ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମରୁଡି,ବୀମା,ବିଜୁଳୀ, ସାର,ବିହନ ଓ ରବି ମଣ୍ଡି ଇତ୍ୟାଦି ପ୍ରସଙ୍ଗ କୁ ନେଇ ଜୟ କିଷାନ ମଜଦୂର ସଂଗ୍ରାମ ପରିଷଦ ର ଦାବିପତ୍ର ପ୍ରଦାନ 

ନୂଆପଡା: ଜୟକିଷାନ ମଜଦୂର ସଂଗ୍ରାମ ପରିଷଦ ର ଏକ ପ୍ରତିନିଧି ମଣ୍ଡଳୀ ଆବାହକ ଶ୍ରୀ ଯଦୁମଣି ପାଣିଗ୍ରାହୀ ଙ୍କ ନେତୃତ୍ୱରେ ଜିଲ୍ଲାର ଚାଷୀ ମାନଙ୍କ ଜ୍ୱଳନ୍ତ ସମସ୍ୟା ଗୁଡିକ ବିଶେଷକରି ମରୁଡି,ବୀମା, ବିଜୁଳି ଜନୀତ ସମସ୍ୟା ଗୁଡିକର ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ଦଶ ଦଫା ଦାବିପତ୍ର ଜିଲ୍ଲାପାଳଙ୍କ ସହିତ ବିସ୍ତୃତ ଆଲୋଚନା କରି ପ୍ରଦାନ କରିଛନ୍ତି।

  ଗତ ୨୦୨୧ ଖରିଫରେ ଜିଲ୍ଲାର ମରୁଡି ପ୍ରଭାବିତ ଅନ୍ୟୁନ ୨୫ ଟି ଗ୍ରାମପଞ୍ଚାୟତ କୁ ତୁରନ୍ତ ମରୁଡି ଘୋଷଣା କରିବା,୨୦୧୭-୧୮-୧୯ ର ବକେୟାଥିବା ଫସଲ ବୀମା ତୁରନ୍ତ ପୈଠ କରିବା, ଗଭୀର ନଳକୂପ ଯୋଜନାର ଚାଷୀ ଙ୍କୁ ବିଜୁଳୀ ଦର ଵୃଦ୍ଧି, ଅଘୋଷିତ ବିଦ୍ୟୁତ କାଟ, ଲୋ ଭଲଟେଜ ସମସ୍ୟା ଓ ବିଜୁଳି ବିଭ୍ରାଟ ର ସମାଧାନ ସହିତ ଚାଷ ପାଇଁ ଉଦ୍ଦିଷ୍ଟ ବିଜୁଳୀ ମାଗଣାରେ ପ୍ରଦାନ,୨୦୨୦ ମସିହାରୁ ଉଠା ଜଳସେଚନ ବିଭାଗରେ ଅର୍ଥ ପୈଠ କରି ନଳକୂପ ଖୋଲିବା ଅପେକ୍ଷା ରେ ଥିବା ଚାଷୀ ଙ୍କ କ୍ଷେତରେ ମୌସୁମୀ ବର୍ଷା ପୂର୍ବରୁ କୁପ ଖୋଳିବା କୁ ପଦକ୍ଷେପ, ୨୦୨୧ ରେ ଅଦିନିଆ ବର୍ଷା ଓ କୁଆପଥର ମାଡ଼ରେ ର ଜିଲ୍ଲାର କ୍ଷତି ଗ୍ରସ୍ତ ପିଆଜ, ପନିପରିବା,ତରଭୁଜ ଚାସୀଙ୍କୁ ଓଡିଶା ରିଲିଫ କୋର୍ଡ ନିୟମ ମୁତାବକ କ୍ଷତି ପୁରଣ ପ୍ରଦାନ,ଖରିଫ ପୂର୍ବରୁ ଚାଷୀଙ୍କୁ ଆବଶ୍ୟକତା ମୁତାବକ ଓ ଉନ୍ନତ ମାନର ବିହନ ଯୋଗେଇଦେବା,ଖରିଫ ସିଜନ ୨୦୨୨ ପାଇଁ କୃଷି ବିଭାଗର ଆକଳନ ମୁତାବକ ଆଗତୁରା ଯଥେଷ୍ଟ ସାର ଯୋଗାଣ ପାଇଁ ବ୍ୟବସ୍ଥା,ରବି ମଣ୍ଡିରେ ଚାଷୀ ଙ୍କୁ କଟନୀ ଛଟନୀ ରୁ ରକ୍ଷା,ଚାଷୀଙ୍କୁ ବସ୍ତା କିମ୍ବା ବସ୍ତା ର ଦାମ ପ୍ରଦାନ,ବର୍ଷା ଦାଉ ରୁ ରକ୍ଷା ପାଇଁ ଧାନ ମଣ୍ଡିରେ ଦୁରୁସ୍ତ ବ୍ୟବସ୍ଥା, କାଳିଆ ଯୋଜନା, ପ୍ରଧାନମନ୍ତ୍ରୀ କିଷାନ ସମ୍ନାନ ନିଧି ଯୋଜନାରେ ଜିଲ୍ଲାର ଅଧିକାଂଶ ଚାଷୀ ବଂଚିତ ଅଛନ୍ତି,ତାଙ୍କୁ ଉକ୍ତ ଯୋଜନାରେ ସାମିଲ ପାଇଁ ବ୍ୟବସ୍ଥା,ମରୁଡ଼ି ଆକଳନ ପାଇଁ ପ୍ରତ୍ୟେକ ପଂଚାୟତରେ ବୃଷ୍ଟିପାତ ମାପକ ଯନ୍ତ୍ର ର ସ୍ଥାପନ ,ଇତ୍ୟାଦି ଦଶ ଦଫା ଦାବୀ ପତ୍ର ପ୍ରଦାନ କରାଯାଇଛି।ଏହି ପ୍ରତିନିଧି ମଣ୍ଡଳୀରେ କୋମନା ସରପଞ୍ଚ ସଙ୍ଘ ସଭାପତି ଶ୍ରୀ ମୃତ୍ୟଞ୍ଜୟ ପାଣିଗ୍ରାହୀ,ଶ୍ରୀ ଭକ୍ତବନ୍ଧୁ ଧରୁଆ,ଶ୍ରୀ ପରେଶ ସାହୁ,ଶ୍ରୀ ମଧୁ ସାହୁ,ଶ୍ରୀ ଶ୍ୟାମଘନ ଭୋଇ ପ୍ରମୁଖ ସାମିଲ ହୋଇଥିଲେ। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ବ୍ଲକ ଚେୟାରମେନଙ୍କ ସିର୍ଜାପାଲି ଓ ବେଲଖଣ୍ଡି ପଞ୍ଚାୟତ ଗସ୍ତ

ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ବୃନ୍ଦାବାହାଲ ଚାରିଛକରେ ଏଟିଏମ୍ ଉଦ୍ଘାଟିତ 

Sunil Chandra Nayak

ନବରଙ୍ଗପୁର_ଜୟପୁର ରେଳ ପ୍ରକଳ୍ପ ଡିସେମ୍ବର ୨୦୨୫ରେ କାମ ସରିବା ନେଇ ସନ୍ଦେହ ?

Sunil Chandra Nayak

Leave a Comment

error: Content is protected !!