ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଆରା ଢଙ୍ଗରେ ବିବାହ ବାର୍ଷିକୀ ପାଳିଲେ ଆଦର୍ଶ ଦମ୍ପତି

ନିଆରା ଢଙ୍ଗରେ ବିବାହ ବାର୍ଷିକୀ ପାଳିଲେ ଆଦର୍ଶ ଦମ୍ପତି 

ବସ୍ତା)ପୁରୀ ର ଅଗ୍ରଣୀ ସ୍ବେଚ୍ଛାସେବୀ ସାମାଜିକ ସଙ୍ଗଠନ ” ଜୟ ମା’ ଦକ୍ଷିଣ କାଳୀ ଗ୍ରୁପ୍ ” ପକ୍ଷରୁ ସଦର ବ୍ଲକ ରୁପ୍ସା ସାମିଲ୍ ହସନପୁର ପଞ୍ଚାୟତ ଅନ୍ତର୍ଗତ ପିଞ୍ଛାବଣିଆଁ ଗ୍ରାମରେ ଅବସ୍ଥିତ ବୈଦିକ ଗୁରୁକୁଳ ଆଶ୍ରମରେ ଆଶ୍ରମର ମୁଖ୍ୟ ପରିଚାଳକ ଆଚାର୍ଯ୍ୟ ବିଜୟୀ ଜୀ ଙ୍କ ପୌରହିତ୍ୟ ରେ ଧାର୍ମିକ, ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟମାନ ଅନୁଷ୍ଠିତ ହୋଇଯାଇଅଛି । 

   ” ଜୟ ମା’ ଦକ୍ଷିଣ କାଳୀ” ଗ୍ରୁପ୍ ର ମୁଖ୍ୟ ଶ୍ରୀମତୀ କବିତା ପଣ୍ଡା ଓ ଶ୍ରୀଯୁକ୍ତ ମୈତ୍ରଜିତ୍ ମିଶ୍ର ଙ୍କ ବିବାହ ବାର୍ଷିକୀ ମଧ୍ୟ ପାଳନ ହୋଇଥିଲା । ଏହି ଅବସରରେ ଶ୍ରଦ୍ଧେୟା କବିତା ଓ ଶ୍ରଦ୍ଧେୟ ମୈତ୍ରଜିତ୍ ଙ୍କ ଯଜମାନତ୍ବରେ ଗୁରୁକୁଳରେ ବୃକ୍ଷ ରୋପଣ, ଗୋମାତା ସେବା ଓ ବିଶ୍ୱକଲ୍ୟାଣ ଦେବଯଜ୍ଞ ସହିତ ସଙ୍ଗଠନ ପକ୍ଷରୁ ଆଶ୍ରମର ପିଲାମାନଙ୍କୁ ଅନ୍ନ, ବସ୍ତ୍ର ଓ ପାଠ୍ୟ ଉପକରଣ ସାମଗ୍ରୀମାନ ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସଙ୍ଗଠନ ପକ୍ଷରୁ ସାମ୍ବାଦିକ ନୈବେଦ୍ୟ ସାହୁ , ଶ୍ରୀତମ୍ ମଲ୍ଲିକ, ପ୍ରକାଶ ବେହେରା,ବର୍ଷା ବେହେରା ଓ ଲକ୍ଷ୍ମୀ ପ୍ରିୟା ନାୟକ ଆଦି ସଦସ୍ୟ ସଦସ୍ୟାଗଣ ଯୋଗଦେବା ସହ ଆମ୍ବଗଡ଼ିଆ ବିକାଶ ପରିଷଦର ମୁଖ୍ୟ ଶ୍ରୀ ଅନ୍ତର୍ଯ୍ୟାମି ମହାପାତ୍ର ଯୋଗଦାନ କରିଥିଲେ । ଗୁରୁକୁଳର ଅନନ୍ୟ ଶୁଭେଚ୍ଛୁ ଓଡ଼ିଶା ରିଲ୍ ଭାଇରାଲ୍ ମ୍ୟାନ୍ ପୁର୍ଣ୍ଣ ମଉଷା ସଙ୍ଗଠନର କର୍ମକର୍ତ୍ତାଙ୍କୁ ଗୁରୁକୁଳରେ ପହଞ୍ଚିବାରେ ଅନନ୍ୟ ପ୍ରୟାସ କରିଥିଲେ । ସଂପ୍ରତି ସମାଜରେ ଯୁବସମାଜ ଓ ଦାମ୍ପତ୍ୟ ଜୀବନ ଯେତେବେଳେ ବିପଥ ଗାମୀ ଦିଗରେ ଗତି କରୁଛି ସେତେବେଳେ ଜୟମା’ ଦକ୍ଷିଣ କାଳୀ ଗ୍ରୁପ୍ ର ଆଦର୍ଶ ଯୁବ ଦମ୍ପତି ନିଜର ବିବାହ ବାର୍ଷିକୀ ନିଆରା ଢଙ୍ଗରେ ପାଳନ କରିବା ସହ ନିଜର ଦାମ୍ପତ୍ୟ ଜୀବନ ସହିତ ସଙ୍ଗଠନର ମାନ ବଢ଼ାଇ ସମାଜ ପାଇଁ ଉଦାହରଣ ସୃଷ୍ଟି କରିଥିବାରୁ । ଆଦର୍ଶ ଦମ୍ପତି ଶ୍ରଦ୍ଧେୟା କବିତା ଓ ଶ୍ରଦ୍ଧେୟ ମୈତ୍ରଜିତ୍ (ଜତୁ) ତଥା ସେବା ଓ ଦାନ କ୍ଷେତ୍ରରେ ମାନବ‌ ସେବା ଓ ମାଧବ ସେବା ଉକ୍ତିକୁ ଚରିତାର୍ଥ କରିଥିବାରୁ ଜୟ ମା’ ଦକ୍ଷିଣ କାଳୀ ଗ୍ରୁପ୍ କୁ ଗୁରୁକୁଳ ପକ୍ଷରୁ ସ୍ଥାନୀୟ ସରପଞ୍ଚ ମାନନୀୟା ମାଳତୀ ପ୍ରଧାନଙ୍କ ଦ୍ୱାରା କୃତଜ୍ଞତା ପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ପରିଶେଷରେ ଗୁରୁକୁଳରେ ମୁଖ୍ୟ ଆଚାର୍ଯ୍ୟ ବିଜୟୀ ଜୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ବିଜୟ କୁମାର ଭୂୟାଁ ଙ୍କ ରିପୋର୍ଟ୍ 

Related posts

ଅଜଣା ଗାଡି ଧକ୍କାରେ ଶିକ୍ଷକ ଗୁରୁତର 

masiha

ସ୍କୁଲ ପୋଷାକ ବଣ୍ଟନରେ ବ୍ୟାପକ ଦୁର୍ନୀତି , ଦୁର୍ନୀତିକୁ ଲୁଚାଇବାକୁ ସାମ୍ବାଦିକଙ୍କୁ ଦେଖାଉଛନ୍ତି ଲୋଭ

Sunil Chandra Nayak

ଜିଲ୍ଲା ମଙ୍ଗଳ ବିଭାଗରେ ଚରମ ଅବହେଳା,ରହିବା ଗୃହ ନଥିବାରୁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଶିକ୍ଷକ

masiha

Leave a Comment

error: Content is protected !!