ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବସର ପରେ ବି କ୍ଷମତା ଉପଭୋଗ କରୁଛନ୍ତି କୁଳପତି : ନିଯୁକ୍ତିକୁ ନେଇ ବିବାଦ

ଅବସର ପରେ ବି କ୍ଷମତା ଉପଭୋଗ କରୁଛନ୍ତି କୁଳପତି : ନିଯୁକ୍ତିକୁ ନେଇ ବିବାଦ

ବ୍ରହ୍ମପୁର,ତା ୦୮/୦୫ ଦୀର୍ଘଦିନ ଧରି ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପିଛା ଦୃନିତୀର ଦାଗ ଛାଡ଼ୁନାହିଁ । ବର୍ତ୍ତମାନ ବିଶ୍ବବିଦ୍ୟାଳୟ ସ୍କୁଲ ଅଫ ଏଜୁକେସନର ଜଣେ ପୂର୍ବତନ ଅଧ୍ୟାପକ ବିଭୁ କଲ୍ୟାଣ ସାମନ୍ତ ଆଉ ଏକ ଗମ୍ଭୀର ଅଭିଯୋଗ ଆଣି ବିଶ୍ବବିଦ୍ୟାଳୟରେ ବର୍ତ୍ତମାନ ହଡକମ୍ପ ସୃଷ୍ଟି କରିଛନ୍ତି। ପୂର୍ବତନ ଭିସି ଗୀତାଞ୍ଜଳୀ ଦାସ କିଭଳି ତାଙ୍କୁ ୪ ଲକ୍ଷ ନଦେବାରୁ ତାଙ୍କୁ ଚାକିରିରୁ ପୁନଃ ନିଯୁକ୍ତି ଦେଇନଥିଲେ। କିନ୍ତୁ ଯୋଗ୍ୟତା ନଥିବା ଲୋକଙ୍କୁ କିଭଳି ନିଯୁକ୍ତି ଦେଇଛନ୍ତି ତାହା ଅଭିଯୋଗ ଆଣି ବିବାଦ ସୃଷ୍ଟି କରିଛନ୍ତି ।    ସବୁଠାରୁ ବଡ ଚର୍ଚ୍ଚା ଯେ ପୂର୍ବତନ ଭିସି ଗତ ୬ ତାରିଖ ଅବସର ନେଇଯାଇଛନ୍ତି । ସେ ଅବସର ଗ୍ରହଣ କଲା ପରେ ମଧ୍ଯ କ୍ଷମତାର ଭରପୁର ବ୍ୟବହାର କରିଚାଲିଛନ୍ତି । ସମସ୍ତ ପ୍ରକାର ସରକାରୀ ସୁବିଧାସୁଯୋଗ ମଧ୍ଯ ବ୍ଯବହାର କରୁଛନ୍ତି । ଏବଂ ସବୁଠାରୁ ବଡ ଚର୍ଚ୍ଚା ଯେ ସମସ୍ତ ପ୍ରକାର ପୁରୁଣା ହିସାବ ନିକାସ ବିଲ ଭାଉଚର ତତ୍ପରତା ସହ କୁଆଡେ ଲେଖା ଛିଡା ହେଉଛି । ଏବଂ ବର୍ତ୍ତମାନ ମଧ୍ଯ ଭିସିଙ୍କ କ୍ଷମତା ପ୍ରିତି କିଭଳି ଯାଇନାହିଁ ତାହା ଏବେ ସର୍ବସାଧାରଣରେ ଆଲୋଚନା ହେଉଛି ।

Related posts

ମହଙ୍ଗା ପଡ଼ିଲା ସରପଞ୍ଚଙ୍କ ମିଥ୍ୟା ସତ୍ୟପାଠ , ପଦ ହରାଇଲେ ସରପଞ୍ଚ ଅନୂସୟା  

masiha

ସଞ୍ଜିବନୀ ସେବା ଫାଉଣ୍ଡେସନର ପ୍ରଥମ ବାର୍ଷିକ ଉତ୍ସବ     

masiha

କଲେଜ ଛକ ଠାରେ ଯାତ୍ରୀ ବିଶ୍ରାମ ଗୃହ ଓ ଶୌଚାଳୟ ନିର୍ମାଣ ଦାବୀ

Sunil Chandra Nayak

Leave a Comment

error: Content is protected !!