ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହ୍ୟୁମାନିଟି ଫାଉଣ୍ଡେସନ ତରଫରୁ ମାତୃ ଦିବସ ପାଳନ

ହ୍ୟୁମାନିଟି ଫାଉଣ୍ଡେସନ ତରଫରୁ ମାତୃ ଦିବସ ପାଳନ 

ରାଉରକେଲା : ହ୍ୟୁମାନିଟି ଫାଉଣ୍ଡେସନ ପକ୍ଷରୁ ମାତୃ ଦିବସ ଉପଲକ୍ଷେ ଟିମ୍ବର୍ କଲୋନୀ ସ୍ଥିତ ଶାନ୍ତି ଭବନ ପ୍ରାଙ୍ଗଣରେ ଏକ ସୁନ୍ଦର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ମନୋରମା ପାଣ୍ଡେ ଏବଂ ଶାନ୍ତି ଭବନର ଅଧ୍ୟକ୍ଷା ଯୋଗଦେଇ ନିଜର ଅଭିଭାଷଣ ରଖିଥିଲେ। କାର୍ଯ୍ୟକ୍ରମଟି ହ୍ୟୁମାନିଟି ଫାଉଣ୍ଡେସନର ପ୍ରତିଷ୍ଠାତା ବିଜୟ ସୁନ୍ଦରାୟଙ୍କ ପରିଚାଳନାରେ ସଫଳ ଭାବେ ସମ୍ପନ୍ନ ହୋଇଥିଲା। ଏହି ଅବସରରେ ଫାଉଣ୍ଡେସନର ଅଧ୍ୟକ୍ଷା ଦୀପ୍ତି ସୁନ୍ଦରାୟଙ୍କ ସହ ଶୁଭଶ୍ରୀ ସ୍ୱାଇଁ, ଶୁଭଲକ୍ଷ୍ମୀ ପାତ୍ର, ଗ୍ରେସି ଡେଭିଡ, ଅନୁପମା ଆଚାର୍ଯ୍ୟ, ରଶ୍ମିତା ମଲ୍ଲିକ, ଗରିମା ପତ୍ରୀ, ଅମ୍ରିତ କୌର, ଶର୍ମିଲା ଦୀପ, ପ୍ରିୟଙ୍କା ପାଣି, ବେବି ବଳ, ରୁନୁ ରାଉତ, ମମତା ସେଠୀ, ସ୍ନିଗ୍ଧା ପୁହାଣ, , ଶାନ୍ତିଲତା ବେହେରା, ମହେଶ ପାଣିଗ୍ରାହୀ, ଭଗବତୀ ନାରେଦି, କନକଲତା ପ୍ରମୁଖ ଉପସ୍ଥିତ ରହି ସହଯୋଗର ହାତ ବଢାଇଥିଲେ। ଏହି ଅବସରରେ ଶାନ୍ତି ଭବନରେ ରହୁଥିବା ସମସ୍ତ ମାଆ ମାନଙ୍କୁ ଉପହାର ସ୍ୱରୂପ ଟିଫିନ୍ ବକ୍ସ ପ୍ରଦାନ କରାଯାଇଥିଲା ଓ ଏକ ମଦର ଟେରେସା ଙ୍କ ଷ୍ଟାଣ୍ଡି ପ୍ରଦାନ କରାଯିବାସହ ସନ୍ଧ୍ୟା ଭୋଜନର ବ୍ୟବସ୍ଥା କରାଯାଇଥିଲା।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଟାଙ୍ଗରା ହେବା କୁ ବସିଲାଣି କୋଷାଗୁମୁଡା ଛେଳିପଦର ସରଂକ୍ଷିତ ଜଙ୍ଗଲ,ତଥାପି ବନବିଭାଗ ନୀରବ ଦ୍ରଷ୍ଟା

Sunil Chandra Nayak

ରେରା ର ସଦସ୍ୟ ହେଲେ ନାରାୟଣ ପତି 

Sunil Chandra Nayak

ରାଇରଙ୍ଗପୁର ବ୍ଲକ୍ ମିଶନ ଶକ୍ତି ଗୃହ ରେ ରାଇରଙ୍ଗପୁର ଉପଖଣ୍ଡ ସ୍ତରୀୟ ମୟୂରଭଞ୍ଜ କାର୍ଯ୍ଯ ନିର୍ବାହୀ ସଂଘ ଗଠିତ 

masiha

Leave a Comment

error: Content is protected !!