ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧୁଳେଶ୍ବର ବସ୍ତିଆଙ୍କ ପୂଣ୍ୟତିଥି ପାଳନ ଓ ଶ୍ରଦ୍ଧାଞ୍ଜଳି ସଭା

ଧୁଳେଶ୍ବର ବସ୍ତିଆଙ୍କ ପୂଣ୍ୟତିଥି ପାଳନ ଓ ଶ୍ରଦ୍ଧାଞ୍ଜଳି ସଭା 

ରାଉରକେଲା: କେନ୍ଦ୍ରୀୟ ହିନ୍ଦ ମଜଦୁର ସଭା ସହ ଅନୁବନ୍ଧିତ ଏନଏସପିସିଏଲ ଏମ୍ପଲୋଇଜ ଆସୋସିଏସନ୍ ର ୧୯ ତମ ବାର୍ଷିକ ସମ୍ମିଳନୀ ରାଉରକେଲା ମଜଦୁର ସଭା କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ରାଉରକେଲା ମଜଦୁର ସଭାର ପ୍ରାକ୍ତନ ସଭାପତି ତଥା ସମାଜବାଦୀ ନେତା ସୁରେଶ୍ଵର ବସ୍ତିଆଙ୍କ ୬୧ ତମ ପୂଣ୍ୟତିଥି ତଥା ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଆସୋସିଏସନର ସଭାପତି ହରେକୃଷ୍ଣ ପାଢ଼ୀ ଙ୍କ ଅଧ୍ୟକ୍ଷତା ଓ ସଂଯୋଜନା ତଥା ସାଧାରଣ ସମ୍ପାଦକ କେଦାର ଦାସ ଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ସ୍ବତନ୍ତ୍ର ଅତିଥି ଭାବେ ଆରଏମଏସ ର ସଭାପତି ଶଶଧର ନାୟକ,ସମ୍ମାନିତ ଅତିଥି ଭାବେ ରାଉରକେଲା ଜିଲ୍ଲା ବିଜେଡ଼ି ସଭାପତି ତଥା ସୁନ୍ଦରଗଡ କୋଅରେଟିଭ ବ୍ୟାଙ୍କର ସଭାପତି ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ ଯୋଗଦେଇ ସ୍ବର୍ଗତ ବସ୍ତିଆଙ୍କ ଜୀବନାଦର୍ଶ, ଶ୍ରମିକ ଙ୍କ ସମସ୍ୟା ନେଇ ନିର୍ଭିକ ନେତୃତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ। ମୁଖ୍ୟଅତିଥି ତାଙ୍କ ବକ୍ତବ୍ୟରେ କହିଲେ ଯେ ସମାଲୋଚନା ନକରି ଆଲୋଚନାର ବିଷୟ ପାଲଟିବା ଦରକାର। ୨୪ ଘଣ୍ଟାରୁ ନିଜ କର୍ମ ପାଇଁ ୮ ଘଣ୍ଟା, ନିଜ ପାଇଁ ୮ ଘଣ୍ଟା, ପରିବାର ପାଇଁ ୬ ଘଣ୍ଟା ଓ ସମାଜ ପାଇଁ ୨ ଘଣ୍ଟା ସମୟ ଦେଲେ ସମାଜର ଚିତ୍ର ବଦଳିଯିବ। ସେହିପରି ଆସୋସିଏସନ୍ କୁ ଅଧିକ କ୍ରିୟାଶୀଳ କରିବାକୁ ହେବ। ସମ୍ମାନିତ ଅତିଥି ଶ୍ରୀ ତ୍ରିପାଠୀ ତାଙ୍କ ବକ୍ତବ୍ୟରେ ମଜଦୁର ସଭାର ସମ୍ଭାବନା କୁ ଉଦଜୀବିତ କରିବାକୁ ହେଲେ ଐକ୍ୟବଦ୍ଧତା ଉପରେ ଗୁରୁତ୍ୱାରୋପ କରିଥିଲେ। ସ୍ବତନ୍ତ୍ର ଅତିଥି ଶ୍ରୀ ନାୟକ ସ୍ବର୍ଗତ ବସ୍ତିଆ ରାଉରକେଲା ଶ୍ରମିକ ଆନ୍ଦୋଳନର କିପରି ଅଗ୍ରଣୀ ଭୂମିକା ନେଇଥିଲେ ଓ ସକାଳେ ହମିରପୁର ଠାରେ ତାଙ୍କ ପାଇଁ ତିଳ ତର୍ପଣ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଅନ୍ୟତମ ବକ୍ତା ଭାବେ ବିଜେଡିର ବରିଷ୍ଠ ନେତା ଜୟନ୍ତ କୁମାର ମିଶ୍ର, ଖଗେନ୍ଦ୍ର ବେହେରା, ପ୍ରଶାନ୍ତ ସେଠୀ, ଦିଗାମ୍ବର ମହାନ୍ତି, ବିରେନ୍ ସେନାପତି ପ୍ରମୁଖ ସ୍ବର୍ଗତ ବସ୍ତିଆ ଙ୍କ ସ୍ମୃତି ଚାରଣ କରିଥିଲେ। ସାଧାରଣ ସମ୍ପାଦକ ଶ୍ରୀ ଦାସ କିପରି ଶ୍ରମିକଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦେଇ କାର୍ଯ୍ୟକ୍ରମ କରୁଛି ଓ ସଭାପତି ଶ୍ରୀପାଢୀ ଅନୁଷ୍ଠାନର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଶେଷରେ ଅନ୍ୟତମ ବରିଷ୍ଠ ନେତା ପ୍ରମୋଦ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସର୍ବଶ୍ରୀ ସତ୍ୟାନନ୍ଦ ବେହେରା,ରବି ପରିଡ଼ା, କଳାକାର ସାହୁ, ସିଦ୍ଧେଶ୍ୱର ବଳ,ପତିତ ପାବନ ଜେନା,ଆର୍ତ୍ତ ମହାରଣା ଓ ଆସୋସିଏସନର ଅନ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଧର୍ମଗଡ ଜିଲ୍ଲା ଦାବୀ ନେଇ କ୍ରିୟାନୁଷ୍ଠାନ କମିଟି ର ଜୟପାଟଣାରେ ଜରୁରୀ ବୈଠକ 

masiha

ଅଂଶୁଘାତରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ

ପାଟ୍ଟଖଣ୍ଡା ଏଜେନ୍ସି ରେ ସଟ ସର୍କିଟ ଯୋଗୁଁ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ 

masiha

Leave a Comment

error: Content is protected !!