ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଘଣ୍ଟିଗୁଡା ପଞ୍ଚାୟତରେ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ଉଦ୍‌ଘାଟିତ

ଘଣ୍ଟିଗୁଡା ପଞ୍ଚାୟତରେ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ଉଦ୍‌ଘାଟିତ

୨୪ ଘଣ୍ଟିଆ ମାଗଣା ପାନୀୟ ଜଳ ସେବା, ଲୋକଙ୍କ ମଧ୍ୟରେ ଖୁସି

ନୂଆପଡା, ୧୩/୫ (ବିଘ୍ନରାଜ ତାଣ୍ଡି ଙ୍କ ରିପୋର୍ଟ ): ସିନାପାଲି ବ୍ଲକ ଅନ୍ତର୍ଗତ ଘଣ୍ଟିଗୁଡା ଗ୍ରାମପଞ୍ଚାୟତ ନିକଟ ବିଜୁ ଏକ୍ସପ୍ରେସ ୱେ ରାସ୍ତାକଡ଼ରେ ଏକ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଶୁଭ ଉଦ୍‌ଘାଟନ ହୋଇଯାଇଛି। ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରକଳ୍ପକୁ ଉଦ୍‌ଘାଟନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସିନାପାଲି ବିଡିଓ କାର୍ମି ଓରାମ, ବ୍ଲକ ଅଧ୍ୟକ୍ଷା ମାଧୁରୀ ମାଝି, ପାନୀୟ ଜଳ ଯୋଗାଣ ବିଭାଗର କାର୍ଯ୍ୟନିର୍ବାହୀ ପ୍ରହଲ୍ଲାଦ ସାହୁ, ସମିତି ସଭ୍ୟା ଲଳିତା ସୁନାନୀ, ସରପଞ୍ଚ ଖୁଟୁରାମ ସୁନାନୀ, ସମାଜସେବୀ ବଦନ ତାଣ୍ଡି ଓ ପୁସ୍ତମ ମଶ୍ରା ପ୍ରମୁଖ ଉପସ୍ଥିତ ଥିଲେ।

ରାସ୍ତାକଡ଼ରେ ଯାତ୍ରୀ ଓ ସାଧାରଣ ଲୋକଙ୍କ ପାଇଁ ଏଭଳି ମାଗଣା ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ଅତ୍ୟନ୍ତ ଉପକାରୀ ହେବ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ଏଠାରେ ୨ ହଜାର ଲିଟର କ୍ଷମତା ବିଶିଷ୍ଟ ଟ୍ୟାଙ୍କ ମାଧ୍ୟମରେ ୨୪ ଘଣ୍ଟା ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି।

ସରପଞ୍ଚ ଖୁଟୁରାମ ସୁନାନୀଙ୍କ ଉଦ୍ୟମରେ ନିର୍ମିତ ଏହି ପ୍ରକଳ୍ପକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସାର ସ୍ୱର ଶୁଣିବାକୁ ମିଳିଛି। ସେହିପରି ପଞ୍ଚାୟତ କାର୍ଯ୍ୟାଳୟର ଆୟ ବୃଦ୍ଧି ଉଦ୍ଦେଶ୍ୟରେ ନିର୍ମିତ ମାର୍କେଟ କମ୍ପ୍ଲେକ୍ସର ମଧ୍ୟ ଉଦ୍‌ଘାଟନ କରାଯାଇଥିଲା।

ଉଦ୍‌ଘାଟନୀ ସଭାରେ ପଞ୍ଚାୟତର ବିଭିନ୍ନ ସମସ୍ୟା ଓ ଉନ୍ନୟନମୂଳକ ପଦକ୍ଷେପ ଉପରେ ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମରେ ମିଶନ ଶକ୍ତି ମହିଳା, ଜନପ୍ରତିନିଧି ଓ ସ୍ଥାନୀୟ ଗ୍ରାମବାସୀ ବହୁ ସଂଖ୍ୟାରେ ଯୋଗଦାନ କରିଥିଲେ।

Related posts

ସ୍ୱାଧୀନତା ଦିବସ ପ୍ରସ୍ତୁତି ବୈଠକ

Sunil Chandra Nayak

ବି.ବି. ହାଇସ୍କୁଲ,ଢେଙ୍କାନାଳରେ ବିଦ୍ୟାଳୟ ପ୍ରବେଶ ଉତ୍ସବ ଓ ପୂର୍ଣ୍ଣ ଉପସ୍ଥାନ ଦିବସ-୨୦୨୪ ପାଳିତ

masiha

ଗଛ ମୂଳରୁ ଝରୁଛି ଜଳ 

Sunil Chandra Nayak

Leave a Comment

error: Content is protected !!