ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ଏନ୍ଏସି ଆନୁକୁଲ୍ୟରେ ବଡା ଖାନା କାର୍ଯ୍ୟକ୍ରମ ଅନୁଷ୍ଠିତ

ଧର୍ମଗଡ ଏନ୍ଏସି ଆନୁକୁଲ୍ୟରେ ବଡା ଖାନା କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ତଥା ଧର୍ମଗଡ ଏନ୍ଏସି ଆନୁକୁଲ୍ୟରେ ସ୍ଥାନୀୟ ଏନ୍ ଏସି କାର୍ଯ୍ୟାଳୟ ପରିସରରେ ବିଜ୍ଞାପିତ ଅଞ୍ଚଳ ପରିଷଦର ସମସ୍ତ ସଫେଇ କର୍ମଚାରୀ,ସ୍ୱଚ୍ଛସାଥି, ସୁପରଭାଇଜର ଓ ଡ୍ରାଇଭର ଙ୍କ ନିମନ୍ତେ ଏକ ବଡ଼ା ଖାନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ବମ୍ବର ମିଶ୍ର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଧର୍ମଗଡ ବିଧାୟକ ସୁଧିର ରଞ୍ଜନ ପଟ୍ଟଯୋଶୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଏନ୍ ଏସି ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତି,ଉପାଧ୍ୟକ୍ଷା ମନିଷା ମିଶ୍ର, ଅତିରିକ୍ତ ତହସିଲଦାର ସମ୍ପଦ ମାଝୀ, ଆଇନଜିବୀ ମନୀନ୍ଦ୍ର ଭୂଷଣ ପାତ୍ର,ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଶ୍ୱଜିତ ବେହେରା, ବିଜେପି ର ଜିଲ୍ଲା ସାଧାରଣ ସଂପାଦକ ହିମାଂଶୁ ଶେଖର ପଣ୍ତା,ସଂପାଦକ ହେମନ୍ତ କୁମାର ମାଝୀ, ଖଇର ପଦର ମଣ୍ଡଳ ସଭାପତି ଚତୁର୍ଭୁଜ ତାଣ୍ଡି ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ସହରକୁ ସ୍ୱଚ୍ଛ ରଖିବାରେ ସଫେଇ କର୍ମଚାରୀଙ୍କ ଅବଦାନ ପାଇଁ ଉତ୍ସାହିତ କରିଥିଲେ। ଏହି ଅବସରରେ ମାନ୍ୟବର ବିଧାୟକ,ଏନଏସି ଅଧ୍ୟକ୍ଷ, ଉପାଧ୍ୟକ୍ଷା,ନିର୍ବାହୀ ଅଧିକାରୀ ସୁଇପର ଓ ଅନ୍ୟାନ୍ୟ କର୍ମଚାରୀମାନଙ୍କୁ ନିଜ ହାତରେ ଖାଦ୍ୟ ପରସି ଦେଇଥିଲେ। ରବୀନ୍ଦ୍ର ନାଥ ପରିଡ଼ା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମ ରେ କନିଷ୍ଠ ଯନ୍ତ୍ରୀ ଶରତ କୁମାର ସାହୁ, ହିସାବ ରକ୍ଷକ ହିମାଂଶୁ ରଣା, କାଉନସିଲର ମୁନିରାମ ମାଝୀ, ଜ୍ୟୋତିର୍ମୟୀ ମହାନନ୍ଦ, ନବୀନ ମହାନନ୍ଦ, ରତ୍ନା ପାତ୍ର, ସଫେଇ ପ୍ରବୀଣ ଅଭିନନ୍ଦନ ପ୍ରଧାନ,ଗୋଷ୍ଠୀ ସଂଗଠକ ଯଶୋବନ୍ତ ମହାପାତ୍ର, ସମସ୍ତ କାଉନସିଲର, କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ତଥା ସ୍ୱଚ୍ଛ ସାଥୀ ମାନେ ଉପସ୍ଥିତ ଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଜୁନାଗଡ଼ ହାଇସ୍କୁଲ ର ବାର୍ଷିକ ଉତ୍ସବ ଅନୁଷ୍ଠିତ

masiha

ଓଡ଼ିଆ ଭାଷା ବିକାଶ ମଞ୍ଚର ବିପ୍ଳବୀ କବି ରବି ସିଂ ଙ୍କ ଜୟନ୍ତୀ ପାଳନ

Sunil Chandra Nayak

ଜାଡ଼ରେ ଥରୁଛି ସମଗ୍ର କନ୍ଧମାଳ। ଫୁଲବାଣୀ ସହର ନିକଟ ରୁଜାଙ୍ଗି ଲେଙ୍ଗେରୀ ସାହିରେ ପାଳଗଦା ରେ ତୁଷାର ପାତ

Sunil Chandra Nayak

Leave a Comment

error: Content is protected !!