ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଘରଧରା ଗ୍ରାମରେ ୧୬ ପ୍ରହରୀ ନାମଯଜ୍ଞ

ନୂଆପଡା:ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଘରଧରା ଗ୍ରାମରେ ଶ୍ରୀ ଶ୍ରୀ ଅଖଣ୍ଡ ଷୋହଳ ପ୍ରହରୀ ନାମ ଯଜ୍ଞ ଗତକାଲି ଠାରୁ ଆରମ୍ଭ ହୋଇଛିl ମହାମାରୀ କରୋନା କଟକଣା ଯୋଗୁଁ କିଛି ବର୍ଷ ହେବ ଭକ୍ତମାନେ କୌଣସି ମନ୍ଦିର କିମ୍ବା ଠାକୁରଙ୍କ ପର୍ବ ପର୍ବାଣୀରେ ସାମିଲ ହୋଇ ପାରୁନଥିଲେ ତେଣୁ ସେମାନେ ହର୍ଷ ଉଲ୍ଲାସର ସହିତ ନାମ ସଂକୀର୍ତ୍ତନକୁ ଉପଭୋଗ କରିବା ସହ ବିଭୁ ନାମାମୃତ ପାନ କରୁଛନ୍ତି l ଏହି ଯଜ୍ଞରେ କର୍ତ୍ତା ଭାବରେ ସୁକୁରୁ ରଣା ଏବଂ ତାଙ୍କ ଧର୍ମପତ୍ନୀ ରଇବାରୀ ରଣା ରହିଥିବା ବେଳେ ଘରଧରା, ଗୋଲlମାଳ, ଚଟିଆଗୁଡା, ଚଚରାଭଟା, କୁଲିଗାଁ, ସୁନାମୁଦୀ ବରଗାଁ ଏବଂ ଘରଧରା ପୁଞ୍ଜିପଡାର ଆଠ ଗୋଟି ଦଳ ଭାଗନେଇଛନ୍ତି l ନାମଯଜ୍ଞ ଦେଖିବା ପାଇଁ ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଥିବା ବେଳେ ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଆୟୋଜକ କମିଟି ତରଫରୁ ଛାଉଣୀ ଓ ଥଣ୍ଡା ପାନୀୟଜଳର ବ୍ୟବସ୍ଥା କରାଯାଇଛି। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ମାଣ୍ଡେଲ ଠାରେ ଭାଗବତ ପ୍ରବଚନ ଓ କବିତା ଆସର ଅନୁଷ୍ଠିତ 

Sunil Chandra Nayak

ଥୁଆମୂଳ ରାମପୁର ବ୍ଳକ ବିଜେଡି ପକ୍ଷରୁ ଜୀବନବିନ୍ଧୁ ରକ୍ତଦାନ ଶିବିର ଅନୁଷ୍ଠିତ

Sunil Chandra Nayak

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ଆଖି ନାହଁ କାନ ନାହଁ 

Sunil Chandra Nayak

Leave a Comment

error: Content is protected !!