ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କେସିଆଡି ନବନିର୍ବାଚିତ ବିଧାୟକ ଭଦ୍ର ହେମ୍ବ୍ରମଙ୍କୁ ସମ୍ବର୍ଦ୍ଧନା 

କେସିଆଡି ନବନିର୍ବାଚିତ ବିଧାୟକ ଭଦ୍ର ହେମ୍ବ୍ରମଙ୍କୁ ସମ୍ବର୍ଦ୍ଧନା 

ଜଳେଶ୍ଵର,୫/୫(ମନିସ)-ପଶ୍ଚିମବଙ୍ଗ ରାଜ୍ୟର କେସିଆଡି ବିଧାନସଭାର ନବନିର୍ବାଚିତ ଭାରତୀୟ ଜନତା ପାର୍ଟିର ବିଧାୟକ ଭଦ୍ର ହେମ୍ବ୍ରମଙ୍କୁ ଆଜି ଅପରାହ୍ନରେ ପଶ୍ଚିମ ମେଦିନୀପୁର ଅନ୍ତର୍ଗତ ଦାନ୍ତୁନ ଥାନା ସମ୍ମୁଖରେ ନରେନ୍ଦ୍ର ମୋଦି ବିକାଶ ମିଶନର ପ୍ରାନ୍ତୀୟ ସଭାପତି ତଥା ବିଜେପି ନେତା ଇଂ ରତ୍ନାକର ରାୟ, ବରିଷ୍ଠ ଆଇନଜୀବୀ ସୁକୁମାର ରଣା,ଯୁବ ନେତା ଅଜୟ ବେହେରା ସାକ୍ଷାତ୍ କରିବା ସହିତ ତାଙ୍କର ବିଜୟ ପାଇଁ ଅଭିନନ୍ଦନ ଜଣାଇ ଉତ୍ତରୀୟ ଓ ପୁଷ୍ପଗୁ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଓଡ଼ିଶା ସୀମାକୁ ଲାଗିଥିବା ଏହି କେସିଆଡି ନିର୍ବାଚନ ମଣ୍ଡଳୀର ଓଡ଼ିଆ ଓ ଆଦିବାସୀ ଭାଇ ଭଉଣୀ ମାନଙ୍କ ସାମଗ୍ରିକ ବିକାଶ ପାଇଁ ଶ୍ରୀ ହେମ୍ବ୍ରମ କାର୍ଯ୍ୟ କରିବେ ବୋଲି ପ୍ରତିନିଧି ଦଳକୁ ପ୍ରତିଶ୍ରୁତି ଦେବା ସହିତ ଗତ ବିଧାନସଭା ନିର୍ବାଚନ ପ୍ରଚାର କାର୍ଯ୍ୟରେ ସହଯୋଗ କରିଥିବାରୁ କୃତଜ୍ଞତା ଜଣାଇଥିଲେ।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ବିଜୁ ଛାତ୍ର ଜନତା ଦଳ ବଲାଙ୍ଗୀର ଜୋନ ଉପସଭାପତିଙ୍କ ଇସ୍ତଫା 

masiha

ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ 

masiha

ବିଜୁ ଜନତା ଦଳର ୨୬ତମ ପ୍ରତିଷ୍ଠା ଦିବସ ପାଳନ 

Sunil Chandra Nayak

Leave a Comment

error: Content is protected !!