ ୧୮୩/୨୦୨୬ ରେ ମାମଲା ରୁଜୁ କରି ଗଁଦିଆ ର ବିରଞ୍ଚି ମହାରଣାଙ୍କ ପୁଅ ବିମଳ ମହାରଣା (୩୬)

କୁସିଦା ଗ୍ରାମର ପ୍ରଶନ୍ନ ସାହୁ ଙ୍କ ପୁଅ କାନ୍ହୁ ଚରଣ ସାହୁ (୩୨)କୁ ଗିରଫ କରିବା ପରେ ସେମାନେ ନିଜର ଦୋଷ ସ୍ବୀକାର କରିଥିଲେ ଏବଂ ବାଇଁଣ୍ଡିଗ୍ କଏଲ ଗୁଡ଼ିକ ନିକଟସ୍ଥ ଚିତଲପୁର କବାଡିଆ ଏବଂ ଭୁବନ କବାଡିଆ ନିକଟରେ ବିକ୍ରୀକରି ଥିବା କହିଥିଲେ। ପୋଲିସ୍ ଚିତଲପୁର ରୁ ସଦର ଥାନା ଅନ୍ତର୍ଗତ ଗଦାଶିଳା ଗ୍ରାମରବାଇଧର ସାହୁ ଙ୍କର ପୁଅ ରବିନାରାୟଣ ସାହୁ (୫୨) ଙ୍କୁ ଗିରଫ କରିବା ସହ ପାଞ୍ଚଟି କଏଲ୍ ଜବତ୍ କରିଥିଲେ ସେହିପରି ଭୁବନ ସାତ ନଂମ୍ବର ୱାର୍ଡ ର ପଣ୍ଡୀତ୍ ବେହେରାଙ୍କର ପୁଅ ଡମ୍ବରୁଧର ବେହେରା (୫୫) ଙ୍କୁ ଗିରଫ କରିବା ସହିତ ପାଞ୍ଚ କଏଲ୍ ବାଇଁଣ୍ଡିଗ୍ ତାର ସହ ୩୪୦୦.୦୦(ତିନି ହଜାର ଚାରିଶହ) ଟଙ୍କା, OD06C-1565 ବିଶିଷ୍ଟ ଏକ ବଜାଜ୍ ପଲସର୍ ମଟର ସାଇକେଲ ଜବତ କରିଥିଲେ। ଉକ୍ତ ଘଟଣାରେ ଜଣେ ଫେରାର ଥିବାବେଳେଉକ୍ତ ଚାରିଜଣଙ୍କୁ ଗଁଦିଆ ପୋଲିସ କୋର୍ଟ ଚାଲାଣ କରିଛି।

Related posts

ମ. ରାମପୁର ଉପ କାରାଗାରରୁ ଫେରାର କଏଦୀ ଗିରଫ

Sunil Chandra Nayak

୩ ଗଞ୍ଜେଇ ବେପାରୀ ଗିରଫ ସହ ୬ କେଜି ଚୋରା ଗଞ୍ଜେଇ ଏବଂ ଏକ ଅଟୋ ଗାଡ଼ି ଜବତ

masiha

ରାଇରଙ୍ଗପୁର ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ; ୩୪୦ ଦେଶୀ ରନ୍ଧାମଦ ଏବଂ ୫୨୦୦ କେଜି ପୋଚ ଜବତ ସହ ୨ ଟି ମାମଲା ରୁଜୁ

Sunil Chandra Nayak

Leave a Comment

error: Content is protected !!