ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରକାଶ ପାଇଲା ଅଘୋଷିତ କବିତା ପ୍ରତିଯୋଗିତା ଫଳାଫଳ, ପ୍ରଥମ ସ୍ଥାନରେ ସୁସ୍ମିତା

ବାଲେଶ୍ଵର,୧୨/୫/୨୨- ଗତ ତା ୦୮/୫/୨୦୨୨ ରିଖ ଥିଲା ବିଶ୍ବ ମାତୃ ଦିବସ । ଏହି ଦିବସ ଉପଲକ୍ଷେ ମୋ ଅନୁଷ୍ଠାନ ସାହିତ୍ୟ ସଂସଦ, ଆଳଦା, ଖଇରା, ବାଲେଶ୍ବର ହ୍ଵାଟ୍ସଆପ୍ ଗୃପକୁ ରାଜ୍ୟର ଵିଭିନ୍ନ ସ୍ଥାନରୁ ଅନେକ କବିତା ଆସିଥିଲା । ଯାହାକୁ ଅନୁଷ୍ଠାନ ରାଜ୍ୟ ସ୍ତରୀୟ ଅଘୋଷିତ କବିତା ପ୍ରତିଯୋଗିତା ହିସାବରେ ଗ୍ରହଣ କରିଛି । ଏଥିପାଇଁ କୌଣସି ଶୀର୍ଷକ ନ ଥିଲା । ବିଶ୍ବ ମାତୃ ଦିବସ ଉପଲକ୍ଷେ ମା’ ଙ୍କ ବିଷୟରେ ବର୍ଣ୍ଣିତ ଥିବା କବିତାକୁ ଗୁରୁତ୍ୱ ଦିଆଯାଇଥିଲା । ଏଥିରେ ରାଜ୍ୟର ବିଭିନ୍ନ ସ୍ଥାନରୁ ସାହିତ୍ୟ ସ୍ରଷ୍ଟା ମାନେ ଅଂଶ ଗ୍ରହଣ କରିଥିଲେ । ଯେଉଁମାନେ ଶୀର୍ଷକ ମୁତାବକ ଲେଖା ପଠାଇ ଥିଲେ ସେମାନଙ୍କ ଲେଖାକୁ ବିଚାରରକୁ ନିଆଯାଇଥିଲା । ସମୀକ୍ଷା ଦାୟିତ୍ୱରେ ଥିଲେ ଯାଜପୁର ଜିଲ୍ଲାର ସାହିତ୍ୟିକା ସରସ୍ବତୀ ପଣ୍ଡା, ବାଲେଶ୍ବରରୁ ତାନଶ୍ରୀ ପଣ୍ଡା, ସୁନିତା ପରିଡ଼ା ଏବଂ କେନ୍ଦୁଝରରୁ ମମତାମୟୀ ବିଶ୍ବକଲ୍ଯାଣୀ ରାଉତ । ଏଥିରେ ରଶ୍ମିତା ପାତ୍ର, ବାରିପଦା, ମୟୂରଭଞ୍ଜ, ମନୋଜ କୁମାର ଦାସ, କେନ୍ଦ୍ରାପଡା, ରୁକ୍ମଣୀ ସାହୁ, ଉଦଳା, ମୟୂରଭଞ୍ଜ, ସୁଲୋଚନା ବେହେରା, ବଇଁଚୁଆ, ଖୋର୍ଦ୍ଧା, ପ୍ରିୟମ୍ବଦା ରାଉତ, କୁଡୁମୁଲୁଗୁମ୍ମା, ମାଲକାନଗିରି, ରୀତାଅପରାଜିତା ମହାନ୍ତି, ଖୋର୍ଦ୍ଧା, ବାସନ୍ତୀ ଲତା ଜେନା, ଗାନ୍ଧିନଗର, ନବରଙ୍ଗପୁର, ରଞ୍ଜୁଲତା ପାଢୀ, ରାଉରକେଲା, ସୁନ୍ଦରଗଡ, ରୀତାଞ୍ଜଳି ଡାକୁଆ, ଜୟପୁର, କୋରାପୁଟ ଏବଂ ସୁସ୍ମିତା ମହାପାତ୍ର, ରାଉରକେଲା, ସୁନ୍ଦରଗଡ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ସମସ୍ତ କବିତା ଗୁଡିକୁ ସମୀକ୍ଷାକାରିଣୀ ମାନେ ତନ୍ନ ତନ୍ନ କରି ସମୀକ୍ଷା କରିବା ପରେ ସୁସ୍ମିତା ମହାପାତ୍ରଙ୍କ କବିତାଟି ପ୍ରଥମ ସ୍ଥାନ ପାଇଁ ମନୋନୀତ ହୋଇଥିଲା । ତେଣୁ କବୟିତ୍ରୀ ଶ୍ରୀମତୀ ମହାପାତ୍ରଙ୍କୁ ସମୀକ୍ଷାକାରିଣୀ ମହୋଦୟା ମାନେ ପ୍ରଥମ ସ୍ଥାନରେ ଅବସ୍ଥାପିତ କରି ଅନୁଷ୍ଠାନକୁ ଅବଗତ କରାଇଥିଲେ । ଚଳିତ ବର୍ଷ ଡିସେମ୍ବର ମାସରେ ହେବାକୁ ଥିବା ବାର୍ଷିକ ଉତ୍ସବରେ ଶ୍ରୀମତୀ ମହାପାତ୍ର ମଞ୍ଚାସୀନ ଅତିଥି ମାନଙ୍କ ଠାରୁ ସମ୍ବର୍ଦ୍ଧିତ ହେବେ । ତେଣୁ ଉତ୍ସବକୁ ଆସିବା ନିମନ୍ତେ ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ନିବେଦନ କରିଛନ୍ତି । କେବଳ ପ୍ରଥମ ସ୍ଥାନକୁ ଅଗ୍ରାଧିକାର ଦିଆଯାଇଛି ।।

 ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ରାଧାମୋହନ ଙ୍କର ପୁସ୍ତକ ଶେଷପୃଷ୍ଠା ରାଜ୍ୟପାଳ ଦ୍ୱାରା ଉନ୍ମୋଚିତ

Sunil Chandra Nayak

ଅସହାୟ ଗରିବ ବିଧବା ବୃଦ୍ଧା ପୌଙ୍ଗାଲୁ ବିଛଣାରେ

Sunil Chandra Nayak

ସଫଳ। ଦାସ ଙ୍କ କବିତା ସମ୍ପର୍କ

Leave a Comment

error: Content is protected !!