ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏକ ମାସ ଧରି ମାଗଣା ଗ୍ଲୁକୋଜ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ 

ଏକ ମାସ ଧରି ମାଗଣା ଗ୍ଲୁକୋଜ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ 

ବ୍ରହ୍ମପୁର, ତା ୨୬/୦୪ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମହାନ କାର୍ଯ୍ୟ ନିମନ୍ତେ ଗଞ୍ଜାମ ଔଷଧ ବ୍ୟବସାୟୀ ସଂଘ ଜିପିସିଡିଏ ତରଫରୁ ରାଜ୍ୟ ଔଷଧ ବ୍ୟବସାୟୀ ସଂଘ, ସିପିଏସ ମହୁଡ଼ା ଓ ଏନଟିଆର ସେବା ସମିତି ସହଯୋଗରେ ରବିବାର ଠାରୁ ଏକ ମାସ ପର୍ଯ୍ୟନ୍ତ ମାଗଣା ଗ୍ଲୁକୋଜ ବଣ୍ଟନ କାର୍ଯ୍ୟକ୍ରମ ରାମଲିଙ୍ଗମ ରୋଡ ଗାନ୍ଧୀ ପାର୍କ ସମ୍ମୁଖରେ ଶୁଭାରମ୍ଭ ହୋଇଛି l ଏଥିରେ ରାଜ୍ୟ ଔଷଧ ବ୍ୟବସାୟୀ ସଂଘ ସଭାପତି ତଥା ଜିପିସିଡିଏ ସଂପାଦକ ପି ସତ୍ୟନାରାୟଣ ବାବୁ, ଜିପିସିଡିଏ ସଭାପତି ବିଷ୍ଣୁ ପ୍ରସାଦ ପଣ୍ଡା, ଜିପିସିଡିଏ ଉପଦେଷ୍ଟା ତଥା ସିପିଏସ ଅଧକ୍ଷ ଭି ଜଗନ୍ନାଥ ରାଓ, ଜିପିସିଡିଏ କୋଷାଧ୍ୟକ୍ଷ ବଲ୍ଲଭ ଚନ୍ଦ୍ର ପାଣିଗ୍ରାହି, ବାଓ ସାଇନ୍ସ ସଭାପତି କୃଷ୍ଣ ଚନ୍ଦ୍ର ପଣ୍ଡା, ପିଆରଓ ନାଗେଶ୍ୱର ପୃଷ୍ଟି, ଏନଟିଆର ସେବା ସମିତି ସଭାପତି ଶ୍ରୀନିବାସ ରାଓ, ସଂପାଦକ ଲକ୍ଷଣ ରାଓ, ସମାଜସେବୀ ଜେ ସୈଳଜାଙ୍କ ସମେତ ସମସ୍ତ ସଂଗଠନର ବହୁ କର୍ମକର୍ତା ଉପସ୍ଥିତ ରହି ବାଟୋଇ ମାନଙ୍କୁ ଗ୍ଲୁକୋଜ ବଣ୍ଟନ କରିଥିଲେ l ପ୍ରକାଶଯୋଗ୍ୟ ଜିପିସିଡିଏ ତରଫରୁ ବିଭିନ୍ନ ସଂଘ ସହଯୋଗରେ ପ୍ରତେକ ବର୍ଷ ଖରା ଦିନରେ ଗ୍ଲୁକୋଜ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି l

Related posts

ନୂତନ ଆଧାର କେନ୍ଦ୍ର ଉଦ୍ଧଘାଟନ 

masiha

ଜୁନାଗଡ଼ ସମ୍ବାଦ ସାହିତ୍ୟ ଘରର ବୈଠକ ଓ କବିତା ପାଠ କାର୍ଯ୍ୟକ୍ରମ 

masiha

ବ୍ଲକ୍ ସ୍ତରୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ଷଷ୍ଟ ଦିନରେ ସଡକ ସୁରକ୍ଷା ସଚେତନତା

Sunil Chandra Nayak

Leave a Comment

error: Content is protected !!