ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା ଚେମ୍ବର ପକ୍ଷରୁ ସାଂସଦ ଦିଲୀପ ରାୟଙ୍କୁ ସମ୍ବର୍ଦ୍ଧନା

ରାଉରକେଲା ଚେମ୍ବର ପକ୍ଷରୁ ସାଂସଦ ଦିଲୀପ ରାୟଙ୍କୁ ସମ୍ବର୍ଦ୍ଧନା

ରାଉରକେଲା : ରାଉରକେଲା ଚେମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରୀ ପକ୍ଷରୁ ରାଜ୍ୟସଭା ସାଂସଦ ଦିଲୀପ ରାୟଙ୍କୁ ଚେମ୍ବର ପରିସରରେ ଉଷ୍ମ ଓ ସାଦର ସମ୍ବର୍ଦ୍ଧନା ଜଣାଯାଇଛି। ଚେମ୍ବରର ସଭାପତି ମଳୟ ମଣ୍ଡଳଙ୍କ ନେତୃତ୍ୱରେ ପଦାଧିକାରୀ, ପୂର୍ବତନ ସଭାପତି, କାର୍ଯ୍ୟକାରିଣୀ ସଦସ୍ୟ ଏବଂ ଅନ୍ୟାନ୍ୟ ସଦସ୍ୟମାନେ ପୁଷ୍ପଗୁଚ୍ଛ ଓ ସ୍ମାରକ ପ୍ରଦାନ କରି ସାଂସଦଙ୍କୁ ସ୍ୱାଗତ କରିଥିଲେ। ଏହି ଅବସରରେ ଚେମ୍ବର ପକ୍ଷରୁ ରାଉରକେଲା ଏବଂ ବ୍ୟବସାୟୀ ସମୁଦାୟ ସମ୍ବନ୍ଧୀୟ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସାଂସଦଙ୍କ ନଜରକୁ ଆଣାଯାଇଥିଲା ଏବଂ ସମାଧାନ ପାଇଁ ତାଙ୍କ ହସ୍ତକ୍ଷେପ କାମନା କରାଯାଇଥିଲା। ବିଶେଷ କରି ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା, ସ୍ଥାନୀୟ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ (ଏମଏସଏମଇ) ଏବଂ ଠିକାଦାରମାନଙ୍କ ପାଇଁ ଅଧିକ ସୁଯୋଗ ସୃଷ୍ଟି, ରାଉରକେଲା ବିମାନବନ୍ଦରରୁ କୋଲକାତା ଓ ଭୁବନେଶ୍ୱରକୁ ବିମାନ ସେବା ପୁନରାରମ୍ଭ, ଟ୍ରାନ୍ସପୋର୍ଟ ନଗର ଉନ୍ନୟନ, ବାଲୁଘାଟ ମଣ୍ଡି ପ୍ରକଳ୍ପର ଶୀଘ୍ର କାର୍ଯ୍ୟକାରୀକରଣ ଏବଂ ଟେକ୍ସଟାଇଲ୍ ପାର୍କ ସ୍ଥାପନା ଭଳି ଦାବି ଉଠାଯାଇଥିଲା।

ସାଂସଦ ଶ୍ରୀ ରାୟ ଚେମ୍ବରକୁ ଆସି ଆନନ୍ଦ ପ୍ରକାଶ କରିବା ସହ ଶିଳ୍ପ ଉନ୍ନତି, ସ୍ଥାନୀୟ ବ୍ୟବସାୟର ପ୍ରୋତ୍ସାହନ ଏବଂ ସହରର ସାମଗ୍ରିକ ବିକାଶ ପାଇଁ ଚେମ୍ବରର ଭୂମିକାକୁ ପ୍ରଶଂସା କରିଥିଲେ।

ଶେଷରେ ସଭାପତି ଶ୍ରୀ ମଣ୍ଡଳ ସାଂସଦଙ୍କୁ ତାଙ୍କ ମୂଲ୍ୟବାନ ସମୟ, ସକାରାତ୍ମକ ଆଲୋଚନା ଏବଂ ସହଯୋଗର ଆଶ୍ୱାସନ ପାଇଁ କୃତଜ୍ଞତା ଜଣାଇଥିଲେ। ସାଂସଦଙ୍କ ଏହି ଗସ୍ତ ରାଉରକେଲାର ବ୍ୟବସାୟ ଓ ଶିଳ୍ପ ଉନ୍ନତି ପ୍ରତି ସମସ୍ତଙ୍କ ସାମୁହିକ ପ୍ରତିବଦ୍ଧତାକୁ ଆହୁରି ଦୃଢ଼ କରିଥିବା ଚେମ୍ବର ପକ୍ଷରୁ କୁହାଯାଇଛି।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାୟଗଡା-କେରେଡା ମୁଖ୍ୟ ରାସ୍ତା ରେ ଝଞ୍ଜାବତୀ ନଦୀ ଉପରେ ନୂତନ ସେତୁ ନିର୍ମାଣ ହେବ କେବେ ? 

masiha

ଗୋଲାମୁଣ୍ଡା ବ୍ଲକ ଦଶପୁର ଠାରେ ନାରୀ ସଚେତନା କାର୍ଯ୍ୟକ୍ରମ

Sunil Chandra Nayak

ରାଇରଙ୍ଗପୁର ସହରରେ ବିଭିନ୍ନ ୱାର୍ଡ ରେ ଜୟ ଜଗନ୍ନାଥ ଅର୍ପଣ ରଥର ପରିକ୍ରମା

masiha

Leave a Comment

error: Content is protected !!