ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆବାକସ୍ ଛାତ୍ର ଛାତ୍ରୀଙ୍କ ସଫଳତା 

ଆବାକସ୍ ଛାତ୍ର ଛାତ୍ରୀଙ୍କ ସଫଳତା 

ରାଉରକେଲା: ଭୁବନେଶ୍ୱର ର ରୟାଲ ଆବାକସ୍ ଇଣ୍ଟରନ୍ୟାସନାଲ କ୍ରାଉନ ଠାରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ରାଉରକେଲାର ଆମେଥିଷ୍ଟ ଆବାକସ୍ ଏକାଡେମୀର ଛାତ୍ର ଛାତ୍ରୀ ମାନେ ଅଂଶଗ୍ରହଣ କରି ବିପୁଳ ସଫଳତା ହାସଲ କରି ରାଉରକେଲା ପାଇଁ ଗର୍ବ ଆଣିଛନ୍ତି। ଗଣିତ ଉପରେ ମସ୍ତିଷ୍କ ଖେଳ, ବୁଦ୍ଧିମତା ଓ ଆବାକସ୍ ସମ୍ପର୍କିତ ନାଟକ ଆଦି ପ୍ରତିଯୋଗିତା କରାଯାଇଥିଲା। ଏହି ପ୍ରତିଯୋଗିତାରେ ରାଉରକେଲାର ଆମେଥିଷ୍ଟ ଆବାକସ୍ ଏକାଡେମୀ, ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡ଼ ସ୍ଥିତ ବ୍ଲେସଡ ଆବାକସ ଏକାଡେମୀ, ଭୁବନେଶ୍ଵର ର ବ୍ରେନ୍ ମାଷ୍ଟର ଆବାକସ୍ ଏକାଡେମୀ ର ଓଡିଏମ୍ ଗ୍ଲୋବାଲ ସ୍କୁଲର ପ୍ରାୟ ୫ ଶହ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ ରାଉରକେଲାର ପ୍ରାୟ ୫୦ଜଣ ଛାତ୍ର ଛାତ୍ରୀ ସଫଳତା ହାସଲ କରିଥିଲେ। ଏଥିପାଇଁ ସେକ୍ଟର ୭ ସ୍ଥିତ ଇସ୍ପାତ ସାହିତ୍ୟ ସଂସଦ ଠାରେ ଅନୁଷ୍ଠାନ ତରଫରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜର୍ଣ୍ଣାଲିଷ୍ଟ ଆସୋସିଏସନର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଆଶିର୍ବଚନ ପ୍ରଦାନ ସହ ପୁରସ୍କୃତ କରିଥିଲେ। ଆମେଥିଷ୍ଟ ଆବାକସ୍ ଏକାଡେମୀ ର ଅଧ୍ୟକ୍ଷା ସନ୍ଧ୍ୟାରାଣୀ ସାହୁ ଙ୍କ ଉପସ୍ଥିତିର ଅର୍ଚ୍ଚନା ମହାନ୍ତି ମଞ୍ଚ ସଂଯୋଜନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଚମ୍ପାବତୀ ଅମାତ, ପ୍ରଜ୍ଞା ପରମିତା ନନ୍ଦ, ଲଳିତା ମୁଦୁଲି, ସସ୍ମିତା ପ୍ରଧାନ,ଇନ୍ଦ୍ରାବଳୀ ମିସ୍ତ୍ରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲାବେଳେ ଅର୍ଚ୍ଚନା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଦୂର ହେଉନି ରାସ୍ତା ମରାମତି ସମସ୍ୟା, ଲୋକେ ହେଉଛନ୍ତି ହିନସ୍ତା

Sunil Chandra Nayak

ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି କେନ୍ଦ୍ରକୁ ଉଦଘାଟନ କଲେ ତହସିଲଦାର 

masiha

ଧୁମଧାମରେ ପାଳିତ ହେଲା ହିନ୍ଦୁ ନବବର୍ଷ 

masiha

Leave a Comment

error: Content is protected !!