ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ଓ ଅଦଳବଦଳକୁ ନେଇ ପ୍ରକାଶିତ ବିଭ୍ରାନ୍ତକାରୀ ସମ୍ବାଦ ‘ସଂପୂର୍ଣ୍ଣ ଅମୁଳକ ଏବଂ ଆଧାରହୀନ’ : ଶ୍ରୀ ମନମୋହନ ସାମଲ

ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ଓ ଅଦଳବଦଳକୁ ନେଇ ପ୍ରକାଶିତ ବିଭ୍ରାନ୍ତକାରୀ ସମ୍ବାଦ ‘ସଂପୂର୍ଣ୍ଣ ଅମୁଳକ ଏବଂ ଆଧାରହୀନ’ : ଶ୍ରୀ ମନମୋହନ ସାମଲ

ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ସହିତ ଅନ୍ୟ ସମସ୍ତ ଆବଶ୍ୟକ ନିଷ୍ପତ୍ତିଗୁଡିକୁ ସଠିକ ସମୟରେ ନିଆଯିବ 

ଭୁବନେଶ୍ୱର, ତା.୦୩/୦୫: ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟରେ ବିଜେପି ସରକାର ୨ ବର୍ଷ ପୂର୍ତ୍ତି ହେବାକୁ ଯାଉଛି । ସଂକଳ୍ପ ପତ୍ରରେ ଦିଆ୍‌ାଇଥିବା ପ୍ରତିଶୃତି ମଧ୍ୟରୁ ଅନେକାଂଶ ପୂରଣ ହୋଇସାରିଛି । ଇତି ମଧ୍ୟରେ ଦଳର ରାଜ୍ୟ ପଦାଧିକାରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ବିଭିନ୍ନ ମୋର୍ଚ୍ଚା ପଦାଧିକାରିଙ୍କ ନାମ ତାଲିକା ଘୋଷଣା ସରିଛି । ବହୁ ଶୀଘ୍ର ଖାଲି ରହିଥିବା ଦଳୀୟ ପଦପଦବୀର ଅନ୍ୟ ନାମ ତାଲିକା ବି ଘୋଷଣା କରାଯିବ । ମାତ୍ର ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ଓ ଅଦଳବଦଳକୁ ନେଇ କିଛି ଗଣମାଧ୍ୟମ ଯେଉଁ ଭଳି ଭାବରେ ବିଭ୍ରାନ୍ତକାରୀ ଏବଂ କପୋଳକଳ୍ପିତ ସମ୍ବାଦ ପ୍ରସାରଣ କରିଛନ୍ତି, ତାହା ସଂପୂର୍ଣ୍ଣ ଅମୁଳକ ଏବଂ ଆଦାରହୀନ । ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ସହିତ ଅନ୍ୟ ସମସ୍ତ ଆବଶ୍ୟକ ନିଷ୍ପତ୍ତିଗୁଡିକୁ ସଠିକ ସମୟରେ ନିଆଯିବ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।  

 

Related posts

ଲାଞ୍ଜିଗଡ ବ୍ଲକ ବିଜେଡି ସଭାପତି ହେଲେ ହିମାଦ୍ରୀ ପେସନିଆ

masiha

ବହଳଦା ଏବଂ ତିରିଂ ରେ କଂଗ୍ରେସ ଦଳର ସାଂଗଠନିକ ବୈଠକ

Sunil Chandra Nayak

କଣ୍ଟାବାଞ୍ଜି ରେ ବିଜେଡି ପକ୍ଷରୁ ନାରୀ ଅଧିକାର ଅଭିଯାନ       ଶୋଭାଯାତ୍ରା ସାମିଲ ହେଳେ ଶହ ଶହ ମହିଳା ,ମହାମହିମ ରାଷ୍ଟ୍ରପତି ଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ 

Leave a Comment

error: Content is protected !!