ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଚେତନ ନାଗରିକ ମଞ୍ଚର ୧୩ତମ ବାର୍ଷିକ ଉତ୍ସବ ପାଳନ

ସଚେତନ ନାଗରିକ ମଞ୍ଚର ୧୩ତମ ବାର୍ଷିକ ଉତ୍ସବ ପାଳନ 

ରାଉରକେଲା: ସହରର ଅନ୍ୟତମ ସାମାଜିକ ଅନୁଷ୍ଠାନ ସଚେତନ ନାଗରିକ ମଞ୍ଚର ତ୍ରୟୋଦଶ ତମ ବାର୍ଷିକ ଉତ୍ସବ ସ୍ଥାନୀୟ ସିଭିକ ସେଣ୍ଟର ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ମଞ୍ଚର ସଭାପତି ଇଂ ଅଭୟ କୁମାର ଦାସଙ୍କ ଅଧ୍ୟକ୍ଷତା, ସାଧାରଣ ସମ୍ପାଦକ ପି ପି ରାୟଙ୍କ ଆବାହକତ୍ବ ତଥା ସହ ସାଧାରଣ ସମ୍ପାଦକ କୁଞ୍ଜବିହାରୀ ରାଉତଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଶ୍ରମିକନେତା ବୈଦ୍ୟନାଥ ଦାସ, ସାମାଜିକ କର୍ମୀ ତଥା ଉପଦେଷ୍ଟା ଚିତ୍ତରଞ୍ଜନ ଦାସ, ଉପଦେଷ୍ଟା ଡାକ୍ତର ଉତ୍ତମ ଚରଣ ଜେନା, ପ୍ରାକ୍ତନ ସଭାପତି ଡାକ୍ତର ଫକୀର ଚରଣ ହୋତା, କାର୍ଯ୍ୟକାରୀ ସଭାପତି ଉପେନ୍ଦ୍ର କୁମାର ନାୟକ, ପ୍ରତିଷ୍ଠାତା ସଦସ୍ୟ ତଥା ଶିକ୍ଷାବିତ ଜଗବନ୍ଧୁ ଜେନା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ଜନସଭାକୁ ସମ୍ବୋଧିତ ସହ ଆଲୋଚ୍ୟ ପ୍ରସଙ୍ଗ ସୁନ୍ଦରଗଡ ଜିଲ୍ଲା ଓ ରାଉରକେଲା ବିକାଶରେ ଅବହେଳା ତଥା ଅନୁଷ୍ଠାନର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଅନ୍ୟତମ ବକ୍ତା ଭାବେ ବିଶିଷ୍ଟ ସ୍ତମ୍ଭକାର ନଳିନୀକାନ୍ତ ଧର ଓ ଶ୍ରମିକନେତା ଦିଗମ୍ବର ମହାନ୍ତି ଆଲୋଚନାରେ ସୁଚିନ୍ତିତ ମତାମତ ରଖିଥିଲେ। ସମସ୍ତ ଅତିଥି ସେମାନଙ୍କ ବକ୍ତବ୍ୟରେ ରାଉରକେଲାରେ ଏକ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା, ସ୍ବାସ୍ଥ୍ୟ ସେବା, ଗମନାଗମନ ତଥା ରେଳ ଡିଭିଜନ, ପୂର୍ଣ୍ଣାଙ୍ଗ ବିମାନ ବନ୍ଦର, ରାଉରକେଲା ଇସ୍ପାତ କାରଖାନାର ସମ୍ପ୍ରସାରଣ, ଉତ୍ପାଦନ ବୃଦ୍ଧି ଓ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ସୁଯୋଗ, ଓଡ଼ିଆ ଭାଷାର ପ୍ରଚଳନ, ରାଉରକେଲାରୁ ବାଲେଶ୍ଵର କୁ ଭାୟା କେଉଁଝର ଦେଇ ରେଳ ଚଳାଚଳ, ଦ୍ବିତୀୟ ଇଣ୍ଟରସିଟି, ଶ୍ରମିକ ଙ୍କ ସମସ୍ୟା, ସହରର ଆର୍ଥିକ ବୃଦ୍ଧି ଉପରେ ଗୁରୁତ୍ୱାରୋପ,ଇଏସଆଇସି ମେଡିକାଲ କଲେଜ, ରାଉରକେଲା ସରକାରୀ ଡାକ୍ତରଖାନାକୁ ସୁପର ସ୍ପେସିଆଲିଷ୍ଟ ତଥା ପିଜି କଲେଜ କରିବା, ଏଥିପାଇଁ ଆବଶ୍ୟକ ହେଉଥିବା ୪୦ ଏକର ଜମିକୁ ଆରଏସପି ଓ ରାଜ୍ୟସରକାର ଯୋଗାଇଦେବା, ସର୍ବୋପରି ଉତ୍କଳ କେଶରୀ ହରେକୃଷ୍ଣ ମହତାବଙ୍କ ଏକ ପ୍ରତିମୂର୍ତ୍ତି ନିର୍ମାଣ କରିବା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ମଞ୍ଚର ମୁଖପତ୍ର ସ୍ମରଣିକା କୁ ଅତିଥିମାନେ ଉନ୍ମୋଚନ କରିଥିଲେ। ସେହିପରି ସାମାଜିକ ପ୍ରତିବଦ୍ଧତା ଥିବା ଡ଼ାକ୍ତର ଫକୀର ଚରଣ ହୋତା ଓ ଅମୂଲ୍ୟ ଚରଣ ବରାଳ ଙ୍କୁ ମାନପତ୍ର, ଉପଢୌକନ ଓ ପୁଷ୍ପଗୁଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରାରମ୍ଭରେ ସମସ୍ତ ଅତିଥି ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ସାଧାରଣ ସମ୍ପାଦକ ଅନୁଷ୍ଠାନର ଲକ୍ଷ୍ୟ ଓ ଆଭିମୁଖ୍ୟ, ପ୍ରତିଷ୍ଠାତା ସଦସ୍ୟ ଜଗବନ୍ଧୁ ଜେନା ସ୍ବାଗତ ଅଭିଭାଷଣ ରଖିଥିଲେ। ଗୁରୁ ଜ୍ୟୋତିର୍ମୟ ଆଚାର୍ଯ୍ୟ ଓ ସାଥୀ ମାନେ ସ୍ବାଗତ ସଂଗୀତ ପରିବେଷଣ କରିଥିଲେ। ସେହିପରି ଆନନ୍ଦ ଚନ୍ଦ୍ର ମହାନ୍ତି, ସତ୍ୟପ୍ରିୟ ମହାନ୍ତି ତଥା ଅନ୍ୟ ଦିବଙ୍ଗତ ଙ୍କ ପାଇଁ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଶେଷରେ କୋଷାଧ୍ୟକ୍ଷ ଶଶଧର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନା ରେ ଅକ୍ଷୟ କୁମାର ଦାସ, ଜଗନ୍ନାଥ ରାଉତ, ପ୍ରଭାତ କୁମାର ବେହୁରା, ଶ୍ରୀମନ୍ତ କୁମାର ବର୍ମା, ରମେଶ ଚନ୍ଦ୍ର ସେଠୀ, ସସ୍ମିତା ପ୍ରଧାନ , ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ, ବିଜୟ ବରାଳ, ବିଷ୍ଣୁଚରଣ ସାମଲ ,ମାମୁନୀ ଦାସ ପ୍ରମୁଖ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ସହରର ବହୁ ବୁଦ୍ଧିଜୀବୀ, ସମାଜସେବୀ, ଆଇନଜୀବୀ, ସାମ୍ବାଦିକ, ଶିକ୍ଷାବିତ ମାନେ ଯୋଗଦେଇଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

Niyamagiri Dongoria Kandha women tie rakhi to CM and seek development intervention

Sunil Chandra Nayak

आदर्श राजनीतिज्ञ दीपक कुमार चौधुरी

masiha

ପ୍ରଧାନ ଶିକ୍ଷକ ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ,ଗୋଟିଏ ବିଦ୍ୟାଳୟ ରେ ୩୬ ବର୍ଷ 

masiha

Leave a Comment

error: Content is protected !!