ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ସ୍ତରିୟ କୃଷକ ସାଥୀ ସଂଘ ବୈଠକ

ବ୍ଲକ ସ୍ତରିୟ କୃଷକ ସାଥୀ ସଂଘ ବୈଠକ

ବସ୍ତା —  ବସ୍ତା କୃଷକ ସାଥୀ ସଂଘର ଜରୁରୀ କାଳିନ ବୈଠକ ବସ୍ତାଠାରେ ଅନୁଷ୍ଠିତ ହୋଇଯାଇଅଛି ।ସଂଘର ସଭାପତି ସମିରକୁମାର ପ୍ରଧାନ ସଭାପତିତ୍ବ କରିଥିଲେ । ମୂଖ୍ଯ ଉପଦେଷ୍ଚା ପୂର୍ଣ୍ଣଚନ୍ଦ୍ର ଜେନା ସଂଘର ଆଭିମୂଖ୍ଯ ବିଷୟରେ ଆଲୋକପାତ କରିଥିଲେ ।ପ୍ରାରମ୍ଭିକ ସୂଚନା ଅଦୈତ୍ଯ କୁମାର ଦାସ ଦେଇଥିବା ବେଳେ ରାଜ୍ଯ ସରକାର କୃଷକସାଥୀ ମାନଙ୍କ ପ୍ରତି ବୌମାତୃକ ମନୋଭାବ ପୋଷଣ କରିବାସହିତ ସେମାନଙ୍କର ନ୍ଯାର୍ଯ୍ଯ ଦାବୀ କୁ ଅବହେଳା କରୁଛନ୍ତି ।ଯାହାଫଳରେ କୃଷକ ସାଥୀ ମାନସିକ ସ୍ତରରେ ଭାଙ୍ଗି ପଡିଛନ୍ତି।ଏ ନେଇ ବାରମ୍ବାର ଜିଲ୍ଲା ପ୍ରଶାସନ ନିକଟରେଲିଖିତ ଅଭିଯୋଗ ବାଢିଥିଲେ ମଧ୍ଯ କୃଷକ ସାଥୀ ନ୍ଯାୟ ପାଇ ପାରୁ ନାହାନ୍ତି ।ଯଥାଶିଘ୍ର ଦାବି ପୁରନ ନହେଲେ ଆନ୍ଦୋଳନର ପନ୍ଥା ଅବଲମ୍ବନ କରିବେ ବୋଲି ସଂଘ ପକ୍ଷରୁ ନିଷ୍ପତି ନିଆଯିବବୋଲି ୩୧ଟି ପଞ୍ଚାୟତର କୃଷକ ସାଥୀ ମତପ୍ରକାଶ କରିଛନ୍ତି ।ସମ୍ପାଦକ ମାନସକୁମାର ପରିଡା ସୁଭେନ୍ଦୁଦାସ ଚକ୍ରଧର ପ୍ରଧାନ ରାମକୃଷ୍ଣ ମୌକାପ ପଞ୍ଚାନନପଣ୍ତାପ୍ରଭାତବେହେରା ମନ୍ମଥସାହୁ ରବିନ୍ଦ୍ରସାହୁ (ଭାନୁବାବୁ) ଅମୂଲ୍ଯ ପ୍ରଧାନ ଜୟ ଗୋପାଳ ସାମନ୍ତ ଉପସ୍ଥିତଥିଲେ ।

ବିଜୟ କୁମାର ଭୂୟାଁ ଙ୍କ ରିପୋର୍ଟ୍ 

Related posts

ଧୋକା ଦେଲା ସରକାରୀ ଧାନ ବିହନ

masiha

ଜିଲ୍ଲା ସ୍ତରୀୟ ସନ୍ତରଣ ପ୍ରତିଯୋଗିତା

ପୋଲିସ ର ସାଇବର କ୍ରାଇମ୍ ସଚେତନ କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!