ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦଶମ ଶ୍ରେଣୀ ବ୍ଲକ ସ୍ତରୀୟ ଟପର ଙ୍କୁ ସମ୍ବର୍ଦ୍ଧନା 

ଦଶମ ଶ୍ରେଣୀ ବ୍ଲକ ସ୍ତରୀୟ ଟପର ଙ୍କୁ ସମ୍ବର୍ଦ୍ଧନା 

ଆସିକା, ୩/୫/୨୬ (ଶିବ ଶଙ୍କର ମିଶ୍ର ) ଚଳିତ ବର୍ଷ ଦଶମ ଶ୍ରେଣୀ ପରୀକ୍ଷା ରେ ସର୍ବୋଚ୍ଚ ନମ୍ବର ରଖି ଧରାକୋଟ ବ୍ଲକ ସ୍ତରରେ ଟପର ହୋଇଥିବା ବାସୁଦେବ ନୋଡାଲ ଉଚ୍ଚ ବିଦ୍ୟାଳୟ ଢଉଗାଁ ର ଛାତ୍ରୀ ସାନିଆ ମୁନି (୫୪୦) ଗ୍ରେଡ a, ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେଡ୍ଡୀ ଦାମୋଦର ପଲି ର ଛାତ୍ର ବି. ଗଣେଶ ରେଡି (୫୪୦) ଗ୍ରେଡ a, ଙ୍କୁ ଆଜି ଢଉଗାଁ ବାସୁଦେବ ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ରବୀନ୍ଦ୍ର ବାଡତ୍ୟା ପୌରୋହିତ୍ୟରେ ଆୟୋଜିତ ଏକ ସଭାରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ବି ଇ ଓ ରମେଶ ଚନ୍ଦ୍ର ସାହୁ, ସମ୍ମାନୀତ ଅତିଥିଭାବେ ଢଉଗାଁ ସରପଞ୍ଚ ମନୁ ପାତ୍ର, ଏସ ଏମ ସି ସଭାପତି ଅଶ୍ୱିନୀ କୁମାର ପଢ଼ିଆରୀ ପ୍ରମୁଖ ଉପସ୍ଥିତ ରହିଥିଲେ। ଗ୍ରେଡ 2 ରେ ଉତ୍ତୀର୍ଣ୍ଣ ହୋଇଥିବା ସ୍ନେହା ରାଣୀ ଜେନା, ପ୍ରିୟଙ୍କା ପଟ୍ଟନାୟକ, ଜ୍ୟୋତି ରାଣୀ ପଣ୍ଡା, ପ୍ରୀୟାସି ପଣ୍ଡା ଙ୍କୁ ମଧ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରାଯାଇଥିଲା । ସଂପ୍ରତି ଏହି ବିଦ୍ୟାଳୟ ଗୁଡ଼ିକର ଚଳିତ ବର୍ଷର ପାସ ହର 98 ପ୍ରତିଶତ ରହିଛି । କାର୍ଯ୍ୟକ୍ରମରେ ଶିକ୍ଷକ ହର ନାଇକ, ରାଜେନ୍ଦ୍ର ମହାନ୍ତି, ରେଣୁକା ଦାସ, ରଞ୍ଜନ ସାହୁ, ଦୀପ୍ତିମୟୀ ବିଷୋୟୀ, ରାଧାରାଣୀ ଗୌଡ଼, ପ୍ରିତିମାନ ପ୍ରଧାନ ସହଯୋଗ ପ୍ରଦାନ କରିଥିଲେ। ସମସ୍ତ ଏସ ଏମ ସି ସଦସ୍ୟ ଉପସ୍ଥିତ ରହିଥିଲେ।

Related posts

ପୁଣି ବାଙ୍ଗାଲୋରରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଶବ ଆଣିବାକୁ ପୋଲିସର ଦ୍ୱାରସ୍ଥ ହେଲେ ପରିବାର

masiha

ଏକତ୍ର ରାଉରକେଲା ର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪  ପଞ୍ଚମ ଦିନ ସଂକଳ୍ପ ର ନାଟକ ଏମିତି ବି ହୁଏ ଓ ଆମେ ନାଟୁଆ ର ନାଟକ ଅନ୍ୟ ଆକାଶ ମଞ୍ଚସ୍ଥ 

masiha

ଯୋଜନା ଓ ସଂଯୋଜନ ବିଭାଗ ସ୍ଵତନ୍ତ୍ର ସଚିବ ଶ୍ରୀ ତେମଜେନ୍ ଓ୍ୱାପାଙ୍ଗ ଏଓ ଙ୍କ ଦୁଇ ଦିନିଆ କଳାହାଣ୍ଡି ଜିଲ୍ଲା ଗସ୍ତ,କ୍ଷେତ୍ର ପରିଦର୍ଶନ ଓ ବିଭିନ୍ନ ଉନ୍ନୟନମୂଳକ ଯୋଜନା ର ସମୀକ୍ଷା

Sunil Chandra Nayak

Leave a Comment

error: Content is protected !!