ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଥାଦେଇ ଠକିଦେଲେ କୁଳପତି : ହଷ୍ଟେଲ ଫି ପୁଣି ଆଦାୟ କରିବ ବିଶ୍ବବିଦ୍ୟାଳୟ 

କଥାଦେଇ ଠକିଦେଲେ କୁଳପତି : ହଷ୍ଟେଲ ଫି ପୁଣି ଆଦାୟ କରିବ ବିଶ୍ବବିଦ୍ୟାଳୟ 

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଅଜବ ନିତି , ଅନୁଶାସନ ନାମରେ ଏକଛତ୍ରବାଦ ଶାସନ ଚଳାଇଛନ୍ତି । ଛାତ୍ରଙ୍କୁ ସୁବିଧାସୁଯୋଗ ଯୋଗାଇଦେବା ପରିବର୍ତ୍ତେ ଅସୁବିଧାକୁ ଠେଲିଦେଉଛନ୍ତି କୁଳପତି ଡ .ଗୀତାଞ୍ଜଳି ଦାସ । ଦକ୍ଷିଣ ଓଡ଼ିଶାର ଶିକ୍ଷାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଅଧିକାଂଶ ଛାତ୍ରଛାତ୍ରୀ ସାଧାରଣ ଚାଷୀ ମୂଲିଆ ଗରିବ ଘରର ପିଲା ଦୂରଦୂରାନ୍ତରୁ ଏଠି ଉଚ୍ଚଶିକ୍ଷା ନିମନ୍ତେ ପାଠ ପଢିବା ପାଇଁ ଆସନ୍ତି । ହେଲେ ସେମାନଙ୍କ ଦୁଃଖ ଶୁଣିବ କିଏ । ଓଡ଼ିଶାର ଅନ୍ୟ ବିଶ୍ବବିଦ୍ୟାଳୟ ତୁଳନାରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କୁଆଡେ ଅଧିକ ହଷ୍ଟେଲ ଫି ଆଦାୟ କରୁଛନ୍ତି ବୋଲି ଶହ ଶହ ଛାତ୍ରଛାତ୍ରୀ ବର୍ଷେ ତଳେ ଆନ୍ଦୋଳନକୁ ଓହ୍ଲାଇଥିଲେ , ଯାହାଫଳରେ ବିଶ୍ବବିଦ୍ୟାଳୟ ନାକେଦମ ହୋଇ ଫି କମେଇବାକୁ ବାଧ୍ଯ ହୋଇଥିଲେ ଆଉ ୭୦୦ ଟଙ୍କା କମାଗଲା ‘ହଷ୍ଟେଲ ରିଆଡମିସନ’ ଫି ବୋଲି ବିଶ୍ଵବିଦ୍ୟାଳୟ ଏକ ନୋଟିସ ଜାରି କରିଥିଲେ ସେନୁଯାୟୀ ସମସ୍ତେ ୭୦୦ ଟଙ୍କା କମେଇ ହଷ୍ଟେଲ ଫି ବାନ୍ଧିଥିଲେ ଛାତ୍ରଛାତ୍ରୀ । ତେବେ ପୁଣି ବର୍ଷ ଶେଷରେ ନିଜ କଥାରୁ ଓହରିଯାଇଛନ୍ତି ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କୁଳପତି। ସେ କଥା କୁଆଡେ ବିଧିବଦ୍ଧ ନଥିଲା ବୋଲି ପୁଣି କହୁଛନ୍ତି । ତେବେ ବର୍ତ୍ତମାନ ଛାତ୍ରଛାତ୍ରୀଙ୍କ କସନ ଟଙ୍କାରୁ ୭୦୦ ଟଙ୍କା ଆଦାୟ କରାଯିବାକୁ ନେଇ ସିଣ୍ଡିକେଟରେ ନିଷ୍ପତ୍ତି ହୋଇଛି । ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ଭିତରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି । ଯାହାଫଳରେ ଏବେ ସମସ୍ତେ କହୁଛନ୍ତି କଥାଦେଇ ଠକିଦେଲେ ଭିସି ଗୀତାଞ୍ଜଳି ଦାସ। ଗଲାବେଳେ ବିଶ୍ବାସରେ ବିଷ ଦେଇଦେଲେ ଭିସି , ବୋଲି ଭଞ୍ଜବିହାର କେମ୍ପସରେ ଜୋରଦାର ଆଲୋଚନା ଚାଲିଛି । ଏବଂ ଅନେକ ଛାତ୍ରଛାତ୍ରୀ ଇଣ୍ଟରନେଟ ୟୁଟ୍ଯବ୍ ବ୍ୟବହାର କରି କୋଚିଙ୍ଗ ନେଉଥାନ୍ତି । ବର୍ତ୍ତମାନ ହଷ୍ଟେଲ ଇଣ୍ଟରନେଟ ଉପରେ ମଧ୍ଯ ଆଉ ଏକ ପାହାର ଦେଇଛନ୍ତି କୁଳପତି , ଇଣ୍ଟରନେଟ ବ୍ୟବହାର ବେଳେ ଗୁଗଲ ବ୍ଯଥିତ ୟୁଟ୍ୟୁବ ଓ ଅନ୍ଯ ସାଇଟ ଗୁଡିକ ଉପରେ ଅଙ୍କୁଶ ଲଗାଯାଇଛି ବିଶ୍ବବିଦ୍ୟାଳୟ ପକ୍ଷରୁ ଆଗକୁ ଅନେକ ଛାତ୍ରଛାତ୍ରୀଙ୍କ ନେଟ ଓ ଅନ୍ଯାନ୍ଯ ପରୀକ୍ଷା ରହିଥିବାରୁ ଅଧିକାଂଶ ୟୁଟ୍ୟୁବରୁ କୋଚିଙ୍ଗ ନେଉଥିବା ବେଳେ ସେମାନଙ୍କ ପାଠ ପଢାରେ ପ୍ରଭାବ ପଢିଛି ଯାହାଫଳରେ ଅନେକ ଛାତ୍ରଛାତ୍ରୀ ଏବେ ହନ୍ତସନ୍ତ ହେଉଛନ୍ତି । ତେବେ ଗୋଟେ ଏକାଡେମୀର ମୁଖ୍ୟ କିଭଳି ଛାତ୍ରଛାତ୍ରୀଙ୍କୁ ହଇରାଣ କରିବାକୁ ଏଭଳି ନିଷ୍ପତ୍ତି ଉପରେ ନିଷ୍ପତ୍ତି ନେଉଛନ୍ତି ବୋଲି ଛାତ୍ର ନେତା ଇଜୁ ଅମିନ ଖାନ ଓ ସନ୍ତୋଷ କୁମାର ବେହେରା ଚିନ୍ତା ପ୍ରକାଶ କରିଛନ୍ତି ।

Related posts

ଡାବୁଗାଁ ରେ ବିଭିନ୍ନ ସ୍ଥାନରେ ଗଣେଶ ପୂଜା ପାଳନ 

masiha

ରାଇରଙ୍ଗପୁରରେ ରାଷ୍ଟ୍ରପତିଙ୍କୁ ଅସମ୍ମାନ ଘଟଣାରେ ବାମନଘାଟୀ ନାଗରିକ ମଂଚ ତରଫରୁ ଗାନ୍ଧୀ ପ୍ରତିମୂର୍ତ୍ତିରେ ମୌନବ୍ରତ ପ୍ରତିବାଦ 

ସନାତନ ଧର୍ମର ପୁନଃ ଉଦ୍ଧାର ପାଇଁ ଗୀତା ଗ୍ରନ୍ଥ ବଣ୍ଟନ 

masiha

Leave a Comment

error: Content is protected !!