ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହାଇ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ରେ ଜୁନାଗଡ଼ ର ସଫଳତା 

ହାଇ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ରେ ଜୁନାଗଡ଼ ର ସଫଳତା 

ଜୁନାଗଡ଼୪/୫(ମନୀସ )-ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା ପକ୍ଷରୁ ଗତ ମେ ମାସ ୨ ତାରିଖରେ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାର ଫଳ ପ୍ରକାଶ ପାଇଛି, ଯେଉଁଥିରେ ଜୁନାଗଡ଼ ବ୍ଲକ୍ ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ପ୍ରଦର୍ଶନ ଅତି ପ୍ରଶଂସନୀୟ ରହିଛି। ଏହି ବର୍ଷ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ମୋଟ ୪୧ ଟି ବିଦ୍ୟାଳୟରୁ ୨୫୯୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ସେଥି ମଧ୍ୟରୁ ୨୫୦୬ ଜଣ ଛାତ୍ରଛାତ୍ରୀ ଭଲ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ୧୨ ଟି ବିଦ୍ୟାଳୟର ୧୦୦ ପ୍ରତିଶତ ପରୀକ୍ଷା ଫଳ ରହିଛି । ଏହି ବର୍ଷ ୮ ଜଣ ଛାତ୍ରଛାତ୍ରୀ A1 ପାଇ ସମସ୍ତଙ୍କୁ ଗର୍ବିତ କରିଛନ୍ତି,ସେମାନେ ହେଲେ ଚୈତନ୍ୟ ବଗର୍ତ୍ତୀ ( ସପ୍ତପାଲି ଉଚ୍ଚ ବିଦ୍ୟାଳୟ , ଆଟିଗାଁ), ଆଦ୍ୟାଶା ବଣିଆ ( ବାଲାଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ , ମହିଚଲା), ଦୁଶିଲା ନାଗ ( ଖଗେଶ୍ୱର ମେହେର ଉଚ୍ଚ ବିଦ୍ୟାଳୟ, ବଳଦିଆମାଲ), ବସୁନ୍ଧରା ଶୁକ୍ଲା ( ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଜୁନାଗଡ଼), ଶାନ୍ତ ନାଏକ ( ପି. ଏମ୍. ଶ୍ରୀ ଉଚ୍ଚ ବିଦ୍ୟାଳୟ , ଚିଚାଇଗୁଡ଼ା) ଏବଂ ପଦ୍ମିନୀ ନାଏକ ( ଲଙ୍କେଶ୍ୱରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଜୁନାଗଡ଼) । 551 ମାର୍କ ପାଇ ବ୍ଲକ ଟପ୍ପର ହୋଇଛନ୍ତି ଦେବ ପ୍ରକାଶ ଧଙ୍ଗଡାମାଝୀ( ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର , ଜୁନାଗଡ଼), l ଜୁନାଗଡ଼ ବ୍ଲକ୍ ଶିକ୍ଷା ଅଧିକାରୀ ଓ ପ୍ରଧାନଶିକ୍ଷକ ସଂଗଠନ ଉତ୍ତୀର୍ଣ୍ଣ ସମସ୍ତ ଛାତ୍ରୀଛାତ୍ରୀଙ୍କୁ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇ ସେମାନଙ୍କର ମଙ୍ଗଳ କାମନା କରିଛନ୍ତି ଓ ଏହି ସଫଳତାର ଶ୍ରେୟ ବ୍ଲକ୍ ର ସମସ୍ତ ଶିକ୍ଷକ ଓ ପ୍ରଧାନ ଶିକ୍ଷକମାନଙ୍କୁ ଦେଇଛନ୍ତି ।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଏକାଉଣ୍ଟ ପରୀକ୍ଷାରେ ସଂଶୋଧନ ଦାବି କଲେ ଲାଞ୍ଜିଗଡ଼ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘ

Sunil Chandra Nayak

ଜଣେ ଶିକ୍ଷୟିତ୍ରୀଙ୍କ ଭରସାରେ ଚାଲିଛି ସ୍କୁଲ

masiha

ସରାଗୁଡାରେ ମାଟିଯାତ୍ରା ତଥା ବିହନ ଛୀନା ପର୍ବ ପାଳିତ

masiha

Leave a Comment

error: Content is protected !!