ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଦୁଇ ଶିକାରୀ ଙ୍କୁ ଗିରଫ କରିବା ସହ ଦୁଇଟି ଦେଶୀ ବନ୍ଧୁକ ଜବତ

ଦୁଇ ଶିକାରୀ ଙ୍କୁ ଗିରଫ କରିବା ସହ ଦୁଇଟି ଦେଶୀ ବନ୍ଧୁକ ଜବତ

ବାଲିଗୁଡା, ତା, ୧୨/୦୫:(ମନିସ): କନ୍ଧମାଳ ଜିଲ୍ଲା ବାଲିଗୁଡା ବନ ବିଭାଗ ଦ୍ଵାରା ଦୁଇ ଶିକାରୀ ଙ୍କୁ ଗିରଫ କରିବା ସହ ଦୁଇଟି ଦେଶୀ ବନ୍ଧୁକ ଜବତ କରିଛନ୍ତି | ସୂଚନା ପ୍ରକାରେ ବାଲିଗୁଡା ବନାଞ୍ଚଳ କାର୍ଯ୍ୟାଳୟର କର୍ମଚାରୀ ମାନେ ଢାକା ଜଙ୍ଗଲରେ ରାତି ପେଟ୍ରୋଲିଙ୍ଗ କରିବା ସମୟରେ ଦୁଇ ଜଣ ଯୁବକ ଜଙ୍ଗଲରେ ନିଆଁ ଲଗାଇ ଜଙ୍ଗଲ ଜନ୍ତୁଙ୍କୁ ଶିକାର କରିବାକୁ ପ୍ରସ୍ତୁତ ହେଉଥିଲେ | ଏହି ସମୟରେ ବନ ବିଭାଗର କର୍ମଚାରି ମାନେ ଏହି ଦୁଇ ଯୁବକ ସୁଇଲା ମଲିକ (୨୮)ଓ ଲକ୍ଷ୍ମଣ କହଁର (୨୮) କୂ ଗିରଫ କରିବା ସହ ସେମାନଙ୍କ ଠାରୁ ଦୁଇଟି ବନ୍ଧୁକ ଓ କିଛି ସାମଗ୍ରୀ ଜବତ କରିଛନ୍ତି | ଏ ନେଇ ବାଲିଗୁଡା ବନ ବିଭଗ କେଶ ନଂ. ୧୭/୨୬ପ୍ରକାରେ ଏକ ମାମଲା ରୁଜୁ କରି ଏସଡିଜେଏମ କୋର୍ଟ କୁ ଚାଲାଣ କରିଥିବା ନେଇ ବନାଞ୍ଚଳ ଅଧିକରୀ ଡି.ସୁବାଷ ସୂଚନା ଦେଇଛନ୍ତି | ଏହି ଚଢ଼ାଉ ସମୟରେ ବନପାଳ ଟିକେଶ୍ୱର ବେହେରା, ଗାର୍ଡ ସୁରେଶ ମୁଠାମାଝି, ଯୁଧିଷ୍ଠିର ଦିଗାଲ, ଓ ନାସିମୁଲ ହକ ପ୍ରମୁଖ ସାମିଲ ଥିଲେ |

ସଂଜୟ କୁମାର ପାଣିଗ୍ରାହୀ ଙ୍କ ରିପୋର୍ଟ୍ 

Related posts

ଗୋରୁ ମକା ଚାଷ ଖାଇ ଦେବାରୁ ଗାଈ ଚରାଳିଙ୍କୁ ଗୁଳି କରି ହତ୍ୟା : ଜଙ୍ଗଲରୁ ମୃତ ଦେହ ଉଦ୍ଧାର: ଅଭିଯୁକ୍ତ ଗିରଫ  

masiha

ନୂଆପଡ଼ା ଜିଲ୍ଲା ପୁର୍ବତ୍ତନ୍ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଏବଂ ବିଭାଗୀୟ ଅଧିକାରୀ ମିଳିତ ରୂପେ ଅର୍ଥ ଆତ୍ମସାତ ଅଭିଯୋଗ ରେ ଭିଜଳାନ୍ସ ଦ୍ବାରା ଗିରଫ

Sunil Chandra Nayak

ରାୟଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଅବକାରୀ ବିଭାଗର ବ୍ୟାପକ ଚଢ଼ାଉ, ବିପୁଳ ପରିମାଣର ଦେଶୀ ମଦ ଓ ଅବୈଧ ମଦ ପ୍ରସ୍ତୁତି ସାମଗ୍ରୀ ନଷ୍ଟ

Sunil Chandra Nayak

Leave a Comment

error: Content is protected !!