ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧରାକୋଟ ରେ ପଞ୍ଚାୟତି ରାଜ ଦିବସ ପାଳନ 

ଧରାକୋଟ ରେ ପଞ୍ଚାୟତି ରାଜ ଦିବସ ପାଳନ 

ଆସିକା, ୨୫/୪/୨୬ (ଶିବ ଶଙ୍କର ମିଶ୍ର ) ଧରାକୋଟ ବ୍ଲକ ପ୍ରଶାସନ ତରଫରୁ ପଞ୍ଚାୟତି ରାଜ ଦିବସ ବି ଡି ଓ ସଂଗ୍ରାମ କେଶରୀ ଜେନାଙ୍କ ତତ୍ତ୍ୱାବଧାନ ରେ ପାଳନ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ, ତହସିଲଦାର ଲମ୍ବୋଦର ମାରାଣ୍ଡି, ଅତିରିକ୍ତ ତହସିଲଦାର ଗଣେଶ ଦଳାଇ, ଏ ବି ଡି ଓ ଭବାନୀ ଶଙ୍କର ପ୍ରଧାନ,ବ୍ଲକ ଉପାଧ୍ୟକ୍ଷ ମନୋଜ କୁମାର ସାହୁ , ସାଂସଦ ପ୍ରତିନିଧି ମୁନା ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ଅବସରରେ ଅତିଥି ମାନେ ଦେଶର ବିକାଶରେ ପଞ୍ଚାୟତିରାଜ ର ରହିଥିବା ଗୁରୁତ୍ୱପୂର୍ଣ୍ଣ ଭୂମିକା ଓ ଏହାର ଉପଯୋଗ ବିଷୟରେ ମତ ରଖିଥିଲେ । ବ୍ଲକ ବିତ୍ତ ଅଧିକାରୀ ସୁରେଶ ବେହେରା କାର୍ଯ୍ଯକ୍ରମ ର ପରିଚାଳନା କରିଥିବା ବେଳେ ଏ ସି ପି ଅମେସ ବେହେରା ସଂଯୋଜନା କରିଥିଲେ। ଏହି ଅବସରରେ ହିତାଧିକାରୀ ମନଙ୍କୁ ନୂତନ ବାର୍ଦ୍ଧକ୍ୟ ଭତ୍ତା, ରାସନ କାର୍ଡ, ଅନ୍ତୋଦୟ ଗୃହ ନିର୍ମାଣ କାର୍ଯ୍ୟାଦେଶ, ନିର୍ଦ୍ଧାରିତ ସମୟରେ ଗୃହ ନିର୍ମାଣ ସରିଥିବା ହିତାଧିକାରୀଙ୍କୁ କୋଡ଼ିଏ ହଜାର ଟଙ୍କା ଲେଖାଏଁ ପୁରସ୍କାର ସହାୟତା ପ୍ରଦାନ ସହ କାର୍ଯ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ନଅ ଜଣ ବ୍ଲକ କର୍ମଚାରୀ ଙ୍କୁ ଶ୍ରେଷ୍ଠ କର୍ମ ସମ୍ପନ୍ନ ପୁରସ୍କାର ପ୍ରଦାନ କରାଯାଇଥିଲା ।

Related posts

କଳାହାଣ୍ଡି ରେ ଧାନ କିଣା ବ୍ୟବସ୍ଥା : ମାତ୍ର ୭୪ ଜଣ ମିଲର୍ସ ଙ୍କ କବଜାରେ ଲକ୍ଷାଧିକ ଚାଷୀ, ପ୍ରଶାସନ ନୀରବ ଦ୍ରଷ୍ଟା 

masiha

ବଲାଙ୍ଗିର ସହର ରେ ଥିବା ବନ୍ଧ ଜଳାଶୟ ଗୁଡ଼ିକ ହେବ ପ୍ରାକୃତିକ ଉପାୟରେ ପୁନରୁଦ୍ଧାର

Sunil Chandra Nayak

କମନିଙ୍ଗ୍ ଗ୍ରାମବାସୀଙ୍କ ଜାଗାକୁ ଉଦ୍ୟାନ ବିଭାଗର ଜୋରଜବରଦସ୍ତି ନିଲାମ 

Sunil Chandra Nayak

Leave a Comment

error: Content is protected !!