ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବାଇକ ସହ ଗଞ୍ଜେଇ ଜବତ ; ଦୁଇ ଗିରଫ 

ବାଇକ ସହ ଗଞ୍ଜେଇ ଜବତ ; ଦୁଇ ଗିରଫ 

 ଭଞ୍ଜନଗର,ତା ୦୮/୦୫ ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଅଧିନ ମାଙ୍କଡକୁମ୍ପା ଓ ତିନି ଛକିଆ ରାସ୍ତା ମଝିରେ ବାଇକରେ ଗଞ୍ଜେଇ ଚାଲାଣ ବେଳେ ପୁଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୨୩ କେଜି ୩ ଶହ ଗ୍ରାମ ଗଞ୍ଜେଇ ଜବତ କରିବା ସହ ୨ ଟି ‌ମୋବାଇଲ ଫୋନ,ଗୋଟିଏ ମଟର ସାଇକଲ ଓ ୧୩୫୦ ଟଙ୍କା ଜବତ କରାଯାଇଥିବା ଥାନା ଅଧିକାରୀ ଶୁଭଲକ୍ଷ୍ମୀ ପୂଜାରୀ ସୂଚନା ଦେଇଛନ୍ତି। ସୂଚନା ଅନଯାୟୀ, ଇନ୍ସପେକ୍ଟର ଅଭୟ କୁମାର ପ୍ରଧାନ ଗୁରୁବାର ଦିନ ପେଟ୍ରୋଲିଂ କରୁଥିବା ସମୟରେ ୨ ଜଣ ବାଇକରେ ଗଞ୍ଜେଇ ନେଉଥିବା ଦେଖି ଜବତ କରିଥିଲେ। ଅଭିଯୁକ୍ତ ମାନେ ‌ହେଲେ ଖୁରୁଡୁ ପଲ୍ଲୀ ଗ୍ରାମର ଦିଲ୍ଲିପ ଜାନୀ ଓ ବେଣିଆ ସାହିର ମିଥୁନ ସେଠୀ। ବାଇକରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅଞ୍ଚଳରୁ ଗଞ୍ଜେଇ ନେଇ ଆସୁଥିବା ପୁଲିସ କହିଥିବା ବେଳେ ଏନେଇ କେସ୍‌ ନମ୍ବର ୧୪୦/୨୬ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଶ୍ରୀମତୀ ପୂଜାରୀ ସୂଚନା ଦେଇଛନ୍ତି।

 

Related posts

ଝିଅକୁ ମାରିଦେଇଥିବା ଅଭିଯୋଗ ଆଣିଲେ ବାପା ଘର ଲୋକେ 

masiha

ସଂଘବଦ୍ଧ ଆକ୍ରମଣ ରେ ୧୯ ବର୍ଷିୟ ଯୁବକ ଆଜୀବନ ପଙ୍ଗୁ: ୫ ଦୋଷୀ ଙ୍କୁ ୫ବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ 

masiha

ପୋଲିସ ପାଟ୍ରୋଲିଂ ବେଳେ ଗଞ୍ଜେଇ ସହ ସ୍କର୍ପିଓ ଜବତ: ଦୁଇ ଗିରଫ

Leave a Comment

error: Content is protected !!