ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କେସିଆଡି ନବନିର୍ବାଚିତ ବିଧାୟକ ଭଦ୍ର ହେମ୍ବ୍ରମଙ୍କୁ ସମ୍ବର୍ଦ୍ଧନା 

କେସିଆଡି ନବନିର୍ବାଚିତ ବିଧାୟକ ଭଦ୍ର ହେମ୍ବ୍ରମଙ୍କୁ ସମ୍ବର୍ଦ୍ଧନା 

ଜଳେଶ୍ଵର,୫/୫(ମନିସ)-ପଶ୍ଚିମବଙ୍ଗ ରାଜ୍ୟର କେସିଆଡି ବିଧାନସଭାର ନବନିର୍ବାଚିତ ଭାରତୀୟ ଜନତା ପାର୍ଟିର ବିଧାୟକ ଭଦ୍ର ହେମ୍ବ୍ରମଙ୍କୁ ଆଜି ଅପରାହ୍ନରେ ପଶ୍ଚିମ ମେଦିନୀପୁର ଅନ୍ତର୍ଗତ ଦାନ୍ତୁନ ଥାନା ସମ୍ମୁଖରେ ନରେନ୍ଦ୍ର ମୋଦି ବିକାଶ ମିଶନର ପ୍ରାନ୍ତୀୟ ସଭାପତି ତଥା ବିଜେପି ନେତା ଇଂ ରତ୍ନାକର ରାୟ, ବରିଷ୍ଠ ଆଇନଜୀବୀ ସୁକୁମାର ରଣା,ଯୁବ ନେତା ଅଜୟ ବେହେରା ସାକ୍ଷାତ୍ କରିବା ସହିତ ତାଙ୍କର ବିଜୟ ପାଇଁ ଅଭିନନ୍ଦନ ଜଣାଇ ଉତ୍ତରୀୟ ଓ ପୁଷ୍ପଗୁ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଓଡ଼ିଶା ସୀମାକୁ ଲାଗିଥିବା ଏହି କେସିଆଡି ନିର୍ବାଚନ ମଣ୍ଡଳୀର ଓଡ଼ିଆ ଓ ଆଦିବାସୀ ଭାଇ ଭଉଣୀ ମାନଙ୍କ ସାମଗ୍ରିକ ବିକାଶ ପାଇଁ ଶ୍ରୀ ହେମ୍ବ୍ରମ କାର୍ଯ୍ୟ କରିବେ ବୋଲି ପ୍ରତିନିଧି ଦଳକୁ ପ୍ରତିଶ୍ରୁତି ଦେବା ସହିତ ଗତ ବିଧାନସଭା ନିର୍ବାଚନ ପ୍ରଚାର କାର୍ଯ୍ୟରେ ସହଯୋଗ କରିଥିବାରୁ କୃତଜ୍ଞତା ଜଣାଇଥିଲେ।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ବନ୍ଧୁଗାଁରେ ମହିଳା ବିଶାଳ ସମାବେଶ 

masiha

ସାଂସଦରେ ରାଜ୍ୟର ପ୍ରତିନିଧିତ୍ୱ ହ୍ରାସ ଆଶଙ୍କା ଉପରେ ନବୀନଙ୍କ ପ୍ରସ୍ତାବ ଗ୍ରହଣ କର: ବିଜେଡି

Sunil Chandra Nayak

ଭାରତୀୟ ଜନତା ପାର୍ଟି ତରଫ ରୁ ସେବା ପକ୍ଷ ପାଳନ ପାଇଁ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!