ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ଢଉଗାଁ ରେ ବିଶ୍ୱଶାନ୍ତି ମହାଯଜ୍ଞ ର ପୂର୍ଣ୍ଣାହୂତି , ୨- ଡାକିବଜା ରେ ତୁଳସୀ ମଣ୍ଡପ ପ୍ରତିଷ୍ଠା

ଢଉଗାଁ ରେ ବିଶ୍ୱଶାନ୍ତି ମହାଯଜ୍ଞ ର ପୂର୍ଣ୍ଣାହୂତି

ଆସିକା, ୯/୫/୨୬ (ଶିବ ଶଙ୍କର ମିଶ୍ର ) ଧରାକୋଟ ବ୍ଲକର ଢଉଗାଁ ରେ ସାତଦିନ ଧରି ଚାଲିଥିବା ତ୍ରୟମ୍ବକ ବିଶ୍ୱଶାନ୍ତି ମହାଯଜ୍ଞ ଓ ଭୁବନେଶ୍ୱର ମହାଦେବ ମନ୍ଦିର ର ପୁନଃ ନିର୍ମାଣ ସହ ସଂସ୍କାର କାର୍ଯ୍ୟର ପୂର୍ଣ୍ଣାହୂତି ହୋଇଯାଇଛି । ଦୀର୍ଘ ସାତଦିନ ଧରି ବୈଦିକ ରୀତି ନୀତି ଅନୁଯାୟୀ ହୋମ ଯଜ୍ଞ,ଜ୍ଞାନ ଯଜ୍ଞ, ଗୋ ଯଜ୍ଞ, ନାମ ଯଜ୍ଞ ଓ ଅର୍ଣ ଯଜ୍ଞ ଆଦି ସୁଚାରୁ ରୁପେ ଚାଲିଥିବା ବେଳେ ଶେଷ ଦିବସରେ ଧରାକୋଟ ରାଜା ସୁଲକ୍ଷଣା ଗୀତାଞ୍ଜଳି ଦେବୀ ଯୋଗଦେଇ ପୂର୍ଣ୍ଣାହୂତି ପ୍ରଦାନ କରିଥିଲେ। ଅନ୍ୟ ଦିନରେ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା,ପୂର୍ବତନ ସୋରଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ, କବିସୂର୍ଯ୍ୟ ନଗର ବିଧାୟିକା ଲତିକା ପ୍ରଧାନ ପ୍ରମୁଖ ଏହି ଧାର୍ମିକ କାର୍ଯ୍ୟରେ ଅଂଶଗ୍ରହଣ କରିଥିଲେ । ଏଥିରେ କର୍ତ୍ତା ଭାବରେ ସଞ୍ଜୟ ପାତ୍ର ,ଭାରତୀ ପାତ୍ର, ପ୍ରଦୀପ ସାହୁ, ଶୁଭଶ୍ରୀ ସାହୁ, ମଙ୍ଗୁଳୁ ନାହାକ, ଟୁନି ନାହାକ, କରୁଣାକର ପରିଡ଼ା ଓ ତାଙ୍କ ଧର୍ମପତ୍ନୀ ଦାୟିତ୍ୱ ତୁଲାଇ ଥିଲେ। ଆସନ୍ତା କାଲି ମହାନ ପୌରାଣିକ ନାଟକ ବିଜୟୀ ପାଣ୍ଡବ ଓ ପରବର୍ତ୍ତୀ ଦିନ ସାମାଜିକ ନାଟକ କଟି କଟି ଡବଲ କଟି ମଞ୍ଚସ୍ଥ ହେବାର କାର୍ଯ୍ୟକ୍ରମ ରହିଛି।

ଡାକିବଜା ରେ ତୁଳସୀ ମଣ୍ଡପ ପ୍ରତିଷ୍ଠା

ଆସିକା, ୯/୫/୨୬ (ଶିବ ଶଙ୍କର ମିଶ୍ର ) ଧରାକୋଟ ବ୍ଲକର ବାହାର ପୁର ପଞ୍ଚାୟତ ଅନ୍ତର୍ଗତ ଡାକିବଜା ଗ୍ରାମର ରୋଡ ସାହିରେ ନୂତନ ଭାବରେ ନିର୍ମିତ ତୁଳସୀ ମଣ୍ଡପ ର ପ୍ରତିଷ୍ଠା କାର୍ଯ୍ୟ ସମ୍ପନ୍ନ ହୋଇଯାଇଛି । ଶୁକ୍ରବାର ପ୍ରଭାତ ରୁ କଳସ ଯାତ୍ରା ପରେ ନାମ ଯଜ୍ଞ, ହୋମ ଯଜ୍ଞ ର ଶୁଭାରମ୍ଭ ହୋଇଥିବା ବେଳେ ସନ୍ଧ୍ୟାରେ ଅର୍ଣ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶନିବାର ପ୍ରଭାତରୁ ନାମ ସଙ୍କୀର୍ତ୍ତନ ଉଦଯାପନ ପରେ ଦଧି ହାଣ୍ଡି ଭାଙ୍ଗିବା ସହ ନଗର ପରିକ୍ରମା କରାଯାଇଥିଲା । ଏଥିରେ କର୍ତ୍ତା ଭାବରେ ପଦ୍ମ ଚରଣ ବରାଡ, ତନୁ ଲତା ବରାଡ,ପଞ୍ଚାନନ ଡାକୁଆ, ତମାଳ ଡାକୁଆ କର୍ତ୍ତା ଭାବରେ ଦାୟିତ୍ୱ ତୁଲାଇଥିଲେ । ଡାକିବଜା ଗ୍ରାମବାସୀ ଏଥିରେ ସହଯୋଗ ପ୍ରଦାନ କରିଥିଲେ।

 

Related posts

“ସରସ ସମ୍ମାନ” ରେ ସମ୍ମାନିତ ହେଲେ ଓଡ଼ିଶୀ ନୃତ୍ୟ ଗୁରୁ ଶ୍ରୀମତୀ ପୁଷ୍ପିତା ମିଶ୍ର

Sunil Chandra Nayak

ଶ୍ରଦ୍ଧା ଫାଉଣ୍ଡେସନରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି 

masiha

ପଞ୍ଚୁକର ସ୍ପର୍ଶରେ ଚଳଚଞ୍ଚଳ ପଦ୍ମପୋଖରୀ ଗାଁ

Sunil Chandra Nayak

Leave a Comment

error: Content is protected !!