ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବାଇକ ସହ ଗଞ୍ଜେଇ ଜବତ ; ଦୁଇ ଗିରଫ 

ବାଇକ ସହ ଗଞ୍ଜେଇ ଜବତ ; ଦୁଇ ଗିରଫ 

 ଭଞ୍ଜନଗର,ତା ୦୮/୦୫ ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଅଧିନ ମାଙ୍କଡକୁମ୍ପା ଓ ତିନି ଛକିଆ ରାସ୍ତା ମଝିରେ ବାଇକରେ ଗଞ୍ଜେଇ ଚାଲାଣ ବେଳେ ପୁଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୨୩ କେଜି ୩ ଶହ ଗ୍ରାମ ଗଞ୍ଜେଇ ଜବତ କରିବା ସହ ୨ ଟି ‌ମୋବାଇଲ ଫୋନ,ଗୋଟିଏ ମଟର ସାଇକଲ ଓ ୧୩୫୦ ଟଙ୍କା ଜବତ କରାଯାଇଥିବା ଥାନା ଅଧିକାରୀ ଶୁଭଲକ୍ଷ୍ମୀ ପୂଜାରୀ ସୂଚନା ଦେଇଛନ୍ତି। ସୂଚନା ଅନଯାୟୀ, ଇନ୍ସପେକ୍ଟର ଅଭୟ କୁମାର ପ୍ରଧାନ ଗୁରୁବାର ଦିନ ପେଟ୍ରୋଲିଂ କରୁଥିବା ସମୟରେ ୨ ଜଣ ବାଇକରେ ଗଞ୍ଜେଇ ନେଉଥିବା ଦେଖି ଜବତ କରିଥିଲେ। ଅଭିଯୁକ୍ତ ମାନେ ‌ହେଲେ ଖୁରୁଡୁ ପଲ୍ଲୀ ଗ୍ରାମର ଦିଲ୍ଲିପ ଜାନୀ ଓ ବେଣିଆ ସାହିର ମିଥୁନ ସେଠୀ। ବାଇକରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅଞ୍ଚଳରୁ ଗଞ୍ଜେଇ ନେଇ ଆସୁଥିବା ପୁଲିସ କହିଥିବା ବେଳେ ଏନେଇ କେସ୍‌ ନମ୍ବର ୧୪୦/୨୬ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଶ୍ରୀମତୀ ପୂଜାରୀ ସୂଚନା ଦେଇଛନ୍ତି।

 

Related posts

ଆନ୍ତଃରାଜ୍ୟ ଆପ୍ ଆଧାରିତ ସାଇବର ଠକେଇ ସିଣ୍ଡିକେଟ : ରାଉରକେଲା ପୋଲିସ୍ ଦ୍ବାରା ୪ ଅଭିଯୁକ୍ତ ଗିରଫ

Sunil Chandra Nayak

ବିପୁଳ ପରିମାଣର ଦେଶୀ ମଦ ଓ ମହୁଲ ପୋଚ ଜବତ

masiha

ମହାବଳ ବାଘ ଛାଲ ସହ ଜଣେ ଗିରଫ

Sunil Chandra Nayak

Leave a Comment

error: Content is protected !!