ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୪ ମାସ ଧରି ଅଚଳ ନଳକୂଅ : ପାଣି ପାଇଁ ଡହଳ ବିକଳ ଗ୍ରାମବାସୀ

୪ ମାସ ଧରି ଅଚଳ ନଳକୂଅ : ପାଣି ପାଇଁ ଡହଳ ବିକଳ ଗ୍ରାମବାସୀ

(ବିଘ୍ନରାଜ ତାଣ୍ଡି ଙ୍କ ରିପୋର୍ଟ )୮/୫ ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଭରୁଆମୁଣ୍ଡା ଗ୍ରାମପଞ୍ଚାୟତର ଚଚରାଭଟା ଗ୍ରାମର ଗହନା ଛକରେ ଥିବା ନଳକୂଅ ଗତ ୪ ମାସ ଧରି ଖରାପ ହୋଇ ପଡ଼ିରହିଛି। ଏହାର ମରାମତି ନ ହେବାରୁ ଗ୍ରାମବାସୀ ଗୁରୁତର ପାଣି ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ଗ୍ରାମରେ ପୂର୍ବରୁ ମଧ୍ୟ ପାଣି ସମସ୍ୟା ଲାଗି ରହୁଥିବା ବେଳେ ଏହି ନଳକୂଅ ଅଚଳ ହୋଇଯାଇଥିବାରୁ ଲୋକମାନଙ୍କ ଅସୁବିଧା ଆହୁରି ବଢ଼ିଯାଇଛି। ଅନେକ ସମୟରେ ଗ୍ରାମବାସୀ ଜଳ ଯୋଗାଣ ପାଣିକୁ ଅପେକ୍ଷା କରିଥାନ୍ତି, କିନ୍ତୁ ନିୟମିତ ପାଣି ଯୋଗାଣ ନ ହେବାରୁ ଦୈନନ୍ଦିନ କାମକାଜରେ ବହୁ ସମସ୍ୟା ଦେଖାଦେଉଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ବାରମ୍ବାର ସମସ୍ୟା ସମ୍ପର୍କରେ ଜଣାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ବିଭାଗୀୟ ଅଧିକାରୀ ନଜର ଦେଇନାହାନ୍ତି। ଖବର ପ୍ରସାରଣ ପରେ ତୁରନ୍ତ ନଳକୂଅର ମରାମତି କରାଯାଇ ଗ୍ରାମବାସୀଙ୍କ ପାଣି ସମସ୍ୟାର ସମାଧାନ କରାଯାଉ ବୋଲି ଦାବି ହେଉଛି।

Related posts

ରାୟଗଡ଼ା ଜେକେ ପେପର ମିଲ୍ସରେ ଜରୁରୀକାଳୀନ ଅଗ୍ନିକାଣ୍ଡ ମକ୍ ଡ୍ରିଲ୍ 

masiha

ବିରୁଡି (ମହୁମାଛି )ଆତଙ୍କ, ବନ୍ଧକନା ସାପ୍ତାହିକ ବଜାରରେ ଲୋକେ ଛିନ୍ନଛତ୍ର,୧୩ରୁ ଅଧିକଙ୍କୁ ଆକ୍ରାନ୍ତ କଲା ବିରୁଡି,୪କଲମପୁର ଓ ୧୦ବନ୍ଧକନା ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି

masiha

ଭୁବନେଶ୍ବରରେ ରାଜ୍ୟସ୍ତରୀୟ ଏସଡିସି ଅଧ୍ୟକ୍ଷଙ୍କ ସମ୍ମିଳନୀ : ଯୋଗଦେଲେ କଳାହାଣ୍ଡି ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ

masiha

Leave a Comment

error: Content is protected !!