ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ବ୍ଲକ ବିଶ୍ଵ ହିନ୍ଦୁ ପରିଷଦ ର ତହସିଲଦାର ଙ୍କୁ ଦାବିପତ୍ର ପ୍ରଦାନ 

ଡାବୁଗାଁ ବ୍ଲକ ବିଶ୍ଵ ହିନ୍ଦୁ ପରିଷଦ ର ତହସିଲଦାର ଙ୍କୁ ଦାବିପତ୍ର ପ୍ରଦାନ 

ଡାବୁଗାଁ, ୨୭/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ବିଶ୍ଵ ହିନ୍ଦୁ ପରିଷଦର ତରଫରୁ ଗୋ-ସୁରକ୍ଷା ଆଇନ ଆଣିବା ନେଇ ଭାରତର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ଓଡିଶାର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଡାବୁଗାଁ ତହସିଲଦାର ଗୀତା ମୁର୍ମୁ ଙ୍କୁ ସୋମବାର ପ୍ରଦାନ କରିଛନ୍ତି | ଏଥିରେ ଗୋ-ମାତାଙ୍କୁ ଉପଯୁକ୍ତ ଅନୁସନ୍ଧାନ ଓ ଅନୁଦାନ, ଭାରତରୁ ଗୋହତ୍ୟା ସଂପୂର୍ଣ୍ଣ ସମାପ୍ତ ହେଉ, ଗୋମାତାଙ୍କୁ ରାଷ୍ଟ୍ରମାତାର ମୌଳିକ ଅଧିକାର ପ୍ରଦାନ କରିବା ଓ ଗୋ-ସୁରକ୍ଷା ଆଇନ ଆଣିବା ନେଇ ଦାବି ପତ୍ରରେ ଉଲ୍ଲେଖ ରହିଛି | ଏହି ଦାବିପତ୍ର ପ୍ରଦାନ ସମୟରେ ବିଶ୍ଵ ହିନ୍ଦୁ ପରିଷଦ ର ବ୍ଲକ ସଭାପତି ସପନ ଦେ, ସମ୍ପାଦକ କୈଳାସ ସିଂଲାଲ, କୋଷାଗୁମୁଡା ଓ ଡାବୁଗାଁ ବ୍ଲକ ପାଳକ ଅଧିକାରୀ ଭଗବାନ ମହାନ୍ତି, ଲକ୍ଷ୍ମୀକାନ୍ତ ରଥ, ସୁରେଶ ସାମଲ, ଫୁଲସିଂ ଜାନୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

୩୦ ରୁ ପରବାଙ୍ଗି ମହିମା ମେଳା ୨୦୨୫

masiha

ଉତ୍କଳ ମିଡ଼ିଆ ସାମ୍ବାଦିକ ସଂଘ ରାୟଗଡ ଜିଲ୍ଲା ତରଫରୁ ରାୟଗଡ ଜିଲ୍ଲାରେ ଓଡ଼ିଆ ଭାଷାର କାର୍ଯ୍ୟକାରିତା ନେଇ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ

Sunil Chandra Nayak

ଗୋତମୁଣ୍ଡା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

masiha

Leave a Comment

error: Content is protected !!