ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଯୁବକକୁ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୃତ୍ତ 

ଯୁବକକୁ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୃତ୍ତ 

ବ୍ରହ୍ମପୁର,ତା ୧୨/୯ ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ବେନ୍ଦାଳିଆ ଗ୍ରାମର ପିଙ୍କୁ ସେଠୀ ନାମକ ଜଣେ ଯୁବକକୁ ସେହି ଗ୍ରାମର କିଛି ଦୁର୍ବୃତ୍ତ ମାନେ ଗୋଡେଇ ଗୋଡେଇ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି। ଯୁବକଙ୍କ ଅବସ୍ଥା ଗୁରୁତର ରହିଥିବାରୁ ପ୍ରଥମେ ବ୍ରହ୍ମପୁର ବଡ଼ ମେଡିକାଲରେ ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଘଟଣା ସ୍ଥଳରେ ଏସଡିପିଓ ପହଞ୍ଚି ତଦନ୍ତ ଚଲାଇଛନ୍ତି। ସୂଚନା ମୁତାବକ ମଙ୍ଗଳବାର ପ୍ରାତଃ ୫:୩୦ ସମୟରେ ପିଙ୍କୁ ସେଠୀ ନିଜ କାମରେ କୁକୁଡାଖଣ୍ଡି ଅଞ୍ଚଳକୁ ଏକାକୀ ଯାଉଥିବା ବେଳେ ପୂର୍ବ ଶତ୍ରୁତା କୁ କେନ୍ଦ୍ରକରି ସେହି ଗ୍ରାମର ଭାଲୁ ଏବଂ ଶିବଶଙ୍କର ସାହୁ ଏବଂ ତାଙ୍କର ତିନି ଜଣ ଅଜ୍ଞାତ ସହଯୋଗୀ ପିଙ୍କୁ ଉପରକୁ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି। ଅଭିଯୁକ୍ତମାନେ ତାଙ୍କୁ ଅନୁସରଣ କରି ଏକ ପୋଲ ନିକଟରେ ଅଟକାଇ କୌଣସି ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଯାହା ଫଳରେ ତାଙ୍କର ଉଭୟ ହାତ ଏବଂ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାର ସୂଚନା ମିଳିଛି। ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିବା ନେଇ ସୂଚନା ମିଳିଛି। ତେବେ କୌଣସି ସୂତ୍ରରୁ ଖବର ପାଇ ଆହତଙ୍କ ସାନ ଭାଇ ଘଟଣାସ୍ଥଳରେ ପହଞ୍ଚି ପିଙ୍କୁଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭୁବନେଶ୍ୱରର AIIMS କୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଥିବାର ସୂଚନା ମିଳିଛି। ତେବେ ଘଟଣାସ୍ଥଳରେ ବ୍ରହ୍ମପୁର ଏସ୍ପି ଏବଂ ସଦର ଥାନା ଏସଡିପିଓ ଓ ତାଙ୍କ ଟିମ୍ ପହଞ୍ଚି ଘଟଣାର ଅନୁସନ୍ଧାନ କରି ତଦନ୍ତ କରିଛନ୍ତି। ପୋଲିସ ଅଞ୍ଚଳରେ ପାଟ୍ରୋଲିଂକୁ ଜୋରଦାର କରିଛି ଏବଂ ଅଭିଯୁକ୍ତଙ୍କୁ ଧରିବା ପାଇଁ ଚଢାଉ ଜାରି ରହିଛି ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି ।

Related posts

ବିଷ ଖାଇ ବୃଦ୍ଧ ଙ୍କ ଆତ୍ମହତ୍ୟା 

Sunil Chandra Nayak

ଟୁରିଷ୍ଟ ପରମିଟ ରେ ଯାତ୍ରୀ ପରିବହନ , କଳାହାଣ୍ଡି ଏମଭିଆଇର ଚଢ଼ାଉ,ବେଆଇନ ଅଭିଯୋଗ ରେ ୫ ବସ ଅଟକ

Breaking – ଅମାଠ ଠାରେ ମହିନ୍ଦ୍ରା ପିକ୍ ଅପ୍ ରୁ ୩୩ ପକେଟ୍ ଗଞ୍ଜେଇ ଜବତ

Sunil Chandra Nayak

Leave a Comment

error: Content is protected !!