ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଲାମୁଣ୍ଡାରେ ପ୍ରଭୁ ଶ୍ରୀରାମ ମନ୍ଦିର ପାଇଁ ଭୂମି ପୂଜନ ଅନୁଷ୍ଠିତ

ଗୋଲାମୁଣ୍ଡାରେ ପ୍ରଭୁ ଶ୍ରୀରାମ ମନ୍ଦିର ପାଇଁ ଭୂମି ପୂଜନ ଅନୁଷ୍ଠିତ

ଗୋଲାମୁଣ୍ଡା,୨୯।୦୪( ମ ନି ସ): ଗୋଲାମୁଣ୍ଡା ଠାରେ ଏକ ଭବ୍ୟ ପ୍ରଭୁ ଶ୍ରୀରାମ ମନ୍ଦିର ନିର୍ମାଣ ନିମନ୍ତେ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଶୁଭ କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି ତଥା ହଜାର ହଜାର ସଂଖ୍ୟକ ରାମ ଭକ୍ତ ଉପସ୍ଥିତ ରହିଥିଲେ ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଯୋଗଦାନ କରିଥିବାବେଳେ, ସମ୍ମାନିତ ଅତିଥି ଭାବରେ ଗତ ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ମନୋଜ କୁମାର ମେହେର, ବରିଷ୍ଠ ବିଜେପି ନେତା ଗଙ୍ଗା ବିଷ୍ଣୁ ମୁଣ୍ଡ, ଗଗନ ମୁଣ୍ଡ, ସୁଦର୍ଶନ ନେଗୀ, ଗୋଲାମୁଣ୍ଡା ବିଜେପି ମଣ୍ଡଳ ସଭାପତି ବୈଶାଖୁ କେତକୀ ଏବଂ ସମାଜସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ, ମୁରଲୀ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ରାମ ମନ୍ଦିର ନିର୍ମାଣ ପାଇଁ ଜମି ଦାନ କରିଥିବା ବରିଷ୍ଠ ଶିକ୍ଷକ ସୁରେନ୍ଦ୍ର ମୁଣ୍ଡ କର୍ତ୍ତା ଭାବରେ ଦାୟିତ୍ୱ ତୁଲାଇଥିଲେ । ଏହି ଭୂମି ପୂଜନ ଉତ୍ସବକୁ ସଫଳ କରିବା ପାଇଁ ଅନେକ ରାମ ଭକ୍ତ ସହଯୋଗ କରିଥିଲେ ।

ଦାମୋଦର ଦାସ ଙ୍କ ରିପୋର୍ଟ୍ 

Related posts

କୋଷଗୁମୁଡାଠାରେ ଜିଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣୀ ଶିବିର ଅନୁଷ୍ଠିତ

masiha

ବନ୍ଦଲ ଉଚ୍ଚପ୍ରାଥମିକ ବିଦ୍ୟାଳୟର ୫୩ ତମ ବାର୍ଷିକ ଉତ୍ସବ ପାଳିତ 

Sunil Chandra Nayak

ସହୃଦ ସେବାସଂଘର ରଜତ ଜୟନ୍ତୀ ପାଳନ

masiha

Leave a Comment

error: Content is protected !!