ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେପିର ପ୍ରଚଣ୍ଡ ବିଜୟରେ ରାଉରକେଲାରେ ବିଜୟ ଉତ୍ସବ

ବିଜେପିର ପ୍ରଚଣ୍ଡ ବିଜୟରେ ରାଉରକେଲାରେ ବିଜୟ ଉତ୍ସବ

ରାଉରକେଲା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ବଳିଷ୍ଠ ସଫଳ ନେତୃତ୍ୱ ଏବଂ ଜନ ହିତକାରୀ ନୀତି , ରାଷ୍ଟ୍ରପ୍ରତି ସମର୍ପିତ ଅତୁଟ ବିଶ୍ୱାସ ଜନତାଙ୍କ ହୃଦୟରେ ପ୍ରତିଫଳିତ ହୋଇଛି। ଦେଶର ୫ ଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି ପଶ୍ଚିମ ବଙ୍ଗରେ ପ୍ରଥମ ଥର ପାଇଁ , ଆସାମରେ ଲଗାତାର ତୃତୀୟ ଥର ଓ ପୁଡୁଚେରୀରେ ଦ୍ୱିତୀୟ ଥର ପାଇଁ ଏନ୍ ଡି ଏ ମେଣ୍ଟ ବହୁ ମତରେ ବିଜୟୀ ହୋଇ ସରକାର ଗଠନ କରିବାରେ ସଫଳତା ହାସଲ କରିପାରିଛି। ଏହି ପରିପ୍ରେକ୍ଷୀରେ ଆଜି ରାଉରକେଲା ସାଙ୍ଗଠନିକ ଜିଲ୍ଲାର ସଭାନେତ୍ରୀ ପୂର୍ଣ୍ଣିମା କେରକେଟାଙ୍କ ନେତୃତ୍ୱରେ ଜିଲ୍ଲା ତରଫରୁ ରାଉରକେଲାର ବିଶ୍ରା ଛକ ଠାରେ ବିଶାଳ ବିଜୟ ଉତ୍ସବ ପାଳନ କରାଯାଇ ଥିଲା। ବିଜେପିର କର୍ମୀମାନେ ବାଜା ବଜାଇ, ବାଣ ଫୁଟାଇ ବହୁ ଉଛାହର ସହିତ ପରସ୍ୱରକୁ ସଫଳତାର ଶୁଭେଛା ଓ ଅଭିନନ୍ଦନ ଜଣାଇବା ସହିତ ଲଡୁ ପରସ୍ଵରକୁ ଖୁଆଇ ଥିଲେ । ସେଠାରେ ଉପସ୍ଥିତ ଜନତାଙ୍କୁ ମଧ୍ୟ ମିଷ୍ଟାନ୍ନ ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତା ଜଗବନ୍ଧୁ ବେହେରା, ଗୁରିନ୍ଦର୍ ସିଂ , ପ୍ରଭାତ ମହାପାତ୍ର, ସତ୍ୟପ୍ରିୟ ସାହୁ , ପ୍ରତାପ ଦାସ, ସନ୍ତୋଷ ବିରାଟ, କମଳା ବାରିକ, ସନ୍ତୋଷ ବେହେରା, ନର୍ମଦା ବାଗ, ସତ୍ୟ ଶର୍ମା,ଜ୍ୟୋତିର୍ମୟୀ ଷଢ଼ଙ୍ଗୀ, ଭବାନୀ କବି, ଅଙ୍କୁଶ ବର୍ମା, ଦିଲ୍ଲୀପ ସିଂ, ରଞ୍ଜିତା କିସପଟା, ନୀରଜ ଚତ୍ରୁବେଦୀ, ଦୁର୍ଗୀ ସାହୁ, ବୀରେନ ପତି, ବିଶ୍ୱନାଥ ମହାନ୍ତି, ଜସ୍ମିନ୍ଦର ସିଂହଙ୍କ ସମେତ ଶତାଧିକ କର୍ମୀ ଅଂଶ ଗ୍ରହଣ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଭାରତୀୟ ଜନତା ପାର୍ଟି ର ଜିଲ୍ଲା ପଦାଧିକାରୀ ମାନଙ୍କ ବୈଠକ ଅନୁଷ୍ଠିତ

Sunil Chandra Nayak

ତିରିଂ ବ୍ଳକର ଗଇତଈଲତଆ ପଞ୍ଚାୟତ ଏବଂ ସାନଭୁଣ୍ଡୁ ପଞ୍ଚାୟତରେ ବିକାଶର ବାର୍ତ୍ତା ନେଇ ବିଜେଡିର ଜନ ସଂପର୍କ ଯାତ୍ରା

masiha

ମହାକାଳପଡ଼ା ନିର୍ବାଚନ ମଣ୍ଡଳୀରେ ବିବିହ୍ନ ଗ୍ରାମ ରେ ସ୍ବାଧୀନ ପ୍ରାର୍ଥୀନି ସୁପ୍ରଭା ମଲ୍ଲିକ ଙ୍କ ନିର୍ବାଚନ ପ୍ରଚାର ଅନୁଷ୍ଠିତ

masiha

Leave a Comment

error: Content is protected !!