ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅନ୍ଦ୍ରପ୍ରଦେଶ ରାଜ୍ୟ ର ସିକନ୍ଦରାବାଦ ଇଟାଭଟାରେ କୁମ୍ଭାରୀର ଶ୍ରମିକ ଅଟକ ଘଟଣା ତୁରନ୍ତ ଉଦ୍ଧାର କରିବାକୁ ଦାବୀ କଲେ ପୂର୍ବତନ ସାଂସଦ ନିରଞ୍ଜନ 

ଅନ୍ଦ୍ରପ୍ରଦେଶ ରାଜ୍ୟ ର ସିକନ୍ଦରାବାଦ ଇଟାଭଟାରେ କୁମ୍ଭାରୀର ଶ୍ରମିକ ଅଟକ ଘଟଣା ତୁରନ୍ତ ଉଦ୍ଧାର କରିବାକୁ ଦାବୀ କଲେ ପୂର୍ବତନ ସାଂସଦ ନିରଞ୍ଜନ 

ବଲାଙ୍ଗିର / ଟିଟିଲାଗଡ଼ ୧୫. ୫  —  ବଲାଙ୍ଗିର ଜିଲ୍ଲାର ସଇଁତଳା ଥାନା ଅନ୍ତର୍ଗତ କୁମ୍ଭାରୀ ଗ୍ରାମର ପ୍ରବାସୀ ଶ୍ରମିକମାନେ ଆନ୍ଧ୍ର ପ୍ରଦେଶର ସିକନ୍ଦରାବାଦ ନିକଟସ୍ଥ ପଞ୍ଚମପାଲି ଇଟାଭଟାରେ ଅଟକ ରଖାଯାଇଥିବା ଘଟଣାକୁ ନେଇ ପୂର୍ବତନ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଗଭୀର ଚିନ୍ତା ପ୍ରକାଶ କରିଛନ୍ତି।

ଶ୍ରୀ ବିଶି ଏହି ଘଟଣାକୁ ଅତ୍ୟନ୍ତ ଗୁରୁତର ମାନବିକ ଓ ସାମାଜିକ ପ୍ରସଙ୍ଗ ବୋଲି ଉଲ୍ଲେଖ କରି ଓଡିଶା ସରକାରଙ୍କ ଶ୍ରମ ଓ ଇଏସଆଇ ବିଭାଗର କମିଶନର-କମ୍-ସଚିବଙ୍କୁ ପତ୍ର ଲେଖି ତୁରନ୍ତ ହସ୍ତକ୍ଷେପ ଦାବି କରିଛନ୍ତି। ସେ କହିଛନ୍ତି ଯେ ଦାରିଦ୍ର୍ୟ ଓ ଜୀବିକା ଅଭାବରେ ଶ୍ରମିକମାନେ ରାଜ୍ୟ ବାହାରକୁ କାମ କରିବାକୁ ଯାଇଥିଲେ, କିନ୍ତୁ ସେଠାରେ ଇଟାଭଟା ମାଲିକଙ୍କ ଦ୍ୱାରା ଅମାନବିକ ବ୍ୟବହାର, ଶୋଷଣ, ଅବୈଧ ଅଟକ ଓ ମଜୁରି ବଞ୍ଚନାର ସମ୍ମୁଖୀନ ହେଉଛନ୍ତି।

ସେ ଆନ୍ଧ୍ର ପ୍ରଦେଶ ସରକାର ଓ ସ୍ଥାନୀୟ ପ୍ରଶାସନ ସହ ତୁରନ୍ତ ସମନ୍ୱୟ କରି ଶ୍ରମିକମାନଙ୍କୁ ଉଦ୍ଧାର କରି ସୁରକ୍ଷିତ ଭାବେ ଓଡିଶାକୁ ଫେରାଇ ଆଣିବା, ବକେୟା ମଜୁରି ପ୍ରଦାନ, ଦୋଷୀ ଇଟାଭଟା ମାଲିକ ଓ ଦଲାଲଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ନେବା ସହ ପୁନର୍ବାସ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି।

 ବିଶି କହିଛନ୍ତି ଯେ ପ୍ରବାସୀ ଶ୍ରମିକମାନଙ୍କ ସୁରକ୍ଷା, ସମ୍ମାନ ଓ ଅଧିକାର ସୁନିଶ୍ଚିତ କରିବା ରାଜ୍ୟର ସାଂବିଧାନିକ ଓ ନୈତିକ ଦାୟିତ୍ୱ। ସେ ଏହି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ଶ୍ରମିକମାନଙ୍କୁ ନ୍ୟାୟ ଦେବାକୁ ଦାବି କରିଛନ୍ତି।

 

Related posts

ଶିକ୍ଷକ ଗୌରବ ସମ୍ମାନ ‘ରେ ସମ୍ମାନିତ ହେଲେ ବାଙ୍କିଡି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନଶିକ୍ଷକ

Sunil Chandra Nayak

ଚିକିଲି ଗ୍ରାମର ବିଦ୍ୟାଳୟରୁ ୩ ଦିନ ପରେ ଖୋଲିଲା ତାଲା 

masiha

କାର ବାଇକ୍ ମୁହାଁ ମୁହିଁ ଧକ୍କା ଦୁଇ ଗୁରୁତର

masiha

Leave a Comment

error: Content is protected !!